ଅନ୍ନପୂର୍ଣ୍ଣା ଫାଇନାନ୍ସରେ ୬୦୦ କୋଟି ନିବେଶ

ଭୁବନେଶ୍ୱର: ପିରାମଳ ଗ୍ରୁପ୍‌ର ପାଣ୍ଠି ପରିଚାଳନା ଶାଖା ପିରାମଳ ଅଲ୍‌ଟରନେଟିଭ୍‌ସ ପକ୍ଷରୁ ଅଗ୍ରଣୀ ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇ ଅନ୍ନପୂର୍ଣ୍ଣା ଫାଇନାନ୍ସରେ ୬୦୦ କୋଟି ଟଙ୍କା ନିବେଶ ବିଷୟରେ ଘୋଷଣା କରାଯାଛି । କମ୍ପାନି ସେୟାରର ମାଧ୍ୟମିକ ଖରିଦ ଏବଂ ଟାୟାର-୨ ପୁଞ୍ଜି ପ୍ରଦାନ କରି ଏହି ନିବେଶ କରିଛି । ଏହି ଢାଂଚାଗତ ପୁ୍‌ଞ୍ଜି କମ୍ପାନିର ପରିଚାଳନା ଅଧୀନ ସମ୍ପତିରେ ଉନ୍ନତି ଆଣିବାରେ ସହାୟକ ହେବ ।
ଅନ୍ନପୂର୍ଣ୍ଣା ଫାଇନାନ୍ସ ହେଉଛି ଓଡ଼ିଶାର ଏକ ଅଗ୍ରଣୀ ମାଇକ୍ରୋଫାଇନାନ୍ସ କମ୍ପାନି ଯାହାର ପରିଚାଳନା ଅଧୀନ ସଂପତି ପରିମାଣ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ୧.୨୫ ବିଲିଅନ୍ ଡଲାର ରହିଛି । ଏକ ସର୍ବଭାରତୀୟ ସଂସ୍ଥା ଭାବେ ଏହାର ଉପସ୍ଥିତି ୨୦ଟି ରାଜ୍ୟରେ ଥିବା ବେଳେ ଏହା ଏମ୍‌ଏସ୍‌ଏମ୍‌ଇ ଫାଇନାନ୍ସ ମଧ୍ୟ ପ୍ରଦାନ କରୁଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ୧୩୭୨ ଶାଖାର ନେଟ୍‌ୱର୍କ ରହିଛି ।
ପିରାମଳ ଅଲ୍‌ଟରନେଟିଭ୍‌ସର ସିଇଓ କଳପେସ୍ କିକାନି କହିଛନ୍ତି ଯେ, “ଏକ ରିଟେଲ୍ ସଂପତି ବର୍ଗ ଭାବେ ଗତ ଦଶନ୍ଧିରେ ମାଇକ୍ରୋଫାଇନାନ୍ସ ବାର୍ଷିକ ୩୨ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିଛି ଏବଂ ଏହାର ଉଚ୍ଚ ଅଭିବୃଦ୍ଧି ବଜାୟ ରହିବା ଆଶା କରାଯାଉଛି । ଏହା ଅର୍ଥନୈତିକ ବିକାଶରେ ସହାୟକ ହୋଇଥିବା ବେଳେ ଦେଶ ଅଭିବୃଦ୍ଧିର ମୁଳଦୁଆ ସାବ୍ୟସ୍ତ ହୋଇଛି ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସମୃଦ୍ଧିକୁ ସଶକ୍ତ କରୁଛି । ଅନ୍ନପୂର୍ଣ୍ଣା ଭଳି ଏକ ସଂସ୍ଥା ବିବିଧ ଚକ୍ର ଦେଇ ଆଗକୁ ବଢ଼ିଥିବା ବେଳେ ଅଭିବୃଦ୍ଧି ସୁଯୋଗ ହାସଲ କରିବା ଲାଗି ଭଲ ସ୍ଥିତିରେ ରହିଛି । ଏହି ପ୍ରତିଶ୍ରୁତିପୂର୍ଣ୍ଣ କ୍ଷେତ୍ରରେ ଅନ୍ନପୂର୍ଣ୍ଣାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପିରାମଳ ଅଲ୍‌ଟରନେଟିଭ୍‌ସରେ ଆମେ ପ୍ରତିବଦ୍ଧ ରହିଛୁ ।’’
ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ, “ପିରାମଳ ଅଲ୍‌ଟରନେଟିଭ୍‌ସର ଅଭିବୃଦ୍ଧି ପୁଞ୍ଜି ବ୍ୟବସାୟରେ ବିବିଧତା ଆଣିବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରିବ ଏବଂ ପ୍ରମୁଖ ବଜାରରେ ଆମ ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବ । ମାଇକ୍ରୋ ଫାଇନାନ୍ସରେ ଋଣ ପରିମାଣ କମ୍ କରିବା ଓ ସଠିକ୍ ପୁଞ୍ଜି ଓ ସହଯୋଗୀ ସହିତ ଆମେ ଲାଭଦାୟକ ଅଭିବୃଦ୍ଧି କାହାଣୀ ରଚନା କରିବୁ । ଆର୍ଥିକ ସେବା କ୍ଷେତ୍ରରେ ପିରାମଳର ଦୃଢ଼ ବିଶେଷତା ପାଇଁ ପିରାମଳ ସହ ସହଯୋଗୀ ହୋଇଥିବାରୁ ଆମେ ଉତ୍ସାହିତ ଏବଂ ଆମେ ଆମ ପରବର୍ତୀ ପିଢ଼ିର ଅଭିବୃଦ୍ଧି ଯାତ୍ରା ଆରମ୍ଭ କରୁଥିବା ବେଳେ ଏହାର ସମ୍ବଳ ଓ ଦକ୍ଷତାକୁ ବ୍ୟବହାର କରିବ ଯାହା ଦ୍ୱାରା ଆମେ ଆଗକୁ ବଢ଼ିବାକୁ ଏବଂ ଗ୍ରାହକଙ୍କ ଜୀବନରେ ପ୍ରଭାବ ସୃଷ୍ଟି କରିବାକୁ ଚାହୁଛୁ ଏବଂ ସବୁଜ ଉତ୍ପାଦ ପ୍ରଦାନ କରି ପରିବେଶ ସଂରକ୍ଷଣ କରିବାକୁ ଚାହୁଛୁ ।’’
ଅନ୍ନପୂର୍ଣ୍ଣା ପାଇଁ ୟୁନିଟସ୍ କ୍ୟାପିଟାଲ୍ ସ୍ୱତନ୍ତ୍ର ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *

You may have missed