ଅଭିଯୁକ୍ତ ଥାନାରୁ ଫେରାର

ନୂଆପଡା : ଅଭିଯୁକ୍ତ ଥାନା ରୁ ଫେରାର, ପୁଲିସ ଅଭିଯୁକ୍ତ କୁ ଧରିବା ପାଇଁ ଅପରେସନ ଜାରି,
ନୂଆପଡା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ମୁରଲୀବାହାଲ ଗାଁ ର ଅଭିଯୁକ୍ତ ଜଳନ୍ଧର ବାଗ ଜଣେ ଅଚିହ୍ନା ଯୁବତୀ ଙ୍କୁ ନେଇ ନିଜ ଘରେ ରଖିଥିଲେ/ ଅଭିଯୁକ୍ତ ଯୁବତୀ ଙ୍କ ଶହ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ହେଲେ ଯୁବତୀ ଜଣକ ଖରାପ ସଂପର୍କ ରଖିବା ପାଇଁ ବିରୋଧ କରୁଥିଲେ ଅନ୍ୟପକ୍ଷେ ଅଭିଯୁକ୍ତ ଯୁବତୀ ଙ୍କୁ ମାଡ଼ମରିବା ନେଇ ମହିଳା ମାନେ ଅଭିଯୋଗ କରିଛନ୍ତି /
ଚଳିତ ମାସ ୨୯ତାରିଖ ଦିନ ଅଭିଯୁକ୍ତ ଯୁବତୀ ଙ୍କୁ ମାଡ଼ମାରି ଲହୁଲୌହଣ କରିଥିଲେ ଯୁବତୀ ଜଣକ ସହି ନପାରି ସ୍ଥାନୀୟ ମହିଳା ମାନଙ୍କୁ ସହଯୋଗ ମାଗିଥିଲେ ଉଭୟ ମହିଳାଓ ଯୁବତୀ ମିଶି ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଏନେଇ ଅଭିଯୋଗ କୁ ଭିତ୍ତି କରି ଲଖନା ପୁଲିସ ଟିମ ଅଭିଯୁକ୍ତ ଘରେ ପହଞ୍ଚି ଥିଲେ ପ୍ରଥମେ ପୁଲିସ ଟିମ ଯୁବତୀ ଙ୍କୁ ଉଦ୍ଧାର କରିଥିଲେ ପରେ ଅଭିଯୁକ୍ତ ଥାନା କୁ ନେବା ପାଇଁ ଚେଷ୍ଟା କରିଥିଲେ ହେଲେ ଅଭିଯୁକ୍ତ ଜଣକ ପୁଲିସ କୁ ଧରିବା ପାଇଁ ନାକେଦମ କରିଥିଲା କିଛି ସମୟ ପରେ ପୁଲିସ ଅଭିଯୁକ୍ତ କୁ ଧରି ଗାଡ଼ିରେ ଭର୍ତ୍ତି କରି ଥାନା କୁ ଅଣାଯାଇଥିଲା ପରେ ଅଭିଯୁକ୍ତ ଙ୍କ ଦେହ ଅସୁସ୍ଥ ହେବାପରେ ଜିଲ୍ଲା ଚିକତ୍ସାଲୟ କୁ ଅଣା ଯାଇଥିଲା ଅଭିଯୁକ୍ତ ଙ୍କ ଦେହ ସୁସ୍ଥ ହେବାପରେ ପୁଣି ଥାନା କୁ ଅଣାଯାଇଥିଲା ଅଭିଯୁକ୍ତ କୁ ଲଖନା ଥାନା ରାତିସାରା ରଖାଯାଇଥିଲା/
ବୁଧବାର ସକାଳୁ ଅଭିଯୁକ୍ତ ଶୌଚ ଯିବି କହି ଅଭିଯୁକ୍ତ ପୁଲିସ ଠକି ଥିଲା ଦାୟିତ୍ୱ ରେ ଥିବା ପୁଲିସ କର୍ମଚାରୀ ବିଶ୍ୱାସ କରି ବାତରୁମ ଆଡ଼କୁ ଛାଡି ଦେଇଥିଲେ ହେଲେ ଅଭିଯୁକ୍ତ ଥାନାରୁ ଫେରାର ମାରିବା ପାଇଁ ମୌକା ମିଳିଥିଲା ଏବଂ ପୁଲିସ କୁ ଚଖମା ଦେଇ ଅଭିଯୁକ୍ତ ଲଖନା ଥାନା ରୁ ଫେରାର ମାରିଥିଲେ /ସାଙ୍ଗେସାଙ୍ଗେ ପୁଲିସ କର୍ମଚାରି ମାନେ ମଧ୍ୟ ଅଭିଯୁକ୍ତ କୁ ଧରିବା ପାଇଁ ତଦନ୍ତ ଚଳାଇଛନ୍ତି,
ଲଖନା ପୁଲିସ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଚାରିଆଡ଼େ ଲୋକ ଲଗେଇଛନ୍ତି,ହେଲେ ଅଭିଯୁକ୍ତ ଙ୍କ ପତ୍ତା ମିଳୁନାହି /
ଲଖନା ପୁଲିସ ଉପରେ ବର୍ତମନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଥାନା ରେ ଏତେ ସୁରକ୍ଷା ଥାଇ ମଧ୍ୟ ସହଜରେ ଅଭିଯୁକ୍ତ ଫେରାର ମାରିବା ଲଖନା ପୁଲିସ ଉପରେ ସନ୍ଦେହ ସୃଷ୍ଟି କରାଯାଉଛି /
ଅଭିଯୁକ୍ତ ଙ୍କ ସୁରକ୍ଷା ପାଇଁ କେଉଁ ପୁଲିସ କର୍ମଚାରୀ ଦାୟିତ୍ୱ ରେ ଥିଲେ ଅନ୍ୟପକ୍ଷେ ଅଭିଯୁକ୍ତ ଫେରାର ମାରିବାରେ ପୁଲିସ ର ହାତ ଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି, ଅଭିଯୁକ୍ତ ଫେରାର ମାରିବାରେ ଲଖନା ପୁଲିସ ର ମୁଣ୍ଡବିନ୍ଧା ବଢିଯାଇଛି/
ଥାନା ରୁ ଅଭିଯୁକ୍ତ ଫେରାର ମାରିବାରେ ଥାନା ଅଧିକାରୀ କାହାକୁ ଦୋଷ ଦେବେ ସେନେଇ ମଧ୍ୟ ଚର୍ଚ୍ଚା,ହଇଛି
ଏନେଇ ଲଖନା ଥାନା ଅଧିକାରୀ ଦୁର୍ଗାମାଧବ ବାଗ କୁ ଫୋନ ରେ ଯୋଗଯୋଗ କରିଥିଲୁ ହେଲେ ଥାନା ଅଧିକାରୀ ଙ୍କ ଫୋନ ଅଫ ରହିଛି, ଅନ୍ୟ ପୁଲିସ କର୍ମଚାରି ଙ୍କୁ ମଧ୍ୟ ଯୋଗାଯୋଗ କରିଥିଲୁ ହେଲେ କୌଣସି ପୁଲିସ କର୍ମଚାରୀ ମୁହଁ ଖୋଲୁନାହାନ୍ତି,
ଅଭିଯୁକ୍ତ କୁ ଥାନା ରେ କାହିଁକ ଅଟକ ରଖାଯାଇଥିଲା ତାହା କାରଣ ଅସ୍ପଷ୍ଟ,ରହିଛି
ଯେ ପର‌୍ୟ୍‌ଯନ୍ତ ଲଖନା ପୁଲିସ ମୁହଁ ଖୋଲିବ ନାହିଁ ଘଟଣା ର ସତ୍ୟଶତ ଜଣାପଡିବ ନାହିଁ,

Leave a Reply

Your email address will not be published. Required fields are marked *

You may have missed