କର ଫାଉଣ୍ଡେସନ୍ ତରଫରୁ ଜାତୀୟ କ୍ୟାନସର ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ \”କର ଫାଉଣ୍ଡେସନ୍‌\’ ତରଫରୁ ଜାତୀୟ କ୍ୟାନସର ଦିବସ ଉପଲକ୍ଷେ ସଚେତନତାମୂଳକ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କମଳା ନେହେରୁ କଲେଜ ପରିସରରୁ ବାହାରି ଶିଶୁଭବନ ଓ ରାଜମହଲ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଜଣାଶୁଣା ଅଭିନେତା ତଥା କର ଫାଉଣ୍ଡେସନର ଅଧ୍ୟକ୍ଷ ଚନ୍ଦନ କର ଅନେକ ଦିନରୁ ନିଶା ନିବାରଣ ଉପରେ ଅନେକ କାର୍ଯ୍ୟକ୍ରମ କରିବା ସହ ନିଶା ସଚେତନତା ପାଇଁ \”ଆସକ୍ତ\’ ଭଳି ଏକ ସଚେତନତା ଧର୍ମୀ ଚଳଚ୍ଚିତ୍ର କରିଥିଲେ । ଏହାକୁ ବଜାୟ ରଖି ଆଜି ଚନ୍ଦନ କରଙ୍କ ନେତୃତ୍ୱରେ ଜାତୀୟ କ୍ୟାନସର ଆୱାରନେସ୍ ଦିବସରେ ନିଶାକୁ ନା, ନିଶା ସେବନ କ୍ୟାନସରର କାରଣ, ନିଶା ଛାଡନ୍ତୁ ଜୀବନ ବାଛନ୍ତୁ ପ୍ରଭୃତି ସ୍ଲୋଗାନ ଥିବା ଟି-ସାର୍ଟ ପିନ୍ଧି ଛାତ୍ରଛାତ୍ରୀମାନେ ଜନସାଧାରଣ ମାନଙ୍କୁ ସଚେତନତା କରାଇଥିଲେ । ଭାରତବର୍ଷରେ କ୍ୟାନସରର ପ୍ରମୁଖ କାରଣ ନିଶା ସେବନ ବୋଲି ଗଣନା କରାଯାଏ, ତେଣୁ ଯୁବ ସମାଜ ନିଜକୁ ନିଶାଠାରୁ ବହୁ ଦୂରରେ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ନିଶାଠାରୁ ଦୂରେଇ ରଖିବାର ପ୍ରୟାସ କରିବା ଦରକାର ବୋଲି ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମଳାନେହେରୁ ମହିଳା ମହାବିଦ୍ୟାଳୟର ହୋମ୍‌ସାଇନ୍ସ ବିଭାଗର ମୁଖ୍ୟ ମଧୁସ୍ମିତା ଦାସ, ଅଭିନେତ୍ରୀ ସୁରଭି ପ୍ରିୟଦର୍ଶନୀ, ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ, ହାସ୍ୟ ଅଭିନେତା ଜ୍ଞାନ ବାରିକ, ପ୍ରଜ୍ଞା ମହାନ୍ତି, ଦିବ୍ୟାଙ୍ଗନା ସାହୁ, ମନସୃତି, ଗୁଞ୍ଜନ, ଶ୍ରାବଣୀ, ମିଲି, ପ୍ରିୟଙ୍କା, ସରୋଜ କୁମାର ପ୍ରଧାନ, କ୍ଷୀରୋଦ କୁମାର ଜେନା, ତାପସ ଦେ, ଦେବାଶିଷ, ଶୁଭମ୍‌, ଲକ୍ଷ୍ମୀଧର, ଅମୃତ, ମୋହନରାଜ, ମନୋଜ, ସୂର୍ଯ୍ୟ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *