ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସ୍କୁଲ ରୂପାନ୍ତରୀକରଣ

ପ୍ରବାହ ନ୍ୟୁଜ୍ : ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ପ୍ରୟାସ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ଏବଂ ଡିଜିଟାଲ ସାକ୍ଷରତା ସ୍ତର ଉପରେ ଗଭୀର ପ୍ରଭାବ ପକାଇଛି । ପ୍ରକଳ୍ପ ବିଦ୍ୟାଗ୍ରହ ଓ ବେଦାନ୍ତ ମିନି ସାଇନ୍ସ ସେିଂଟର ଭଳି ପଦକ୍ଷେପ ତଥା ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସହଯୋଗ ମାଧ୍ୟମରେ କମ୍ପାନି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିରେ ନୂଆ ମାନଦଣ୍ଡ ସ୍ଥାପନ କରୁଛି ।
ପ୍ରକଳ୍ପ ବିଦ୍ୟାଗ୍ରହ: ଶିକ୍ଷାଗତ ପ୍ରଦର୍ଶନରେ ଏକ ଡିଜିଟାଲ ଲମ୍ଫ
ଝାରସୁଗୁଡ଼ାର ୧୦୬ଟି ହାଇସ୍କୁଲରେ ଆରମ୍ଭ ହୋଇଥିବା ପ୍ରକଳ୍ପ ବିଦ୍ୟାଗ୍ରହ ଝାରସୁଗୁଡ଼ାରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଗଣିତ, ଇଂରାଜୀ ଏବଂ ବିଜ୍ଞାନ ବିଷୟ ପାଇଁ ଏକ ୱେବ-ଆଧାରିତ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ଶିକ୍ଷଣୀୟ ସମ୍ବଳ ପ୍ରଦାନ ଉପରେ ଏହି ଇ-ଲର୍ଣ୍ଣିଂ ପଦକ୍ଷେପ ଗୁରୁତ୍ୱାରୋପ କରୁଛି ଏବଂ ବର୍ତମାନ ସୁଦ୍ଧା ଏହା ବେଶ ପ୍ରଭାବଶାଳୀ ଫଳାଫଳ ହାସଲ କରିଛି । ଚଳିତ ବର୍ଷ ରାଜ୍ୟ ବୋର୍ଡ ପରୀକ୍ଷାରେ ବିଦ୍ୟାଗ୍ରହ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୭ଟି ବିଦ୍ୟାଳୟ ମଧ୍ୟରୁ ୬ଟି ଶତ ପ୍ରତିଶତ ପାସ୍ ହାର ହାସଲ କରିଥିବା ବେଳେ ଗୋଟିଏ ସ୍କୁଲ ୯୭.୭୦ ପ୍ରତିଶତ ପାସ୍ ହାର ହାସଲ କରିଛି । ଏହାବ୍ୟତୀତ ୫୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଡିଷ୍ଟିଙ୍କସନ ହାସଲ କରିଥିବା ବେଳେ ଜଣେ ବିଦ୍ୟାର୍ଥୀ ୯୨% ନମ୍ବର ରଖି ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ବେଦାନ୍ତ ଝାରସୁଗୁଡ଼ାର ୧୦୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ସକ୍ରିୟ ସଂପୃକ୍ତିରୁ ଏହି ପ୍ରକଳ୍ପ ଉପକୃତ ହୋଇଛି । ସେମାନେ ସେମାନଙ୍କର ବୃତିଗତ ଦକ୍ଷତା ଏବଂ ସମୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଗୋଷ୍ଠୀ ନିୟୋଜନ ଏବଂ ଶିକ୍ଷଣୀୟ ସୁଯୋଗ ସୃଷ୍ଟି କରିଛନ୍ତି । ପ୍ରକଳ୍ପର ସଫଳତା ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ କହିଛନ୍ତି ଯେ ପ୍ରକଳ୍ପ ବିଦ୍ୟାଗ୍ରହ କର୍ପୋରେଟ୍ ଓ ଶିକ୍ଷାକ୍ଷେତ୍ର ମଧ୍ୟରେ ଏକ ସଫଳ ସହଯୋଗର ଉଦାହରଣ ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସଫଳତା ଓ କ୍ୟାରିୟର ସମ୍ଭାବନାକୁ ଯଥେଷ୍ଟ ଉନ୍ନତ କରୁଛି ।
ବେଦାନ୍ତ ମିନି ସାଇନ୍ସ ସେଂଟର: ଷ୍ଟେମ୍ ମାଧ୍ୟମରେ ବଢ଼ାଉଛି ଉତ୍କଣ୍ଠା
ଝାରସୁଗୁଡ଼ାର ୫ଟି ବିଦ୍ୟାଳୟରେ ଖୋଲାଯାଇଥିବା ବେଦାନ୍ତ ମିନି ସାଇନ୍ସ ସେଣ୍ଟରଗୁଡ଼ିକ ସ୍କୁଲରେ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ) ଶିକ୍ଷାରେ ବୈପ୍ଳବିକ ପରିବର୍ତନ କରୁଛନ୍ତି । ଆଂଚଳିକ ଭାଷାରେ ଇଣ୍ଟରଆକ୍ଟିଭ୍ ମଡେଲ୍ ଏବଂ ଶିକ୍ଷଣୀୟ ସାମଗ୍ରୀ ଥିବା ଏହି କେନ୍ଦ୍ରଗୁଡ଼ିକ ପ୍ରତ୍ୟକ୍ଷ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବୁଝାମଣାକୁ ବଢ଼ାଇଛି । ଦେବଧି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଣୟ କୁମାର ପଟେଲ କହିଛନ୍ତି ଯେ ମିନି ସାଇନ୍ସ ସେଂଟର ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ବିଜ୍ଞାନରେ ଅଂଶଗ୍ରହଣକୁ ଯଥେଷ୍ଟ ବୃଦ୍ଧି କରିଛି ଯାହା ଉତ୍ସୁକତା ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି ।
କମ୍ପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ: ଡିଜିଟାଲ ବିଭାଜନକୁ ଦୂର କରିବା
ବେଦାନ୍ତର କମ୍ପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ ଗ୍ରାମାଚଂଳରେ ରହୁଥିବା ତଥା ଶିଖିବାର ସୀମିତ ସୁଯୋଗ ପାଉଥିବା ଯୁବକଯୁବତୀମାନଙ୍କ ମଧ୍ୟରେ ଡିଜିଟାଲ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରୁଛି । ଝାରସୁଗୁଡ଼ାରେ ତିନୋଟି କେନ୍ଦ୍ର ସହିତ ଏହି କାର୍ଯ୍ୟକ୍ରମରେ ମୌଳିକ କମ୍ପ୍ୟୁଟର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଛି । ଏହା ଏହି ଡିଜିଟାଲ ଯୁଗରେ ଗୁରୁତ୍ୱପୂର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ କରୁଛି । କୁରେବଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଘାସିଆ ମେହେର କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଯୁଗ ପାଇଁ ପ୍ରସ୍ତୁତ କରିବା, ସେମାନଙ୍କ ଶିକ୍ଷଣୀୟ ଅଭିଜ୍ଞତା ଏବଂ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ।
ବୁଦ୍ଧି ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଡୁ ଇଟ୍ ୟୁରସେଲଫ (ଡିଆଇୱାଇ) କିଟ୍ : ଭବିଷ୍ୟତ ଦିଗରେ ଏକ ପଦକ୍ଷେପ
ସିଆରଏଏନ୍ ଏଆଇ ସଲ୍ୟୁସନ୍ ସହଯୋଗରେ ବେଦାନ୍ତ ଝାରସୁଗୁଡ଼ା ଝାରସୁଗୁଡ଼ାର ଦୁଇଟି ସିବିଏସ୍ଇ ସ୍କୁଲରେ ବୁଦ୍ଧି ଏଆଇ ଡିଆଇୱାଇ କିଟ୍ ପ୍ରଚଳନ କରିଛି । ଏହି ଅଭିନବ କିଟ୍ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ସହଜରେ ବୁଝିବା, ସିବିଏସ୍ଇ ପାଠ୍ୟକ୍ରମ ସହ ସଂଯୋଗ କରିବା ଏବଂ ଯୁବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ସମସ୍ୟା ସମାଧାନ ଦକ୍ଷତାକୁ ବଢ଼ାଇବାରେ ସହାୟକ ହେବ । ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷକ ପି.କେ ପଣ୍ଡା କହିଛନ୍ତି ଯେ ବୁଦ୍ଧିଏଆଇ କିଟ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଯାହା କୃତ୍ରିମ ବୁଦ୍ଧିମତା ଭିତ୍ତିକ ଉପକରଣଗୁଡ଼ିକୁ ଆମ ଶିକ୍ଷା ଢାଂଚାରେ ସମନ୍ୱିତ କରି ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ଭିତ୍ତିକ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି ।
ଏହି ସବୁ ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଶିକ୍ଷାଗତ ଫଳାଫଳ ବୃଦ୍ଧି କରୁଛି । ଏହି ପ୍ରତ୍ୟେକ ଯତ୍ନର ସହ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟକ୍ରମ ପ୍ରତିଭାକୁ ସମୃଦ୍ଧ କରିବା, ବ୍ୟବଧାନ ଦୂର କରିବା ଏବଂ ଏକ ଚମତ୍କାର ଓ ସର୍ବଦା ବିକଶିତ ବିଶ୍ୱ ପାଇଁ ଆବଶ୍ୟକ ଦକ୍ଷତା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ସୂଚାଉଛି ।