ଅଭ୍ୟୁଦୟ ଜିନ୍ଦଲ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ନୂତନ ସଭାପତି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ୧୦୦ ବର୍ଷ ପୁରାତନ ଅଗ୍ରଣୀ ସଂସ୍ଥା, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଗତକାଲି ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲଙ୍କୁ ଏହାର ବାର୍ଷିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଇସିସିର ନୂତନ ସଭାପତି ଭାବରେ ଘୋଷଣା କରିଛି । ମାନ୍ୟବର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଶ୍ରୀ ପୀୟୁଷ ଗୋୟଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ୨୦୦ରୁ ଅଧିକ ଶିଳ୍ପପତି, ସରକାରୀ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଆଇସିସି ପ୍ରଖ୍ୟାତ ଅଭିନେତ୍ରୀ, ପଦ୍ମଭୂଷଣ ଶ୍ରୀମତୀଶର୍ମିଳା ଟାଗୋରଙ୍କୁ ସମ୍ମାନିତ କରିଥିଲାକରି ଭାରତୀୟ ଚଳଚ୍ଚିତ୍ରଜଗତ ଏବଂ ମନୋରଞ୍ଜନ ଶିଳ୍ପକୁ ତାଙ୍କର ଅସାଧାରଣ ଅବଦାନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲା ।
ଭାରତର ଭବିଷ୍ୟତ ଗଠନରେ ଯୁବ ନେତୃତ୍ୱର ଗୁରୁତ୍ୱଉପରେ ଆଲୋକପାତ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲଙ୍କର ଆଇସିସିର ସଭାପତି ଭାବେ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି ।ଶ୍ରୀ ଗୋୟଲ ଷ୍ଟାର୍ଟଅପ୍ ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରିବା, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପୋଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେବା ପାଇଁ ସେ ଆଇସିସିକୁ ଉତ୍ସାହିତ କରିବା ସହ ଭାରତୀୟ ଯୁବବର୍ଗରେ ନିଯୁକ୍ତି ପାଇଁ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇବାପାଇଁ କହିଥିଲେ । ସେ ପର୍ଯ୍ୟଟନକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ଚିହ୍ନଟ କରି ଭାରତକୁ ଏକ ବିଶ୍ୱସ୍ତରୀୟପର୍ଯ୍ୟଟନ ହବ୍ ଭାବେ ପ୍ରତିଷ୍ଠିତ କରିବା ଏବଂ ସ୍ଥାନୀୟ ପ୍ରତିଭାମାନଙ୍କୁ ଅନ୍ତର୍ଜାତୀୟ ସୁଯୋଗ ସହିତ ଯୋଡ଼ିବା ଲାଗି ଆଇସିସି କୁ ଏହାର ବିଶ୍ୱବ୍ୟାପୀ ଉପସ୍ଥିତିର ଲାଭ ଉଠାଇବା ଲାଗି ଅନୁରୋଧ କରିଥିଲେ
ଭାରତର ଅଭିବୃଦ୍ଧି ସମ୍ଭାବନା ଉପରେ ମନ୍ତବ୍ୟ ଦେଇ ଶ୍ରୀ ଗୋୟଲ କହିଛନ୍ତି, “ଭାରତର ଉପରେ ବର୍ତମାନ ସାରା ବିଶ୍ୱର ନଜର ଏବଂ ଏହା ସମ୍ଭାବନାର ଆଲୋକରେ ପ୍ରଜ୍ଜ୍ୱଳିତ । ଏହି ମୁହୂର୍ତକୁ ହାତେଇବା ଆମ ଉପରେ ନିର୍ଭର କରେ । ସଂସ୍କାର, ପ୍ରଦର୍ଶନ, ଏବଂ ରୂପାନ୍ତର କରି ଏବଂ ଆମର କାହାଣୀକୁ ବିଶ୍ୱଦରବାରରେ ପ୍ରଭାବଶାଳୀ ଭାବରେ ଶିଳ୍ପ ଏବଂ ସରକାର ଉଦୀୟମାନ ମଧ୍ୟବିତଙ୍କ ପାଇଁ ନୂତନ ସୁଯୋଗ ଖୋଲିବାରେ ସହଯୋଗ କରିପାରିବେ ଏବଂ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଜନସମାଜର ଜୀବନଧାରଣ ମାନରେ ଉନ୍ନତି ଆଣିପାରିବେ । ମୁଁ ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ଜୀବନର ଏକ ଭାଗ ଦେଶସେବାରେ ଉତ୍ସର୍ଗୀକୃତ କରିବାକୁ ଅନୁରୋଧ କରିବି । ଏହି ସାମୂହିକ ପ୍ରୟାସ ଆମକୁ ସମୃଦ୍ଧ ତଥା ଜୀବନ୍ତ ଭାରତର ସହଭାଗୀ ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ ।“
ଆଇସିସିର ସଭାପତି ଭାବେ ତାଙ୍କ ନିଯୁକ୍ତି ଅବସରରେ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ ଆଇସିସିର ଭବିଷ୍ୟତ ପାଇଁ ତାଙ୍କ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି କହିଥିଲେ, “ପ୍ରାୟ ଏକ ଶତାବ୍ଦୀ ଧରି ଭାରତର ଆର୍ôଥକ ପରିଦୃଶ୍ୟକୁ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂସ୍ଥା, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ନେତୃତ୍ୱଅବସର ପାଇ ମୁଁ ଅତ୍ୟନ୍ତ କୃତଜ୍ଞ । ଆର୍ôଥକ ଅଭିବୃଦ୍ଧି ଏବଂ ନବସୃଜନ ପାଇଁ ଉତପ୍ରେରକ ଭାବେ ଆଇସିସିର ଭୂମିକାକୁ ସୁଦୃଢ଼ କରିବା ହେଉଛି ମୋର ଦୂରଦୃଷ୍ଟି । ବିଭିନ୍ନ ସେକ୍ଟରଗୁଡିକରେ ମୋର ଅଭିଜ୍ଞତାରୁ ଅଙ୍କନ କରି, ମୁଁ ସଷ୍ଟେନେବଲ ବ୍ୟବସାୟିକ ଅଭ୍ୟାସ ତଥାଅନ୍ତର୍ଭୂକ୍ତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ଏବଂ ବିଶ୍ୱ ଶିଳ୍ପରେ ଭାରତୀୟ ଶିଳ୍ପକୁ ସଶକ୍ତ କରୁଥିବା ନୀତିଗୁଡିକ ପାଇଁ ଓକିଲାତି କରିବାକୁ ଲକ୍ଷ୍ୟ ରଖିଛି । ମିଳିତ ଭାବେ, ଆମେ ୨୦୪୭ ସୁଦ୍ଧା ୩୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ଭାରତର ଟାର୍ଗେଟକୁ ସମର୍ଥନ କରୁଥିବା ଏକ ଶକ୍ତିଶାଳୀ, ଅଧିକ ସ୍ଥିର ଅର୍ଥନୀତି ଗଠନ କରିବୁ ।”
ଶ୍ରୀ ଅଭ୍ୟୁଦୟ ଜିନ୍ଦଲ, ଯିଏକି ନିକଟରେ ଆଇସିସିର ଉପସଭାପତି ଭାବେ ଦାୟିତ୍ୱ ବହନ କରୁଥିଲେ, ବୋଷ୍ଟୋନ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଓ ବିଜନେଶ ମ୍ୟାନେଜମେଂଟରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି । ପ୍ରକଳ୍ପ ପରିଚାଳନା ଓ ଯୋଗାଣ ଶୃଙ୍ଖଳାରେ ଅନେକ ବର୍ଷର ଅଭିଜ୍ଞତା ନେଇ ସେ ଜିନ୍ଦଲ ଷ୍ଟେନଲେସର ଏମଡ଼ି ଭାବେ ବ୍ୟବସାୟକୁ ଏକ ଗତିଶୀଳ, ପ୍ରତିକ୍ରିୟାଶୀଳ ଓ ସଷ୍ଟେନେବଲ କମ୍ପାନୀ ଭାବେ ପରିଣତ କରିଛନ୍ତି । ସମାଜ କଲ୍ୟାଣ ଓ ସ୍ଥାୟୀ ବ୍ୟବସାୟ ଅଭ୍ୟାସକୁ ନେଇ ତାଙ୍କର ପ୍ରତିବଦ୍ଧତା ଭାରତୀୟ ଉତ୍ପାଦନ ଶିଳ୍ପ ଏବଂ ଚାମ୍ବରକୁ ଲାଭାନ୍ୱିତ କରିବ ।
ପଦ୍ମଭୂଷଣ ଶ୍ରୀମତୀ ଶର୍ମିଳା ଟାଗୋରଙ୍କ ଉପସ୍ଥିତି ଦ୍ୱାରା ଏହି କାର୍ଯ୍ୟକ୍ରମ ଆହୁରି ସମୃଦ୍ଧ ହୋଇଥିଲା । କିମ୍ବଦନ୍ତୀ ଅଭିନେତ୍ରୀ ତଥା ସାଂସ୍କୃତିକ ଆଇକନ୍ ଶର୍ମିଲା ଟାଗୋରଙ୍କୁ ଭାରତୀୟ ସିନେମା ଏବଂ ମନୋରଞ୍ଜନ ଶିଳ୍ପକୁ ତାଙ୍କର ଅସାଧାରଣ ଅବଦାନ ପାଇଁ ଲାଇଫ୍ଟାଇମ୍ ଆଚିଭମେଂଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଇଟାଲୀର ରାଷ୍ଟ୍ରଦୂତ, ଶ୍ରୀ ଆଂଟୋନିଓ ବାର୍ଟୋଲିଙ୍କ ସହ ଏକ ଫାୟାରସାଇଡ ଚ୍ୟାଟ୍ ରେ ଭାରତ ଏବଂ ଇଟାଲୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାର ଗୁରୁତ୍ୱ ଉପରେ ବାର୍ତାଳାପ କରାଯାଇଥିଲା ।
ଏହି ଅଧିବେଶନରେ ଆଇସିସିରେ ଅନ୍ୟାନ୍ୟ ନୂତନ ନେତୃବୃନ୍ଦଙ୍କର ମଧ୍ୟ ଆଗମନ ହୋଇଥିଲା । ଶ୍ରୀଯୁକ୍ତ ବ୍ରିଜଭୂଷଣ ଅଗ୍ରୱାଲ ଆଇସିସିର ବରିଷ୍ଠ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ୟାମ ମେଟାଲିକ୍ସର ଉପାଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ଅଗ୍ରୱାଲଙ୍କର ଇସ୍ପାତ ଏବଂ ଫେରୋଆଲୟ ଶିଳ୍ପରେ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି । ଶ୍ରୀ ପାର୍ôଥବ ବିକ୍ରମ ନିଓଟିଆ ଆଇସିସିର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ରିଅଲ୍ ଇଷ୍ଟେଟ୍‌, ସ୍ୱାସ୍ଥ୍ୟସେବା, ଆତିଥେୟତା ଏବଂ ଶିକ୍ଷା କ୍ଷେତ୍ରରେ ଆଗ୍ରହ ଥିବା ଏକ ପ୍ରମୁଖ ଗୋଷ୍ଠୀ ଅମ୍ବୁଜା ନିଓଟିଆଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି । ଶ୍ରୀଯୁକ୍ତ ନିଓଟିଆ ଆଇସିସିର ରଣନୈତିକ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *