ସଂସଦରେ ଉଠିଲା ପୁରୁଣା ପେନ୍ସନ୍ ଦାବି
ଭୁବନେଶ୍ୱର : ଆଜି ଲୋକସଭା ସଂସଦ ଭବନରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ଅଭିଭାଷଣ ଅବସରରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦେଶରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଦେଶରେ ପୁରୁଣା ପେନ୍ସନ୍ ଲାଗୁ କରିବା ପାଇଁ ମତ ରଖିଥିଲେ । ଏହା ଆଲୋଚନା ନ ହୋଇ ରହିପାରିବ ନାହିଁ ଏବଂ ଭୀମ୍ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜି ମଧ୍ୟ ସଂସଦରେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ଲାଗୁ ହେବା ନିହାତି ଦରକାର ।
ପ୍ରକାଶଥାଉକି, ଦେଶର ସାଢେ ତିନି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ବୃହତ୍ ଭୋଟ୍ ୨୦୨୪ ନିର୍ବାଚନରେ ରାଜ୍ୟ ଏବଂ ଦେଶରେ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍ସନ୍ ଉଚ୍ଛେଦ କରି ନୂତନ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ ରୁ ୪୦ ବର୍ଷ ଚାକିରୀ କରି ଅବସର ପରେ ୧୦୦୦ ରୁ ୨୦୦୦ ଟଙ୍କା ପେନ୍ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍ସନ୍ ପୂର୍ବପରି ପାଉଛନ୍ତି । ଏବେ ସିକିମ୍ ରାଜ୍ୟର କର୍ମଚାରୀଙ୍କ ପାଇଁ ଏନ୍.ପି.ଏସ୍. କିମ୍ବା ଓ.ପି.ଏସ୍. ଭିତରୁ ଗୋଟିଏ ଚୟନ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ । ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍ସନ୍ ଉପରେ ଅନୁଧ୍ୟାନ କରାଯାଇଛି । ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନୁହେଁ ଆମକୁ ଅବିକଳ ପୁରୁଣା ପେନ୍ସନ୍ ଦରକାର । ଏଥିମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ, ସିକିମ୍ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ପୁରୁଣା ପେନ୍ସନ୍ ଲାଗୁ କରିଛନ୍ତି । ଏନ୍.ଏମ୍.ଓ.ପି.ଏସ୍. ଓଡ଼ିଶା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସଭାପତି ବିଜୟ ମଲ୍ଲ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ସଂଯୋଜକ ଇତ୍କାର ଅହମ୍ମଦ, ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ, ବିକ୍ରମ ରଥ, ବ୍ରହ୍ମାନନ୍ଦ ମହାରଣା, ଖଗେନ୍ଦ୍ର ପାଲ୍, ସୁରେଶ ପଟ୍ଟନାୟକ, ସୁନୀଲ୍ ପ୍ରଧାନ, ଶ୍ରୀକାନ୍ତ ବାରିକ, ବିମଳ ଚୌଧୁରୀ, ବିନୋଦ କୁମାର ବଳ, ଅଜୟ ଧଳ, ସୁରେଶ ପ୍ରଧାନ, ଉପସଭାପତି କ୍ଷୀତିଶ ପଣ୍ଡା, ସୁଶାନ୍ତ କୁମାର ବେହେରା, ଅନିତା ବେହେରା, ସୁଚିସ୍ମିତା ଦାସ, ଅଶ୍ୱିନୀ ଦାସ, ବିଭୂପ୍ରସାଦ ସାହୁ, ଗୁରୁ ଗୋବିନ୍ଦ ଦଳାଇ, ଲଲାଟେନ୍ଦୁ ମହାପାତ୍ର, ପ୍ରିୟବ୍ରତ ନାୟକ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ସୁଧାଂଶୁ ପୁହାଣ, ସୁକନ୍ୟା ମହୁରୀ, ପ୍ରଦୀପ ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶୁଭ୍ରଜିତ୍ ପ୍ରତିହାରୀ, ମହାଦେବ ସେଠୀ, କୋଷାଧ୍ୟକ୍ଷ ରଶ୍ମିରଂଜନ ପାଢୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ନାରାୟଣ ସ୍ୱାଇଁ, ଅମର ଜୁମର ପ୍ରତାପ, ଅନ୍ତର୍ଯ୍ୟାମୀ ଲେଙ୍କା, କଲ୍ୟାଣୀ ରାଉତ, ମନୋଜ କୁମାର ଦାସ, ରବିନ୍ଦ୍ର ପ୍ରଧାନ, ସୁଜିତ୍ ପାଢୀ, ଜୋନ୍ ସମ୍ପାଦକ ଅକ୍ଷୟ ମଲ୍ଲିକ, ବି.ଏନ୍. ଭୋଇ, ଅଡିଟର ମଳୟ ଜେନା, ମିଡ଼ିଆ ସମ୍ପାଦକ ଶିବ ଶଙ୍କର ସାହୁ, ବବ୍ଲୁ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।