କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମହାଲଢ଼େଇ

ବୈଜୟନ୍ତ ଓ ଅଶୁଂମାନଙ୍କୁ ଟକ୍କର ଦେବେ ସିିଦ୍ଧାର୍ଥ
ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳିର ତିନି ଦଳର ପାର୍ଥୀ ଘୋଷଣା ସରିଛି । ବିଜେଡିରୁ ଅଶୁଂମାନ ମହାନ୍ତି, ବିଜେପିରୁ ବୈଜୟନ୍ତ ପଣ୍ଡା ଓ କଂଗ୍ରେସରୁ ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କ ନାମ ଘୋଷଣା ହୋଇଛି । ବୈଜୟନ୍ତ ପଣ୍ଡା ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ବିଜେପି ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଅଶୁଂମାନ ମହାନ୍ତି କେନ୍ଦ୍ରାପଡ଼ାରେ କଂଗେସରେ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ । କିଛି ଦିନପୂବେ ସେ କଂଗ୍ରେସରୁ ଇସ୍ତପା ଦେଇ ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ତାଙ୍କୁ ସେଠାରୁ ଲୋକସଭା ପ୍ରାର୍ଥୀ କରିଛି । ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ ଏହି କିଛି ଦିନ ତଳେ କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟକରି ଟିକେଟ ମଧ୍ୟ ଦେଇଛି ।
କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଣକଂଗ୍ରେସ ଭାବେ ପରିଚିତ । ଏହି କ୍ଷେତ୍ରରୁ ଇଂ ଦାସ ଦୁଇ ମହାରଥୀଙ୍କୁ ଟକ୍କର ଦେବାକୁ ଯାଉଛନ୍ତି । ଇଂ ଦାସ କେନ୍ଦ୍ରାପଡ଼ାରେ ଲେମ୍ବୁ ମଣିଷ ଭାବେ ଘରେ ଘରେ ପରିଚିତ । ର୍ଦୀଘ ୫ ବର୍ଷ ହେବ ଇଂ ଦାସ ତଳସ୍ତରରୁ ସଂଗଠନ କରୁଛନ୍ତି । ଘରେ ଘରେ ଲେମ୍ବୁ କାର୍ଯ୍ୟକ୍ରମରେ ସେ ପ୍ରତିପରିବାରକୁ ଲେମ୍ବୁ ଚାରା ବାଣ୍ଟିଛନ୍ତି ଏବଂ ସେ ଚାରାର ଯତ୍ନ ନେବାପାଇଁ ବିଭିନ୍ନ ସଭାସମିତି କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଲେମ୍ବୁ ଚାରାରୁ ଫଳ ହେବା ପର୍ଯ୍ୟନ୍ତ ସମସ୍ତ ଦାଇତ୍ୱ ଇଂ ଦାସ ନେଇଥିଲେ । ତେଣୁ କେନ୍ଦ୍ରାପଡ଼ାର ଗାଁରୁ ସହର ପର୍ଯ୍ୟନ୍ତ ଲେମ୍ବୁ ମଣିଷ ଭାବେ ପରିଚୟ ସୃଷ୍ଠି କରିଛନ୍ତି ।
ଇଂ ଦାସଙ୍କୁ କଂଗ୍ରେସର ଦୁଇଜଣ ପୁରୁଣା ଟାଣୁଆ ନେତା ଖୋଦ୍ ଅଶୁଂମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ତାଙ୍କୁ କଂଗ୍ରେସରେ ମିଶାଇଥିଲେ । ସେହି ଦୁଇଜଣ କ୍ଷମତା ଲୋଭ ପାଇଁ କଂଗ୍ରେସ ଛାଡ଼ି ଆଜି ବିଜେଡିରେ । ସେହି ଦୁଇ ଜଣଙ୍କୁ କେନ୍ଦ୍ରାପଡ଼ାର ଜନସାଧାରଣ କେତେ ଗ୍ରହଣ କରିବ ବା ନକରିବେ ତାହା ସମୟ କହିବ । ଖୋଦ୍ ଅଶୁଂମାନ ମହାନ୍ତି ଆଜି ଶ୍ରୀ ଦାସଙ୍କର ପ୍ରତିଦ୍ୱନ୍ଦ୍ୱି ଭାବେ ଠିଆ ହୋଇଛନ୍ତି । ରାଜନୀତିରେ ଏସବୁ ସାଧାରଣ କଥା ।
ସମସ୍ତ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ପାଇଁ କାମ କରିବି । କେନ୍ଦ୍ରାପଡ଼କୁ ଯେପରି କେହି ଜଣେ ବ୍ୟକ୍ତି ଦାଦନ ଖଟିବାକୁ ନଯାଆନ୍ତି ସେଥିପାଇଁ କାର୍ଯ୍ୟ କରାଯିବ । କେନ୍ଦ୍ରାପଡ଼ାରେ ନିଯୁକ୍ତି ମାଧ୍ୟମରେ ପ୍ରତି ପରିବାରକୁ ସ୍ୱାଭିମାନ ଓ ସ୍ୱାଭଲମ୍ବଶୀଳ କରାଯିବ । ଲଢ଼ୁଆ କେନ୍ଦ୍ରାପଡ଼ା ମାଟିକୁ ବିକାଶଶୀଳ ଓ ସମୃଦ୍ଧିଶୀଳ କରାଯିବ । କେନ୍ଦ୍ରାପଡ଼ାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିବି । କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗ,ଭଲପାଇବା ଓ ସହାନଭୁତି ମୋ ପ୍ରେରଣାର ଉତ୍ସ । ସେମାନଙ୍କ ସୁଖଃଦୁଖଃର ସାଥିହୋଇ ସେବା କରିବି ।
ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ