ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି : ସମ୍ବିତ ପାତ୍ର

ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି । ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । କଳିଙ୍ଗର ରାଜା ହେଉଛନ୍ତି ସ୍ୱଂୟ ଜଗନ୍ନାଥ । ଶ୍ରୀମନ୍ଦିରର ରଥ ସିଂହାସନରେ ବସି ସେ ସାରା ବିଶ୍ୱକୁ ସମ୍ଭାଳୁଛନ୍ତି । ଆହୁରି କହିଛନ୍ତି, ପ୍ରତିବର୍ଷ ମହାପ୍ରଭୁ ଜଗନ୍ନାଥ ରଥ ସିଂହାସନ ଛାଡ଼ି ରଥଯାତ୍ରାରେ ବାହାରକୁ ଆସନ୍ତି । ଭକ୍ତଙ୍କୁ ଆସି ଭେଟନ୍ତି, ଏହା ହି ଗଣତନ୍ତ୍ରର ବଡ଼ ଉଦାହରଣ । ଗଜପତି ମହାରାଜା ଯିଏ ରାଜା ସିଏ ରଥରେ ଛାଡ଼ୁ ମାରନ୍ତି । ସଫେଇ କର୍ମଚାରୀ ସଦୃଶ୍ୟ ଜଗନ୍ନାଥଙ୍କ ସେବା କରନ୍ତି । ସେଥିପାଇଁ ଓଡ଼ିଶାରେ ଜାତି ପ୍ରଥା ନାହିଁ ବୋଲି ଦୋହରାଇଛନ୍ତି ସମ୍ବିତ । ସେପଟେ ଆଜି ଲୋକସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଆଉ ତାପୂର୍ବରୁ ବସିଛି ଉକ୍ତ ସଂସଦୀୟ ଦଳ ବୈଠକ । ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏନଡିଏର ଏହି ଗୁରୁିବପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଛ । ବିଜେପି ଓ ସହଯୋଗୀ ଦଳର ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି । ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ଥରେନ୍ଦ୍ର ମୋଦିଙ୍କ ସଂସଦରେ ଏହା ପ୍ରଥମ ଅଭିଭାଷଣ । ତା ସହ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ମୋଦି ଆଜି କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ଥେଇ ସରକାରଙ୍କୁ ଘେରିଥିଲେ । ତା ସହ ରାହୁଲଙ୍କ ‘ହିନ୍ଦୁ ହିଂସା’ ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଛି ।