ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ରଥଯାତ୍ରା ଜାତୀୟ ସେବା ଶିବିର ତା୦୫ା୦୭ା୨୦୨୪ ରିଖ ଠାରୁ ତା୦୯.୦୭.୨୦୨୪ ରିଖ ପର୍ଯ୍ୟନ୍ତ ପୁରୀ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହୋଇଅଛି । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ସ୍କାଉଟ, ଗାଇଡ୍ ଉକ୍ତ ସେବା ଶିବିରରେ ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇଛନ୍ତି ।
ବିଶେଷ କରି ଶ୍ରୀଗୁଣ୍ଡିଚା ଦିନ ସ୍କାଉଟ, ଗାଇଡ୍, ରୋଭର ଓ ରେଞ୍ଜରମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ସହରର ବିଭିନ୍ନ ଜାଗାରେ ଯାନବାହାନ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବଣ୍ଟନ, ସେମାନଙ୍କ ଉପରେ ଜଳସିଞ୍ଚନ, ପ୍ରାଥମିକ ଚିକିତ୍ସା ପ୍ରଦାନ, ସ୍ୱଚ୍ଛ ଭାରତ ଅଭିଯାନ ଆଦି ବିଭିନ୍ନ ସେବା ଯୋଗାଇ ଦେଇଥିଲେ ।
ଏହିସେବା କାର୍ଯ୍ୟ ନବଯୌବନ ଦର୍ଶନଠାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ଜାରି ରହିବବୋଲି କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି ।