ପୂର୍ବତନ ମୁଖ୍ୟମନ୍ତ୍ରୀ ଜନ୍ମଦିନରେ ରକ୍ତଦାନ

ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୮ତମ ଜନ୍ମଦିନ ଅବସରରେ ବ୍ରହ୍ମପୁର ବିଜୁ ପରିବାର ତରଫରୁ ପ୍ରଥମେ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ଦୀପ ଅର୍ପଣ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରେ ଟାଉନ ହଲ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଜୁଜନତା ଦଳର ପୂର୍ବତନ ସଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ବ୍ରହ୍ମପୁର ମେହେର ଶ୍ରୀମତି ସଂଘମିତା ଦଳେଇ, ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପ୍ରଟିନାୟକ, ଏସ. ଏମ. ଆଇ. ଟି ସଭାପଟି ଶ୍ରୀ ଭାଗବାନ ଗନ୍ତାୟତ, ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ l ଏଥିରେ ୧୯୨ ଗୋଟି ରକ୍ତ ସଂଗ୍ରହ କରାଯାଇଥିଲା |