ଟିପିସିଓଡିଏଲ ପକ୍ଷରୁ କଟକ ସର୍କଲ ପାଇଁ ଏରିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଟଂରର ଶୁଭାରମ୍ଭ

ପ୍ରବାହ ନ୍ୟୁଜ୍‌ : ଟିପିସିଓଡିଏଲ ପକ୍ଷରୁ କଟକ ସହରରେ ୨୪ ଘଣ୍ଟିଆ ସ୍କାଡା ଏନାବଲ୍ଡ ସର୍କଲ ଏରିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଟଂର୍ (ଏପିଏସ୍‌ସିସି)ର ଶୁଭାରମ୍ଭ ହୋଇଯାଇଛି । ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିିନ୍ଦ୍ ସିଂହ ଏହାକୁ ଉଦଘାଟନ କରିଛନ୍ତି ।ଏହି ଅବସରରେ ଶ୍ରୀ ସିଂହ କହିଥିଲେ ଯେ,ଏହି ମାଇଲଖୁଣ୍ଟ ଆମ ସାଂଗଠନିକ ଲକ୍ଷ୍ୟ ଦିଗରେ ସର୍ବୋଚ୍ଚ ମାନର ପରିଚାଳନାଗତ ଉତ୍କର୍ଷତା, ନିରାପତ୍ତା ଏବଂ ବିଶ୍ୱସନୀୟତା ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଗ୍ରାହକ ମାନଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଣ ସୁନିଶ୍ଟିତ କରିବ ।

Leave a Reply

Your email address will not be published. Required fields are marked *