ଦୁର୍ଘଟଣାରେ ଆହତ ମହିଳାଙ୍କୁ ମେଡିକାଲରେ ଆଡମିଟ କଲେ ଅଂଶୁମାନ 

0
IMG-20240515-WA0032

ଆଳି – ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆସୁଥିବା ବେଳେ କଟକ -ଚାନ୍ଦବାଲି ରାସ୍ତାର ଆଳି ସିଙ୍ଗିରି ନିକଟରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ପାଇଥିଲେ l ଜଣେ ମହିଳା ଆହତ ଅବସ୍ଥାରେ ପଡ଼ିଥିବା ଦେଖି ସେ ସଙ୍ଗେସଙ୍ଗେ ଗାଡ଼ିରୁ ଓଲ୍ହାଇ ଦୁର୍ଘଟଣା ସ୍ଥଳକୁ ଯାଇ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ମହିଳା ଭଗବତୀ ଦାସଙ୍କୁ ନିଜ ଗାଡ଼ିରେ ଆଣି ଆଳି ମେଡିକାଲରେ ଆଡ଼ମିଟ କରିବା ପରେ ରାଜକନିକା ଅଭିମୁଖେ ଯାଇଥିଲେ l ଅଂଶୁମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ କାରରେ ମହିଳାଙ୍କୁ ମେଡିକାଲରେ ଆଡ଼ମିଟ କରିବା ଘଟଣାକୁ ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି l 

Leave a Reply

Your email address will not be published. Required fields are marked *