ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ପ୍ରପର୍ଟି ଏକ୍ସପୋ – ୨୦୨୪ ର ଆୟୋଜନ

ପ୍ରବାହ ନ୍ୟୁଜ୍‌ , ରାଜ୍ୟରେ ସର୍ବବୃହତ ଗୃହ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)  ଦ୍ଵାରା ଗତ ସେପ୍ଟେମ୍ବର ମାସ ୮ ତାରିଖ ଦିନ, ପ୍ରପର୍ଟି ଏକ୍ସପୋ – ୨୦୨୪ ର ଆୟୋଜନ ହୋଇଥିଲା| ଏହା ୟୁନିଟ୍ -୧ ରେ ସ୍ଥିତ ଭୁବନେଶ୍ୱର ମୁଖ୍ୟ ଶାଖା ପରିସରରେ ସକାଳ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା |

ଏହି ପ୍ରଦର୍ଶନୀରେ ୩୦ଟି ପ୍ରତିଷ୍ଠିତ ଗୃହ ନିର୍ମାଣକାରୀ ସଂସ୍ଥା ସେମାନଙ୍କର ନୂତନ ତଥା ଆଗାମୀ ସ୍ୱୀକୃତପ୍ରାପ୍ତ ହାଉସିଂ ପ୍ରୋଜେକ୍ଟ ସବୁ ପ୍ରଦର୍ଶନ କରିଥିଲେ। ପ୍ରାୟ ୧୬୬ ଟି ଏସବିଆଇ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଏହି ଏକ୍ସପୋ ମାଧ୍ୟମରେ ଗୋଟିଏ ମଞ୍ଚ ତଳେ ପ୍ରଦର୍ଶନ କରାଯାଇଥିଲା |

ଏହି ଏକ୍ସପୋର ଲକ୍ଷ୍ୟ ଥିଲା ଜନସାଧାରଣଙ୍କ ସ୍ୱପ୍ନର ଘର ଚୟନ ଏବଂ ତାହାର ମାଲିକାନା ହେବାର ପ୍ରତ୍ୟାଶାକୁ ପୂରଣ କରିବା |

ଏହି ପ୍ରଦର୍ଶନୀର ଉଦ୍ଘାଟନ ଏସବିଆଇ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରର ସିଜିଏମ୍ ଶ୍ରୀ ଦିନେଶ ପୃଥି ଏବଂ ଶ୍ରୀ ପୋନ୍ନାବାଲମ୍ ଏମ୍, ଜିଏମ୍ ଙ୍କ ଦ୍ଵାରା ସମ୍ମାନିତ ବିଲଡର୍ସଙ୍କ ଉପସ୍ଥିତିରେ ହୋଇଥିଲା। 

ଏହି ପ୍ରଦର୍ଶନୀରେ ବହୁ ସଂଖ୍ୟକ ଜନସାଧାରଣ, ପ୍ରତିଷ୍ଠିତ ଇଲେକ୍ଟ୍ରୋନିକ୍ ଏବଂ ପ୍ରେସ୍ ମିଡିଆ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *