ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଲ ଦ୍ଵାରା ସତର୍କତା ସଚେତନତା ସପ୍ତାହ ପାଳନ

ପ୍ରବାହ ନ୍ୟୁଜ୍ : ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ 28.10.2024 ରୁ 03.11.2024 ପର୍ଯ୍ୟନ୍ତ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିର୍ଦ୍ଦେଶରେ “ଭିଜିଲାନ୍ସ ସଚେତନତା ସପ୍ତାହ” ପାଳନ କରୁଛି । ଏହି ବର୍ଷର ବିଷୟବସ୍ତୁ ‘ସଚ୍ଚୋଟତାର ସଂସ୍କୃତିରେ ଦେଶର ସମୃଦ୍ଧି’ ରଖାଯାଇଛି ।
ଏହି ସପ୍ତାହ ବ୍ୟାପି କାର୍ଯ୍ଯକ୍ରମର ଆରମ୍ଭରେ ସୋମବାର ଦିନ ଦିବା 11ଟା ରେ ଭୁବନେଶ୍ବର ମଣ୍ଡଳର ସମସ୍ତ ଶାଖା ଓ କାର୍ଯ୍ଯାଳୟରେ କର୍ମଚାରୀମାନେ ତ୍ରିଭାଷୀ ସଚ୍ଚୋଟତା ଶପଥ ପାଠ କରିଥିଲେ ।ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ଠାରେ ଉପ ପ୍ରବନ୍ଧ ନିର୍ଦେଶକ ଶ୍ରୀ ଅମର ରାମମୋହନ ରାଓ ଓ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଏହି ଶପଥ ପାଠ କାର୍ଯ୍ଯକ୍ରମର ନେତୃତ୍ଵ ନେଇଥିଲେ । ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ସମ୍ମୁଖରେ ଜନସାଧାରଣଙ୍କ ସଚେତନତା ଉଦ୍ଦେଶ୍ୟରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ଶ୍ରୀ ସୁବଳ ମହାରଣାଙ୍କ ଦ୍ଵାରା ନିର୍ମିତ ଏକ ବାଲୁକା କଳାକୁଶ୍ରୀ ରାଓ ଉଦ୍ଘାଟନ କରିଥିଲେ । ଏହି ଅବସରରେ କର୍ମଚାରୀ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସତର୍କତା ସଚେତନତାକୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ମଙ୍ଗଳବାର ଦିନ (ତା ୨୯ ଅକ୍ଟୋବର) ଦିନ ଓଡିଶା ସରକାରଙ୍କ ସତର୍କତା ନିର୍ଦ୍ଦେଶକ ଶ୍ରୀ ଜଷବନ୍ତ କୁମାର ଜେଠୱା , ଆଇପିଏସ , ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟଠାରେ ଆୟୋଜିତ କାର୍ଯ୍ଯକ୍ରମରେ ଯୋଗ ଦେଇ ସମସ୍ତ କର୍ମଚାରୀ ମାନଙ୍କୁ ବିତ୍ତୀୟ ସତର୍କତା ଓ ସଚେତନତା ବିଷୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।