ସନ୍ତରଗଡିଆ ରେ ବିଜେପି ର ବିଶାଳ ଯୁବ ସମାବେଶ
ନୀଳଗିରି; ନିର୍ବାଚନ ର ରଣ ଦୁନ୍ଦୁଭି ବାଜି ସାରିଛି। ନୀଳଗିରି ରେ ତାର ସବୁଠୁଁ ବେଶି ପ୍ରଭାବ ପରିଲକ୍ଷିତ ହୋଇଛି।ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ, ଆଂଚଳିକ ଦଳ ବିଜେଡ଼ି ଓ ଜାତୀୟ ଦଳ ବିଜେପି ର ପ୍ରାର୍ଥୀ ଦୁଇ ଜଣ ଙ୍କ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗତ କାଲି ବିଜେଡ଼ି ପଞ୍ଚଲିଙ୍ଗେଶ୍ଵର ରେ ଯୁବ ସମାବେଶ କରିଥିବା ବେଳେ,ଆଜି ବିଜେପି ପକ୍ଷରୁ, ସନ୍ତରାଗଡ଼ିଆ ଠାରେ,୬ ହଜାର ରୁ ଉର୍ଦ୍ଧ୍ବ
ଯୁବକଙ୍କୁ ନେଇ,ଏକ ବିଶାଳ ଯୁବ ସମାବେଶ ଅନୁଷ୍ଠିତ ହୋଇଥିବା ଦେଖାଯାଇଛି।ଉକ୍ତ ସମାବେଶ ରେ ଯୋଗ ଦେବା ପାଇଁ,ଆଜି ପୂର୍ବାହ୍ନ ୧୧ ଘଟିକା ରେ ,କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ବସ ଷ୍ଟାଣ୍ଡ ରେ ପହଂଚି ଥିଲେ । ସେଠାରେ,ଯୁବ ବିଜେପି ବହୁ କର୍ମକର୍ତ୍ତା, ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ଖଟୁଆ, ଉଭୟ ଙ୍କୁ ଭବ୍ୟ ସ୍ଵାଗତ କରି,୧ ହଜାର ରୁ ଉର୍ଦ୍ଧ୍ବ,ଏକ ମୋଟର ସାଇକେଲ ରାଲୀ ସନ୍ତରାଗଡ଼ିଆ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।ସେଠାରେ ବିଶାଳ ଯୁବ ସମାବେଶ କୁ ଦେଖି, ସେମାନଙ୍କୁ ଉଦବୋଧନ ଦେବା ଅବସର ରେ,କେନ୍ଦ୍ର ରେଳ ମନ୍ତ୍ରୀ, ଶ୍ରୀ ବୈଷ୍ଣବ, କହି ଥିଲେ,ଏହି ବିଶାଳ ଯୁବ ସମାବେଶ ରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି, ନୀଳଗିରି ଯୁବକ ମାନଙ୍କ ର ଅନେକ ଶ୍ରଦ୍ଧା ଓ ବିଶ୍ୱାସ ପ୍ରତାପ ନନା ଓ ସନ୍ତୋଷ ଭାଇ ଙ୍କ ପ୍ରତି ରହିଛି।ଏହି ଶ୍ରଦ୍ଧା ଓ ବିଶ୍ବାସ କୁ , ଆଗାମୀ ଜୁନ ୧ ତାରିଖ ରେ ,ପ୍ରତାପ ନନା ଙ୍କୁ ଗୋଟିଏ ପଦ୍ମ ଫୁଲ ଓ ସନ୍ତୋଷ ଭାଇଙ୍କୁ ଗୋଟିଏ ପଦ୍ମ ଫୁଲ ଚିହ୍ନ ରେ ମୋହର ମାରି, ବିପୁଳ ସଂଖ୍ୟାରେ ଜିତାଇବା ପାଇଁ, ଉପସ୍ଥିତ ହଜାର ହଜାର ଯୁବକ, ଯୁବତୀ ଓ ସମସ୍ତ ବିଜେପି ର କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଏଥି ନିମନ୍ତେ ଆୟୋଜିତ ସଭାରେ, ସାଂସଦ ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଖଟୁଆ ନିଜ ନିଜ ବକ୍ତବ୍ୟ ରେ , ଉଭୟ ଙ୍କୁ ପଦ୍ମ ଫୁଲ ଚିହ୍ନ ରେ ମୋହର ମାରି ଜିତାଇବା ସହିତ କେନ୍ଦ୍ରରେ ଜସ୍ଵସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ, ନିବେଦନ କରିଥିଲେ। ଉକ୍ତ ଯୁବ ସମାବେଶ ଆୟୋଜିତ ସଭା ମଞ୍ଚ ରେ, ଅନ୍ୟ ମାନଙ୍କ ମଧ୍ୟରେ, ବିଜେପି ର କେନ୍ଦ୍ରୀୟ ସଂଯୋଜକ ଭୈରବ ଶର୍ମା, ପଞ୍ଚଲିଙ୍ଗେଶ୍ଵର ମଣ୍ଡଳ ସଭାପତି ବଳରାମ ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, କାଣ୍ଡଗରଡି ସରପଞ୍ଚ ରାଜେନ୍ଦ୍ର ରାଉତ,ଈଶ୍ୱରପୁର ସରପଞ୍ଚ ସାଧନା ମଳିକ, ଡି.ଏନ୍. ପୁର ସମିତି ସଭ୍ୟା ପଦ୍ମଜା କାନୁନଗୋ , ନୀଳଗିରି ନିର୍ବାଚନ ମଣ୍ଡଳୀ ସଂଯୋଜକ କରୁଣାକର ପଣ୍ଡା ଓ ନିର୍ବାଚନ ମଣ୍ଡଳୀ ପ୍ରଭାରୀ କମଳ ଲୋଚନ ମହାନ୍ତି ଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସମ୍ମିଳନୀ ପରିଚାଳନା ରେ ଉପସ୍ଥିତ ରହି ସହଯୋଗ କରିଥିବା ଦେଖାଯାଇଛି।