ଟାଟା ଷ୍ଟିଲ୍‌ର ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ଦ୍ୱିତୀୟ ତ୍ରୈମାସିକରେ ନିଟ୍ ଲାଭ ୭୫୯ କୋଟି ଟଙ୍କା

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ଟାଟା ଷ୍ଟିଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୫୩,୯୦୫ କୋଟି ଟଙ୍କାର ରାଜସ୍ୱ ହାସଲ କରାଯାଇଥିବା ବେଳେ ବର୍ଷର ପ୍ରଥମ ଛଅ ମାସରେ ୧,୦୮,୬୭୬ କୋଟି ଟଙ୍କାର ରାଜସ୍ୱ ହାସଲ କରାଯାଇଛି । ଅର୍ଦ୍ଧବାର୍ଷିକ ଇବିଆଇଟିଡିଏ ୨୫ ପ୍ରତିଶତ ବୃଦ୍ଧି ପାଇ ୧୩,୦୪୬ କୋଟି ଟଙ୍କା ହୋଇଛି ଏବଂ ଇବିଆଇଟିଡିଏ ମାର୍ଜିନ୍ ୧୨ ପ୍ରତିଶତ ରହିଛି । ସେହିପରି, ତ୍ରୈମାସିକ ଇବିଆଇଟିଡିଏ ୬୨୨୪ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍ ୧୨ ପ୍ରତିଶତ ରହିଛି ।
ଆଲୋଚ୍ୟ ତ୍ରୈମାସିକରେ କମ୍ପାନିର ପୁଞ୍ଜି ବ୍ୟୟ ୪୮୦୬ କୋଟି ଟଙ୍କା ରହିଥିବା ବେଳେ ଅର୍ଦ୍ଧବାର୍ଷିକ ପାଇଁ ୮୫୮୩ କୋଟି ଟଙ୍କା ହୋଇଛି । କମ୍ପାନିର ନିଟ୍ ଋଣ ପରିମାଣ ୮୮,୮୧୭ କୋଟି ଟଙ୍କା ଥିବା ବେଳେ କମ୍ପାନି ପାଖରେ ୨୬,୦୨୮ କୋଟି ଟଙ୍କାର ନଗଦ ରହିଛି ।
ଭାରତୀୟ କାରବାରରୁ କମ୍ପାନିର ରାଜସ୍ୱ ଦ୍ୱିତୀୟ ତ୍ରୈମାସିକରେ ୩୨,୬୬୦ କୋଟି ଟଙ୍କା ରହିଥିବା ବେଳେ ଇବିଆଇଟିିଡିଏ ୬୯୧୨ କୋଟି ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍ ୨୧ ପ୍ରତିଶତ ରହିଛି । ଭାରତରେ ଅଶୋଧିତ ଇସ୍ପାତ ଉତ୍ପାଦନ ୫ ପ୍ରତିଶତ ବୃଦ୍ଧି ପାଇ ୫.୨୮ ନିୟୁତ ଟନ୍ ହୋଇଥିବା ବେଳେ ଡେଲିଭରି ୬ ପ୍ରତିଶତ ବୃଦ୍ଧି ପାଇ ୫.୧୧ ନିୟୁତ ଟନ୍ ହୋଇଛି ।
୨୦୨୪ ସେପ୍ଟେମ୍ବରରେ କମ୍ପାନି ସଫଳତାର ସହ କଳିଙ୍ଗନଗରରେ ଭାରତରେ ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌ର ଶୁଭାରମ୍ଭ କରିଛି । କଳିଙ୍ଗନଗରରେ ଏହି ସମ୍ପ୍ରସାରଣ ଦ୍ୱାରା କମ୍ପାନିର ଭାରତରେ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ୨୬.୬ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ସବୁଜ ଇସ୍ପାତ ଉତ୍ପାଦନ ପାଇଁ ବ୍ରିଟେନ୍‌ର ପୋର୍ଟ ଟାଲବୋଟ୍‌କୁ ବନ୍ଦ ରଖାଯାଇଛି । ସେହିଭଳି ନେଦରଲ୍ୟାଣ୍ଡରୁ ୧୩୦୦ ପାଉଣ୍ଡ ରାଜସ୍ୱ ସଂଗ୍ରହ ହୋଇଛି ।
ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ବିଶ୍ୱ ପରିଚାଳନା ପରିବେଶ ଜଟିଳ ରହିଥିବା ବେଳେ କେତେକ ପ୍ରମୁଖ ଅଂଚଳରେ ଅଭିବୃଦ୍ଧି ମନ୍ଥର ରହିଛି । ଚୀନ୍‌ରେ ଅର୍ଥନୈତିକ ଅବସ୍ଥା ପାଇଁ ଇସ୍ପାତ ସମେତ ବିଭିନ୍ନ ସାମଗ୍ରୀ ମୂଲ୍ୟ ଉପରେ ଚାପ ଜାରି ରହିଛି । ଭାରତରେ ଇସ୍ପାତ ଚାହିଦାରେ ଉନ୍ନତି ହୋଇଥିଲେ ମଧ୍ୟ ଶସ୍ତା ଆମଦାନି ପାଇଁ ମୂଲ୍ୟ ଉପରେ ଚାପ ରହିଛି । ଏହା ସତ୍ୱେ ଟାଟା ଷ୍ଟିଲ୍ ମୋଟ ଉପରେ ନିରନ୍ତର ପ୍ରଦର୍ଶନ କରି ଦ୍ୱିତୀୟ ତ୍ରୈମାସିକରେ ୫.୧ ନିୟୁତ ଟନ୍ ଓ ଅର୍ଦ୍ଧବାର୍ଷିକରେ ୧୦.୧ ନିୟୁତ ଟନ୍ ଡେଲିଭରି ହାସଲ କରିଛି । ଦେଶ ଭିତରେ ଡେଲିଭରି ତ୍ରୈମାସିକରେ ୬% ଓ ଅର୍ଦ୍ଧବାର୍ଷିକରେ ୫% ବୃଦ୍ଧି ପାଇଛି । ଟାଟା ଟିସକନ୍‌ର ଡେଲିଭରି ୨୦ ପ୍ରତିଶତ ବୃଦ୍ଧି ସହ ଏହା ଶ୍ରେଷ୍ଠ ତ୍ରୈମାସିକ ଫଳାଫଳ ହାସଲ କରିଛି । ୨୦୨୪ ସେପ୍ଟେମ୍ବରରେ ଆମେ ସଫଳତାର ସହ କଳିଙ୍ଗନଗରରେ ୫ ଏମଟିପିଏର ବ୍ଲାଷ୍ଟ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ କରିଛୁ । ଏଥି ସହିତ ୨.୨ ଏମଟିପିଏର ସିଆରଏମ କମ୍ପେ୍ଲକ୍ସ ଆମ ଉତ୍ପାଦ ମିଶ୍ରଣରେ ଉନ୍ନତି ଆଣିବ । ଦ୍ୱିତୀୟ ତ୍ରୈମାସିକରେ ବ୍ରିଟେନରେ ଆମର ବ୍ଲାଷ୍ଟ ଫର୍ଣ୍ଣେସ୍ ବନ୍ଦ ହୋଇଛି । ଆମେ ବ୍ରିଟେନ ସରକାରଙ୍କ ସହିତ ଅନୁଦାନ ପାଣ୍ଠି ରାଜିନାମା ସ୍ୱାକ୍ଷର କରିଛୁ । ପ୍ରଭାବିତ କର୍ମଚାରୀଙ୍କୁ ସମର୍ଥନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଟାଟା ଷ୍ଟିଲ୍ ୟୁକେ ପାଇଁ ଆମେ ଶ୍ରେଷ୍ଠ ପ୍ୟାକେଜ୍ ପ୍ରଦାନ କରିଛୁ । ନେଦରଲ୍ୟାଣ୍ଡରେ ଆମ ଡେଲିଭରି ୧.୫ ନିୟୁତ ଟନ୍ ଥିବା ବେଳେ ଇସ୍ପାତ ଦର ପାଇଁ ପ୍ରଦର୍ଶନ ପ୍ରଭାବିତ ହୋଇଛି । କାର୍ବନ ନିର୍ଗମନକୁ ଏଡ଼ାଇ କିମ୍ବା ବଦଳାଇବା ପାଇଁ ଆମେ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛୁ । ମୁଁ ବହୁତ ଖୁସିର ସହ ଘୋଷଣା କରୁଛି ଯେ ଭାରତରେ ଆମେ ୨୦ ପ୍ରତିଶତ ବିବିଧତା ହାସଲ କରିଛୁ ଏବଂ ପ୍ରକ୍ର୍ରିୟା ସୁରକ୍ଷା ପରିଚାଳନା ପାଇଁ ୱାର୍ଲଡଷ୍ଟିଲ୍ ଦ୍ୱାରା ମାନ୍ୟତା ପାଇଛୁ ।’’
ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଆର୍ôଥକ ଅଧିକାରୀ ଶ୍ରୀ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଅର୍ଦ୍ଧବାର୍ଷିକରେ ଟାଟା ଷ୍ଟିଲ ରାଜସ୍ୱ ୧,୦୮,୬୭୬ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୧୩,୦୪୬ କୋଟି ଟଙ୍କା ଥିଲା । ଭାରତରେ ଅଧିକ ପରିମାଣ ଏବଂ ନେଦରଲ୍ୟାଣ୍ଡରେ ଲାଭରେ ଉନ୍ନତି ଯୋଗୁଁ ସଂଗଠିତ ଇବିଆଇଟିଡିଏ ମାର୍ଜିନ ୧୨% ପର୍ଯ୍ୟନ୍ତ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ତ୍ରୟମାସରେ ସମନ୍ୱିତ ରାଜସ୍ୱ ୫୩,୯୦୫ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୬,୨୨୪ କୋଟି ଟଙ୍କା ଥିଲା ଯାହାକି ୧୨% ମାର୍ଜିନ ଅଟେ । ଭାରତର ରାଜସ୍ୱ ପ୍ରାୟ ୩୨,୬୬୦ କୋଟି ଟଙ୍କା ଥିଲା । କଳିଙ୍ଗନଗରରେ ଆମର ଦ୍ୱିତୀୟ ବ୍ଲାଷ୍ଟ ଫର୍ଣ୍ଣେସ୍ ଭଲ ଭାବେ କାର୍ଯ୍ୟ କରୁଛି ଏବଂ ବର୍ଷର ଶେଷ ଭାଗରେ ନିରନ୍ତର ଆନିଲିଂ ଲାଇନ୍ ଏବଂ ଏୟାର ସେପାରେସନ୍ ୟୁନିଟ୍ ଭଳି ଆନୁଷଙ୍ଗିକ ସୁବିଧା କାର୍ଯ୍ୟକ୍ଷମ ହେବ । ପୃଥକ ଭାବରେ, ଆମେ ଲୁଧିଆନାରେ ଆମର ୦.୮୫ ଏମଟିପିଏ ଇଲେକ୍ଟ୍ରିକ୍ ଆର୍କ୍ ଫର୍ଣ୍ଣେସ୍ ପ୍ଲାଂଟ ପାଇଁ ଉପକରଣ ବରାଦ ଦେଇଛୁ । ଇସ୍ପାତ ସ୍ପ୍ରେଡ୍‌ରେ କମ୍ପ୍ରେସନ ଯୋଗୁଁ ବ୍ରିଟେନ୍ ଏବଂ ନେଦରଲ୍ୟାଣ୍ଡରେ ଆମର ପ୍ରଦର୍ଶନ ପ୍ରଭାବିତ ହୋଇଥିଲା । ଅର୍ଦ୍ଧବାର୍ଷିକରେ ଆମେ ପ୍ରାୟ ୮,୫୮୩ କୋଟି ଟଙ୍କା ପୁଞ୍ଜି ବ୍ୟୟ କରିଥିଲୁ ଯାହା ମଧ୍ୟରୁ ଅଧିକାଂଶ ଭାରତରେ କରାଯାଇଥିଲା । ଆମର ନିଟ୍ ଋଣ ପରିମାଣ ୮୮,୮୧୭ କୋଟି ଟଙ୍କା ରହିଛି ଏବଂ ଗ୍ରୁପ୍ ନଗଦ ସ୍ଥିତି ୨୬,୦୨୮ କୋଟି ଟଙ୍କାରେ ସୁଦୃଢ଼ ରହିଛି ଯେଉଁଥିରେ ନଗଦ ଏବଂ ନଗଦ ସମକକ୍ଷ ୧୦,୫୭୫ କୋଟି ଟଙ୍କା ରହିଛି । ଆମେ ନଗଦ ପ୍ରବାହକୁ ସର୍ବାଧିକ କରିବା ପାଇଁ ଖର୍ଚ୍ଚରେ ଉନ୍ନତି୍‌, ପରିଚାଳନାଗତ ଉନ୍ନତି ଏବଂ କାର୍ଯ୍ୟକାରୀ ପୁଞ୍ଜି ପରିଚାଳନା ଉପରେ ଧ୍ୟାନ ଦେଉଛୁ । ବ୍ରିଟେନ ପରିବର୍ତନ ସମ୍ପର୍କରେ ଆମେ ଏକ ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ଆର୍କ୍ ଫର୍ଣ୍ଣେସ୍ ପ୍ରଦାନ କରିବା ପାଇଁ ଟେନୋଭା ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛୁ । ଆମେ ୨୦୨୫ ଜୁଲାଇ ସୁଦ୍ଧା ବୃହତ ସ୍ତରର ସାଇଟ୍ କାର୍ଯ୍ୟ ଆରମ୍ଭ କରିବାକୁ ଆଶା ରଖିଛୁ ।

Leave a Reply

Your email address will not be published. Required fields are marked *