ବେଦାନ୍ତ ଆଲୁମିନିୟମ ସ୍ଥାୟୀ କୋଇଲା ପରିବହନକୁ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କ ସରଡେଗା-ଭାଲୁମୁଣ୍ଡା ରେଳ ଲାଇନକୁ ପ୍ରଶଂସା କରିଛି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ଭାରତ ସରକାରଙ୍କ ସରଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି କାର୍ଯ୍ୟକାରୀ ହୋଇଛି । ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଦ୍ୱାରା ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଓଡ଼ିଶାର ବେଦାନ୍ତର ଜାମଖାନି ଓ ଘୋଗରପାଲୀ କ୍ୟାପ୍ଟିଭ ଖଣିରୁ ୧୦୦% ରେଳ ଭିତିକ କୋଇଲା ଛାଡ଼ିବା ସହିତ ସଡ଼କ ପରିବହନ ପରିବର୍ତେ ଏହି ପ୍ରକଳ୍ପ ଅଙ୍ଗାରକାମ୍ଳ ପଦଚିହ୍ନ ଓ କୋଇଲା ଲଜିଷ୍ଟିକସ ବ୍ୟୟକୁ ହ୍ରାସ କରିବ । ୩୭ କିମି ବିଶିଷ୍ଟ ରେଳ ଲାଇନ କମ୍ପାନିର କୋଇଲା ଖଣିରୁ କୋଇଲା ପରିବହନକୁ ଶୃଙ୍ଖଳିତ କରିବା ସହ ଦ୍ରୁତ ଲୋଡିଂ ସିଷ୍ଟମ ମାଧ୍ୟମରେ କ୍ରମାଗତ କୋଇଲା ଗୁଣ ଓ ଲଜିଷ୍ଟିକ୍ସକୁ ନିଶ୍ଚିତ କରିବ ।
୨୦୫୦ ସୁଦ୍ଧା ଏହାର ନେଟ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଦିଗରେ କମ୍ପାନିର ବ୍ୟାପକ ରଣନୀତିରେ ଏହି ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଯୋଗାଣ ଶୃଙ୍ଖଳାରେ ଦକ୍ଷତା ବୃଦ୍ଧି,ଯେହେତୁ କମ୍ପାନି ଏକ ସବୁଜ, ଅଧିକ ଉତ୍ସ ଦକ୍ଷ ଭବିଷ୍ୟତ ଦିଗରେ କାର୍ଯ୍ୟ କରୁଛି, ତେଣୁ ଏହି ବିକାଶ ଇନ୍ଧନ ଖର୍ଚ୍ଚ କମ କରିବାରେ ସହାୟତା କରିବ ।
ଏହି ବିକାଶ ପଦକ୍ଷେପ ସଂପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପର ଡ୍ରାଇଭିଂ ପାଇଁ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ, ଯାହା ଆମର ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ । ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ପ୍ରତି ଆମର ପ୍ରୟାସରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଂଟ ହେବ, ସବୁ ଠାରୁ ବଡ଼ କଥା ହେଉଛି ଏହି ଭିତିଭୂମି ଆଂଚଳିକ ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବ ଓ ଜାତୀୟ ଶିଳ୍ପକୁ ଉପକୃତ କରିବା ସହ ନିକଟବର୍ତି ଅଂଚଳରେ ଆର୍ଥିକ ସୁଯୋଗ ସୃଷ୍ଟି ହେବ ।
ରେଳଲାଇନ ପ୍ରକଳ୍ପ ସ୍ଥାନୀୟ ଗୋଷ୍ଠୀଙ୍କ ଲାଗି ବିଶେଷ ଭାବରେ ନିର୍ମାଣ ଓ କାର୍ଯ୍ୟକ୍ଷମତା ପର୍ଯ୍ୟାୟରେ ନୂଆ ନିଯୁକ୍ତି ସମ୍ଭାବନା ଆଣିବ । ପରିବହନ ଦକ୍ଷତା ବୃଦ୍ଧି ଓ ଅଧିକ ପୁଞ୍ଜି ନିବେଶକୁ ଆକର୍ଷିତ କରି ଆଂଚଳିକ ଶିଳ୍ପ ବୃଦ୍ଧିରେ ସହାୟକ ହେବ । ବେଦାନ୍ତ ଆଲୁମିନିୟମର ବାହାରେ ଏହି ପ୍ରକଳ୍ପ ସମଗ୍ର ଅଂଚଳରେ ବହୁ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ସହ ଅର୍ଥନୈତିକ ବିକାଶରେ ସହାୟକ ହେବ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
୰୰୰

Leave a Reply

Your email address will not be published. Required fields are marked *