ନୂଆଦିଲ୍ଲୀରେ ଅନୁଷ୍ଠିତ ଶକ୍ତି ସମ୍ମିଳନୀରେ ‘ସ୍କେଲ ଜିଆଇଏସ’ ମୂତୟନ ପାଇଁ ଟିପିସିଓଡିଏଲ ସମ୍ମାନୀତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ନୂଆଦିଲ୍ଲୀରେ ଅନୁଷ୍ଠିତ ୟୁସି୨୦୨୪-ଇଏସ୍ଆରଆଇ ଇଣ୍ଡିଆ ୟୁଜର୍ ସମ୍ମିଳନୀ ‘ଶକ୍ତି
ଶିଖର ସମ୍ମିଳନୀ: ଜିଆଇଏସ୍ ସହ ୟୁଟିଲିଟିଙ୍କ ସଶକ୍ତୀକରଣ’ରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି
ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ସମ୍ମାନିତ କରାଯାଇଛି ।
ଗତ ଚାରି ବର୍ଷ ମଧ୍ୟରେ ଟିପିସିଓଡିଏଲ ପକ୍ଷରୁ ଉଭୟ ସହରାଚଂଳ ଓ ଗ୍ରାମାଚଂଳରେ ବ୍ୟାପକ ଭାବେ ଭୌଗଳିକ ସୂଚନା ବ୍ୟବସ୍ଥା
(ଜିଆଇଏସ୍) ମୂତୟନ କରାଯାଇଛି ।
ଇଏସ୍ଆରଆଇ ଜିଆଇଏସ୍ ସଫ୍ଟଓୟାରକୁ ବ୍ୟବହାର କରି ଟିପିସିଓଡିଏଲ ପକ୍ଷରୁ ସଫଳତାର ଏହାର ସମସ୍ତ ୩୩/୧୧ କେଭି
ସବଷ୍ଟେସନ, ୧୧/୦.୪ କେଭି ବଂଟନ ସବଷ୍ଟେସନ, ଇଏଚ୍ଟି, ଏଚ୍ଟି ଓ ଏଲ୍ଟି ଗ୍ରାହକମାନଙ୍କ ସମେତ ୩୦ ହଜାର ବର୍ଗ
କିଲୋମିଟରର ବ୍ୟାପକ ଅଂଚଳରେ ୩୩ କେଭି, ୧୧ କେଭି ଓ ଏଲ୍ଟି ଓଭରହେଡ ଓ ଭୂତଳ ନେଟୱର୍କକୁ ସଫଳତାର ସହ ମ୍ୟାପିଂ
କରାଯାଇଛି ।
ଏସ୍ଏପି ଆଇଏସ୍ୟୁ, ଏସ୍ଏପି ସିଆରଏମ୍, ମିଟର ତଥ୍ୟ ପରିଚାଳନା (ଏମଡିଏମ୍) ବ୍ୟବସ୍ଥା, ନେଟୱର୍କ ପ୍ଲାନିଂ ସଫ୍ଟଓୟାର, ଏନର୍ଜି
ଅଡିଟ ଆପ୍ଲିକେସନ, ଆଡଭାନ୍ସଡ ଡିଷ୍ଟ୍ରିବ୍ୟୁସନ ମ୍ୟାନେଜମେଂଟ ସିଷ୍ଟମ (ଏଡିଏମ୍ଏସ୍) ଓ ପରମିଟ ଟୁ ୱାର୍କ (ପିଟିଡବ୍ଲୁ)
ମ୍ୟାନେଜମେଂଟ ସିଷ୍ଟମ ଭଳି ବିଭିନ୍ନ ଏଂଟରପ୍ରାଇଜ ଆପ୍ଲିକେସନ ସହ ସମନ୍ୱୟରୁ ଜିଆଇଏସ୍ର ଲାଭ ମିଳିବା ଆରମ୍ଭ ହୋଇଥିଲା ।
ୟୁସି ୨୦୨୪ ସମ୍ମିଳନୀରେ ‘ଟିପିସିଓଡିଏଲରେ ଜିଆଇଏସ୍ ବ୍ୟବହାର କରି ପରିଚାଳନାରେ ଆଦର୍ଶ ପରିବର୍ତନ’ ଶିୀର୍ଷକ
ଟିପିସିଓଡିଏଲର ଜିଆଇଏସ କାର୍ଯ୍ୟକାରିତାକୁ ଉପସ୍ଥାପନ କରାଯାଇଥିଲା । ଇଏସ୍ଆରଆଇ ହେଉଛି ଜିଆଇଏସ୍ ସଫ୍ଟଓୟାରର ଏକ
ଅଗ୍ରଣୀ ସଂସ୍ଥା ଯାହା ଟିପିସିଓଡିଏଲର ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ସ୍ୱୀକୃତି ପ୍ରଦାନ କରିଛି । ଟିପିସିଓଡିଏଲରେ ଜିଆଇଏସ୍ ମୁଖ୍ୟ ଧ୍ରୁବ ବାନାର୍ଜୀ
ଟିପିସିଓଡିଏଲ୍ ଟିମ୍ ତରଫରୁ ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ମାନ୍ୟତା ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘ଆମର ବ୍ୟାପକ ଜିଆଇଏସ୍ ମୂତୟନକୁ ମାନ୍ୟତା
ପ୍ରଦାନ କରାଯାଇଥିବାରୁ ଆମେ ଗର୍ବିତ ଯାହା ଉଭୟ ସହରାଚଂଳ ଓ ଗ୍ରାମାଚଂଳରେ ବ୍ୟାପକ ଭୌଗଳିକ ଆକାର ଦୃଷ୍ଟିରୁ ସ୍ୱତନ୍ତ୍ର ।
ଇଏସ୍ଆରଆଇ ଜିଆଇଏସ୍ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରିବା ଦ୍ୱାରା ପରିଚାଳନା ଦକ୍ଷତାରେ ଉନ୍ନତି ହୋଇଥିବା ବେଳେ
୩୦,୦୦୦ ବର୍ଗ କିଲୋମିଟର ଅଂଚଳରେ ଆମ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଇପାରିଛି । ଏହି ସଫଳତା ବିଦ୍ୟୁତ ବଂଟନ
କ୍ଷେତ୍ରରେ ଉତ୍କର୍ଷ ହାସଲ ଓ ଅଭିନବ ପ୍ରଯୁକ୍ତି ଗ୍ରହଣ ଓ ମୂତୟନ ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ।’’