ଜିନ୍ଦଲ ଷ୍ଟେନଲେସ ହାଲୁକା ଓଜନ ବିଶିଷ୍ଟ ସଷ୍ଟେନେବଲ୍ ଷ୍ଟେନଲେସ ଷ୍ଟିଲ କଂଟେନର ଉତ୍ପାଦନ ପାଇଁ ସିଜେ ଡାର୍ସଲ୍ ସହ ଭାଗିଦାରୀ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ୍ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ହାଲୁକା ଏବଂ ସ୍ଥାୟୀ ଇସ୍ପାତ କଣ୍ଟେନର ବିକଶିତ କରିବା ପାଇଁ ଭାରତର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ ପ୍ରଦାନକାରୀ ସିଜେ ଡାର୍ସଲ୍ ଲଜିଷ୍ଟିକ୍ ଲିମିଟେଡ୍ ସହ ଭାଗିଦାରୀ କରିଛି । ଉଚ୍ଚ ଶକ୍ତି ବିଶିଷ୍ଟ ଜେଟି ଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲରେ(ବିଆଇଏସ୍ ୬୯୯୧ ସ୍ପେସିଫିକେସନ୍ ଅନୁଯାୟୀ ଏନ୍୭ ନାମରେ ପରିଚିତ) ନିର୍ମିତ ଏହି କଂଟେନରଗୁଡ଼ିକ ପଲିମର ବ୍ୟାଟେରୀ ଏବଂ ରବର ସମେତ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଡିଜାଇନ୍ କରାଯାଇଛି ।
ଜିନ୍ଦଲ ଷ୍ଟେନଲେସ ପ୍ରତ୍ୟେକ କଂଟେନର ପାଇଁ ୨.୨ ମେଟ୍ରିକ୍ ଟନ୍ ଷ୍ଟେନଲେସ୍ ଷ୍ଟିଲ ଯୋଗାଣ କରିଛି । ଏଥିରେ ପୂର୍ବରୁ ବ୍ୟବହାର କରାଯାଉଥିବା ପାରମ୍ପରିକ କାର୍ବନ ଇସ୍ପାତ ବଦଳରେ ପାର୍ଶ୍ୱ ପାଚେରୀ, ଏଣ୍ଡ୍ ୱାଲ୍, ଛାତରେ ଷ୍ଟେନଲେସ ଷ୍ଟିଲ ବ୍ୟବହୃତ ହୋଇଛି । କଂଟେନରରେ ଅଣ୍ଡରଫ୍ରେମଗୁଡ଼ିକ କଷ୍ଟମାଇଜଡ୍ ଷ୍ଟେନଲେସ ଷ୍ଟିଲ ଟ୍ୟୁବରେ ତିଆରି ହୋଇଛି । ଏହି ପରିବର୍ତନ ଫଳରେ କଂଟେନର ପିଛା ପାଖାପାଖି ୫୦୦ କିଲୋଗ୍ରାମ ଓଜନ ହ୍ରାସ ପାଇଛି, ଯାହା ଫଳରେ କାର୍ଗୋ କ୍ଷମତା ବୃଦ୍ଧି ପାଇଥିଲା, ଇନ୍ଧନ ଦକ୍ଷତାରେ ଉନ୍ନତି ଘଟିଥିଲା ଏବଂ ପରିଚାଳନା ଖର୍ଚ୍ଚ ହ୍ରାସ ପାଇଥିଲା । ଏହାବ୍ୟତୀତ, ଜେଟି ଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲର ଉଚ୍ଚ ମାନ ଏବଂ ଅଗ୍ନି ପ୍ରତିରୋଧୀ କ୍ଷମତା ଯୋଗୁଁ କଣ୍ଟେନରଗୁଡିକର ଉନ୍ନତ ନିରାପତା ଏବଂ ସ୍ଥାୟୀତ୍ୱ ସୁନିଶ୍ଚିତ ହୋଇପାରିଛି
ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, \”ଭାରତର ଅଭିବୃଦ୍ଧିଶୀଳ ଅର୍ଥନୀତିର ମୂଳଦୁଆ ସାଜିଥିବା ଲଜିଷ୍ଟିକ୍ କ୍ଷେତ୍ରରେ ସ୍ଥାୟୀତାର ଆବଶ୍ୟକତା ରହିଛି । ଲଜିଷ୍ଟିକ୍ସ ଏବଂ ଗତିଶକ୍ତିରେ ଷ୍ଟେନଲେସ୍ ଷ୍ଟିଲ୍ ସମାଧାନ ଏକ ସବୁଜ ଭବିଷ୍ୟତ ଦିଗରେ ଏକ ଆଶାଜନକ ମାର୍ଗ ପ୍ରଶସ୍ତ କରିଛି । ଜେଟି ଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲର ବ୍ୟବହାର କେବଳ କଂଟେନରର ଓଜନ ହ୍ରାସ କରେ ନାହିଁ, ବରଂ ଇନ୍ଧନ ଦକ୍ଷତାରେ ଉନ୍ନତି ଆଣିଥାଏ । ସର୍ବନିମ୍ନ ରକ୍ଷଣାବେକ୍ଷଣ ସହିତ ଏକ ଦୀର୍ଘ ଜୀବନକାଳ ସୁନିଶ୍ଚିତ କରେ ଏବଂ ସର୍ବନିମ୍ନ କାର୍ବନ ଫୁଟପ୍ରିଂଟ ସହିତ ସବୁଠାରୁ ସ୍ଥାୟୀ ସମାଧାନ ପ୍ରଦାନ କରେ । ଏକ ନିଷ୍କ୍ରିୟ ଧାତୁ ହୋଇଥିବାରୁ ଷ୍ଟେନଲେସ୍ ଷ୍ଟିଲ୍ କୌଣସି ପଦାର୍ଥ ସହିତ ପ୍ରତିକ୍ରିୟା କରେ ନାହିଁ, ଯାହା ଫଳରେ ପ୍ରଦୂଷିତ ହୁଏ ନାହିଁ । ସିଜେ ଡାର୍ସଲ୍ ସହିତ ଏହି ଭାଗିଦାରୀ ଏକ ସ୍ଥାୟୀ ସମାଧାନ ସୃଷ୍ଟି କରିପାରିବ, ଯାହା ଉଭୟ ଶିଳ୍ପ ଏବଂ ପରିବେଶ ପାଇଁ ଲାଭଦାୟକ ହେବ ।\”
ସଡ଼କ, ରେଳ, ଆକାଶ ଏବଂ ସମୁଦ୍ର ପରିବହନରେ ଏକ ମଜବୁତ ମଲ୍ଟିମୋଡାଲ ଲଜିଷ୍ଟିକ୍ ନେଟୱାର୍କ ସହିତ, ସିଜେ ଡାର୍ସଲ୍ ଏହାର ବିବିଧ କାର୍ଯ୍ୟରେ ଏହି ଷ୍ଟେନଲେସ୍ ଷ୍ଟିଲ କଂଟେନରଗୁଡ଼ିକୁ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ଅଛି । ଏହା ଦ୍ୱାରା ବିଭିନ୍ନ କ୍ଷେତ୍ରର ଗ୍ରାହକମାନେ ନୂତନ କଂଟେନରର ବର୍ଦ୍ଧିତ କାର୍ଗୋ କ୍ଷମତା ଏବଂ ଦୀର୍ଘମିଆଦୀ ଖର୍ଚ୍ଚ ସଂଚୟରୁ ଉପକୃତ ହୋଇପାରିବେ । ମଲ୍ଟିମୋଡାଲ ଲଜିଷ୍ଟିକ୍ସ ପ୍ରତି ସିଜେ ଡାର୍ସଲର ପ୍ରତିବଦ୍ଧତା ରୁଟ୍ ଅପ୍ଟିମାଇଜ୍ କରିବା, ପରିବହନ ଅବଧି ହ୍ରାସ କରିବା ଏବଂ ମୋଟ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରେ । ଯାହା ଫଳରେ କମ୍ପାନୀ ସବୁଜ ଲଜିଷ୍ଟିକ୍ସରେ ଅଗ୍ରଣୀ ହୋଇପାରିଛି ।
ସିଜେ ଡାର୍ସଲ ଲଜିଷ୍ଟିକ୍ସ ଲିମିଟେଡର ଅଧ୍ୟକ୍ଷ, ଶ୍ରୀ ପ୍ରଦୀପ ବଂଶଲ୍ କହିଛନ୍ତି, \”ଏହି ପଦକ୍ଷେପ ଷ୍ଟେନଲେସ୍ ଷ୍ଟିଲର ଶକ୍ତି, ହାଲୁକା ଓଜନ ଏବଂ ସ୍ଥାୟୀତାକୁ ଉପଯୋଗ କରି ଲଜିଷ୍ଟିକ୍ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆଣିଛି । ସବୁଜ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଉଥିବାରୁ ଭାରତୀୟ ଲଜିଷ୍ଟିକ୍ କ୍ଷେତ୍ର ସଷ୍ଟେନେବଲ୍ ଅଭ୍ୟାସକୁ ଅଧିକରୁ ଅଧିକ ଆପଣେଇବାରେ ଲାଗିଛି । ଏହା ଏକ ସବୁଜ ଭବିଷ୍ୟତ ଗଠନ ପାଇଁ ୨୦୭୦ ମସିହା ସୁଦ୍ଧା କାର୍ବନ ନ୍ୟୁଟ୍ରାଲିଟି ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଭିଜନ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ । ଏହି ସହଯୋଗ ମାଧ୍ୟମରେ ଆମେ କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ସାମଗ୍ରୀ ଯୋଗାଣ ବ୍ୟତୀତ ଜିନ୍ଦଲ ଷ୍ଟେନଲେସ୍ ସମଗ୍ର ପ୍ରକଳ୍ପରେ ବ୍ୟାପକ ବୈଷୟିକ ସହାୟତା ପ୍ରଦାନ କରିଛି । ଏଥିରେ ଡିଜାଇନ୍ ପର୍ଯ୍ୟାୟରେ ଫାଇନାଲ ଏଲିମେଂଟ ଆନାଲିସିସ୍ (ଏଫ୍ଇଏ) ଏବଂ ଫ୍ୟାକ୍ଟର ଅଫ୍ ସେଫ୍ଟି (ଏଫ୍ଓଏସ୍) ବିଶ୍ଳେଷଣ, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ବିକଶିତ କରିବା ଏବଂ ସିଜେ ଡାର୍ସଲର ଅନୁମୋଦିତ ବିକ୍ରେତା ଜୟପୁରର କମଲ କୋଚ୍ସରେ ଫେବ୍ରିକେସନ୍ ଟିମକୁ ହ୍ୟାଣ୍ଡସ୍-ଅନ୍ ପ୍ରଶିକ୍ଷଣ ପ୍ରଦାନ କରିବା ଅନ୍ତର୍ଭୁକ୍ତ ଥିଲା । ଓମବ୍ରେ ଷ୍ଟେନଲେସ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ ଅଣ୍ଡରଫ୍ରେମ୍ ପାଇଁ କଷ୍ଟମାଇଜଡ୍ ଷ୍ଟେନଲେସ ଷ୍ଟିଲ ଟ୍ୟୁବ ଯୋଗାଇଛି, ଯାହା ଦ୍ୱାରା ଦୃଢ଼ତା ଏବଂ ସ୍ଥାୟୀତ୍ୱ ବଢ଼ିଛି ।
୩୦ ସେପ୍େଟମ୍ବର ୨୦୨୪ ସୁଦ୍ଧା ସମସ୍ତ ୫୦ଟି କଂଟେନର ସଫଳତାର ସହ ତିଆରି ହୋଇଯାଇଛି । ଜିନ୍ଦଲ ଷ୍ଟେନଲେସ୍ ପୂର୍ବରୁ ଦେଶର ସର୍ବବୃହତ ଇଲେକ୍ଟ୍ରିକ୍ ବସ୍ ନିର୍ମାତା ଜେବିଏମ୍ ଅଟୋ ସହ ଭାଗିଦାରୀ କରି ହାଲୁକା, ଉଚ୍ଚ ଶକ୍ତି ବିଶିଷ୍ଟ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହାର କରି ୫୦୦ରୁ ଅଧିକ ଶକ୍ତି-ଦକ୍ଷ ଇଲେକ୍ଟ୍ରିକ୍ ବସ୍ ଉତ୍ପାଦନ କରିଥିଲା । ଅତୀତରେ ଜେବିଏମ ଅଟୋ ସହ ଏବଂ ବର୍ତମାନ ସିଜେ ଡାର୍ସଲ ସହ ଭାଗିଦାରୀ କରି, ଜିନ୍ଦଲ ଷ୍ଟେନଲେସ୍ ରେଳବାଇ, ଭିତିଭୂମି ସମେତ ପରିବହନ କ୍ଷେତ୍ରରେ ସ୍ଥାୟୀ ଏବଂ ଅଭିନବ ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ।