ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଖୋର୍ଦ୍ଧା ଗସ୍ତ ଓ ବିଭିନ୍ନ ଶିଳ୍ପାଞ୍ଚଳ ପରିଦର୍ଶନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଳ୍ପାଞ୍ଚଳ ପରିଦର୍ଶନ କରିଛନ୍ତି । ମାନ୍ୟବର ବିଧାୟକ ଖୋର୍ଦ୍ଧା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କ ସହ ଖୋର୍ଦ୍ଧାର ଶିଳ୍ପାଞ୍ଚଳ ପରିଦର୍ଶନ କରିବା ସହ ଏହି ଅଞ୍ଚଳକୁ ସାଧାରଣ ଭିତ୍ତିଭୂମି ପ୍ରବେଶ ସମ୍ପର୍କରେ ଆଲୋଚନା କରିଥିଲେ । ତ ।ଙ୍କର ପରିଦର୍ଶନ ସମୟରେ ଶିଳ୍ପାଞ୍ଚଳ ପାର୍କ ମଧ୍ୟରେ ଥିବା ବିଭିନ୍ନ ପ୍ରକାର ୟୁନିଟ୍‌ ଯଥା ଏସ୍‌.ଏସ୍‌.ଏସ୍‌ ଗ୍ରୁପ୍‌ ଇଣ୍ଡୋନିଶିନ୍‌ ଏବଂ କୋକାକୋଲା
ଗ୍ରୁପ୍‌ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକଙ୍କୁ ଚାକିରି ସୁଯୋଗ ଦେବାକୁ ସେ ଶିଳ୍ପଗୁଡ଼ିକୁ ଏକରକମ ବାଧ୍ୟ କରିବା ପାଇଁ ଜିଲ୍ଲାର ଆଇଟିଆଇ ଓ ପଲିଟେକ୍‌ନିକ୍‌ରୁ ଦକ୍ଷ କୁଶଳୀ ମାନବସମ୍ବଳ ନିଯୁକ୍ତି ପାଇଁ ଜୋର ଦେଇଥିଲେ । ଏହାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମାନ୍ୟବର ମନ୍ତ୍ରୀ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ
ଶ୍ରୀ ପ୍ରଦୀପ କୁମାର ସାହୁ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଓ ଶିଳ୍ପ ବିଭାଗ ଓ ଇଡ୍‌କୋର ବରିଷ୍ଠ କାର୍ଯ୍ୟକର୍ତ୍ତା, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଖୋର୍ଦ୍ଧାଠାରେ ଶିଳ୍ପ ଓ ଶିଳ୍ପାଞ୍ଚଳ ବିକାଶ ପାଇଁ ଲୋକମାନଙ୍କର ଆଗ୍ରହ ଓ ଦାବି ସମ୍ବନ୍ଧରେ ଜଣାଇଥିଲେ । ସେଥିପାଇଁ ଇଡ୍‌କୋ କାଳିବେଟି, ମୁଣ୍ଡାମ୍ବା, ହଳଦୀପଦା, ବେଗୁନିଆ ଆଦି
ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଶିଳ୍ପାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଜାରି ରଖିଛି ବୋଲି କହିଥିଲେ । ମୁଣ୍ଡାମ୍ବାଠାରେ ଫୁଡ୍‌ ପ୍ରୋସେସିଂର ୧୫ ଗୋଟି ୟୁନିଟ୍‌ ଆବଣ୍ଟନ କରିବା ସହ ବରୁନ୍‌ ବେଭରେଜ୍‌ କାର୍ଯ୍ୟ ଆରମ୍ଭ କରିବା ଶେଷ କରିଲାଣି ବୋଲି ସୂଚନା ଦେଇଥିଲେ । ସେହିପରି କାଳିବେଟିଠାରେ ନିର୍ଦ୍ଧିଷ୍ଟ ଭାବେ ବୟନଶିଳ୍ପ ପାର୍କ ଗଢ଼ିଉଠିବ ବୋଲି ସେ କହିଥିଲେ । ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ ଖୋର୍ଦ୍ଧା, ଭୁବନେଶ୍ୱର, ଜଟଣୀ, ବେଗୁନିଆ, ବୋଲଗଡ଼, ଟାଙ୍ଗୀ ଇତ୍ୟାଦିଠାରେ ଶିଳ୍ପ ପାଇଁ ଆବଣ୍ଟିତ ହୋଇଥିବା ବିଭିନ୍ନ ଜମି ବ ଷି ୟରେ ସବିଶେଷ ତଥ୍ୟ ରଖିଥିଲେ ।

ବିଭିନ୍ନ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକମାନେ ଖୋର୍ଦ୍ଧା ଅଞ୍ଚଳରେ ଶିଳ୍ପାଞ୍ଚଳ ବିକାଶର ସରକାରଙ୍କ ପ୍ରଚେଷ୍ଟାକୁ ଖୁବ୍‌ ପ୍ରଶଂସା କରିଥିଲେ ଓ ସାଧାରଣ ଜନତାଙ୍କ ସହଯୋଗ ପାଇଁ ସମର୍ଥନ ଯୋଗାଇଦେବା ସହ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଥିଲେ । ସେମାନେ ମଧ୍ୟ ଜିଲ୍ଲାରେ ଆବଣ୍ଟିତ ଜମିର ତନ୍ନ ତନ୍ନ ପରୀକ୍ଷା କରିବା ସହ ଏହାର ଫଳପ୍ରଦ ସୁପରିଚାଳନା ଉପରେ ଗୁରୁତ୍ୱାରୋପ
କରିଥିଲେ । ମାନ୍ୟବର ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଏବଂ ଆରମ୍ଭ ହେବାକୁ ଥିବା ଶିଳ୍ପ ପର୍କ ସମ୍ପର୍କରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଶିଳ୍ପନିବେଶ ପାଇଁ ଖୋର୍ଦ୍ଧା ବେଶ୍‌ ଉନ୍ନତ ଅଞ୍ଚଳ । ଏଠାରେ ଶିଳ୍ପ ସମ୍ଭାବନା ରହିଛି ଏବଂ ଭବିଷ୍ୟତରେ ଏହା ଦେଶର ଏକ ଶିଳ୍ପାଞ୍ଚଳ ହବ୍‌ରେ ପରିଣତ କରାଇପାରିବ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ଯେ ଏଠାରେ
୬,୪୦୦ କୋଟି ନିବେଶରେ ୧୫ଟି ନୂଆ ଶିଳ୍ପ ପ୍ୟାଚ୍‌ ଚିହ୍ନଟ ହୋଇଛି । ଯାହାଦ୍ୱାରା ୧୩,୦୦୦ ଯୁବକଯୁବତୀ ରୋଜଗାର ସୁବ ଧି । ପାଇପାରିବେ । ସେ ଏହି ଅବ ସର ରେ ପାର୍କିଂ, ସୁର କ୍ଷା ବ୍ୟବ ସ୍ଥା, ଶକ୍ତି-ଆତ୍ମନିର୍ଭର ଶୀଳତା ଓ ୱାଟରଲଗିଂ ଆଦି କ୍ଷେତ୍ରଗୁଡ଼ିକରେ ସ୍ଥାନୀୟ ପ୍ରଶାସନ ଆଗୁଆ ଓ ଇଡ୍‌କୋ ପଦକ୍ଷେପ ନେବାକୁ କହିଥିଲେ । ସେ କହିଥିଲେ ଯେ ଉଭୟ ଫୁଡ୍‌ ପ୍ରୋସେସିଂ ଓ ଟେକ୍ସଟାଇଲ୍‌ କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇଦେବ । ମନ୍ତ୍ରୀ ଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧା ତ ଥା ଓଡ଼ିଶା ଦେ ଶର ଏକ ହବ୍‌ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *