ବାଲିଗୁଡ଼ା ସବ୍ଡିଭିଜନାଲ୍ ଡାକ୍ତରଖାନାରେ ଡାକ୍ତର ମରୁଡି

ଖାଲି ରୋଗୀଙ୍କୁ ଫୁଲବାଣୀ ରେଫର୍
କନ୍ଧମାଳ, ପ୍ରବାହ ନ୍ୟୁଜ୍ : କନ୍ଧମାଳ ଜିଲ୍ଲା ରେ ଦୁଇଟି ସବଡିଭିଜନ ରହିଛି। ବାଲିଗୁଡ଼ା ସବ୍ଡିଭିଜନ ରେ ୯ ଗୋଟି ବ୍ଲକ ଅଛି ଓ ଫୁଲବାଣୀ ସବ୍ଡିଭିଜନ ରେ ତିନୋଟି ବ୍ଲକ୍ ରହିଛି! ଜିଲ୍ଲାରେ ୭୮ ପ୍ରତିଶତ ଲୋକ ଦରିଦ୍ର ସୀମା ରେଖା ତଳେ ଅଛନ୍ତି। ବାଲିଗୁଡ଼ା ଉପଖନ୍ଦୀୟ ଡାକ୍ତରଖାନା ରେ ଘୋର ଅବ୍ୟବସ୍ଥା ଦେଖା ଦେଇଛି। ଡାକ୍ତରଖାନା ରେ ୧୫ ଗୋଟି ଡାକ୍ତର ମଧ୍ୟରୁ ପାଞ୍ଚଜଣ ଏମ ବି ବି ଏସ ଡାକ୍ତର ଅଛନ୍ତି। ମେଡ଼ିସିନସ୍ପେଶିଆଲିଷ୍ଟ , ଓର୍ଥୋପେଡିକ, ପଥୋଲୋଜିଷ୍ଟ, ଗାଇନିକ୍ ସ୍ପେଶିଆଲିଷ୍ଟ, ସ୍କିନ୍ଓ ରେଡ଼ିଓଲୋଜିଷ୍ଟ, ଆଇ ସ୍ପେଶିଆଲିଷ୍ଟ ପଦପୀ ଦିର୍ଘ୍ ଦିନ ଧରି ଖାଲି ରହିଛି। କେବଳ ଶିଶୁ ବିଶେଷଜ୍ଞ ଚାରି ଦିନରେ ଥରେ ଫୁଲବାଣୀରୁ ଆସୁଛନ୍ତି। ଫଳରେ ରୋଗୀ ଚିକିତ୍ସା ନ ପାଇ ରୋଗୀ ହନ୍ତସନ୍ତ ହେଉଛନ୍ତି। ରୋଗୀଙ୍କୁ ଆସୁ ଚିକିତ୍ସା କରି ଫୁଲବାଣୀ କୁ ରେଫର କରାଯାଉଛି। ରୋଗୀଙ୍କୁ ସୁଦୂର ୭୨ କିମି ଫୁଲବାଣୀ ସଦମହକୁମା ହସ୍ପିଟାଲ କୁ ଯିବାକୁ ପଡୁଛି। ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ସମସ୍ୟା ନେଇ ବାଲିଗୁଡ଼ା ମାନ୍ୟବର ବିଧାୟକ ଶ୍ରୀ ଚକ୍ର ମଣି କହଁର ଜିଲ୍ଲା ପରିଷଦ ରେ ପ୍ରଶ୍ନ ଉଠାଇଥିଲେ।

ରୋଗୀ ର ମୃତ୍ୟୁ ହେଲେ ଶବ ନେବା ପାଇଁ ଅସୁବିଧା ହେଉଛି। ଶବ ନେବା ପାଈଁ ବଡ କଷ୍ଟରେ ଗାଡ଼ି ମିଲିଲେବି ଡ୍ରାଇଭର ସମସ୍ୟା ରହିଛି ବୋଲି ବିଧାୟକ ଶ୍ରୀ କହଁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ବିଭିନ୍ନ ସମୟରେ କରିଥିଲେ ମଧ୍ୟ ସୁଫଳ ମିଳି ପାରିନାହିଁ। ବାଲିଗୁଡା ଡାକ୍ତର ଖାନା ର କୋଠାବାଡ଼ି ଓ ଯନ୍ତ୍ରପାତି ଚକା ଚକ କାଫେ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଅଲଟ୍ରା ସାଉଣ୍ଡ ଓ ସିଟିସ୍କାନ ନାହିଁ। ତୁରନ୍ତ ଖାଲି ପଡ଼ିଥିବା ବିଶେଷଜ୍ଞ ପଦବୀ ପୂରଣ କରିବା ପାଇଁ ଓ ସମସ୍ତ ରୋଗୀଙ୍କୁ ରେଫର କରାନଯାଇ ଉତ୍ତମ ଚିକିତ୍ସା ପ୍ରଦାନ କରିବାକୁ ସର୍ବସାଧାରଣରେ ପ୍ରବଳ ଦାବୀ ହେଉଛି।