ବଡ଼ବିଲ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଯୁବଦକ୍ଷତା ଦିବସ ପାଳିତ

ବଡ଼ବିଲ/ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବିଡ଼ବିଲ ସହରରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ଚଳିତ ମାସ ୧୫ ତାରିଖ ସୋମବାର ଦିନ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର କମ୍ପାନୀର ମାନବ ସମ୍ବଳ ମୁଖ୍ୟ ତଥା ଆଇଏମସି ଚେୟାରମ୍ୟାନ ଆଶିଷ ରଞ୍ଜନ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ରୁଙ୍ଗଟା ମାଇନ୍ସ କମ୍ପାନୀର ସହ ପରିଚାଳକ ଆନନ୍ଦ ଚରଣ ସାହୁ , ଆରିୟା ଷ୍ଟିଲ ପ୍ଲାଣ୍ଟ ସି ଏସ ଆର ମୁଖ୍ୟ ଅମ୍ବିକା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଉକ୍ତ ସଭାଟିକୁ ଅନୁଷ୍ଠାନର ଅଧକ୍ଷ ଶ୍ରୀ ବିଶି ଅତିଥି ପରିଚୟ କରାଇଥିବା ବେଳେ ଅନୁଷ୍ଠାନର ପ୍ରଶିକ୍ଷକ ମାନିନୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ବିଜ୍ଞାନ ଯୁଗରେ ବୈଷୟିକ ଶିକ୍ଷାର ନିତ୍ୟାନ୍ତ ଜରୁରୀ , ଯୁଗ ବଦଳିବା ସହିତ ଶିଳ୍ପ ସଂସ୍ଥା ଗୁଡିକ କମ ଖର୍ଚରେ ଉନ୍ନତ ମାନର ପଦାର୍ଥ ପ୍ରସ୍ତୁତି କିଭଳି କରିହେବ ଓ ଏହାର ବଜାର ଚାହିଦା ସମ୍ପର୍କରେ ରୁଙ୍ଗଟା କମ୍ପାନୀର ସହ ପରିଚାଳକ ଶ୍ରୀ ସାହୁ ଆଲୋକପାତ କରିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ସଭାର ମୁଖ୍ୟ ଆକର୍ଷଣ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର କମ୍ପାନୀର ମାନବ ସମ୍ବଳ ଅଧିକାରୀ ଆଶିଷ ରଞ୍ଜନ ମହାନ୍ତି ଶବିଶେଷ ଆଲୋଚନା କରିଥିଲେ । ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ନିତ୍ୟାନ୍ତ ଜରୁରୀ । ଦେଶରେ ଜନସଂଖ୍ୟା ବୃଦ୍ଧି ହେତୁ ଆବଶ୍ୟକତା କୁ ନଜରରେ ରଖି ଆମେ ଗଛ କାଟି ଦେଉଛନ୍ତି ସତ କିନ୍ତୁ କେହି ଗଛଟିଏ ଲଗାଉ ନାହାନ୍ତି । ଆଗାମୀ ପିଢ଼ିକୁ ସୁନ୍ଦର ବାର୍ତ୍ତା ଦେବାକୁ ଯାଇ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି , ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସାହୁ ଓ ସମସ୍ତ ଛାତ୍ରଛାତ୍ରୀ ଅନୁଷ୍ଠାନ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ । ଶେଷରେ ଅନୁଷ୍ଠାନର ସହକାରୀ ଶିକ୍ଷା ନିବିଷ ଗୌର ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *