ସାର୍ବଜନୀକ ସ୍ଥାନରେ ଧାର୍ମିକ ପରମ୍ପରାର ପାଳନ ଓ ଇସଲାମ୍‌ରେ ଏହାର ବ୍ୟବସ୍ଥା

ଇସଲାମ୍ ଏହାର ଅନୁଗାମୀ ମାନଙ୍କୁ ଦୈନିକ ପାଂଚଥର ନମାଜ ପଢିବାକୁ ନିର୍ଦ୍ଦେଶ ଦେଇଥାଏ ଏବଂ ଏହା ସହିତ ସମାଜର ଅନ୍ୟମାନଙ୍କ ସହିତ ସମ୍ମାନସ୍ପଦ ଓ ବିଚାରଶାଳ ହେବାପାଇଁ କହିଥାଏ । ତେଣୁ ମୁସଲମାନ ମାନଙ୍କୁ ନମାଜ୍‌? ପଢିବା ସମୟରେ ତାଙ୍କର ଧାର୍ମିକ କର୍ତ୍ତବ୍ୟ ଓ ଅନ୍ୟମାନଙ୍କୁ ଯେପରି ଅସୁବିଧା ନ ହୁଏ ତାହା ମଧ୍ୟରେ ଭାରସାମ୍ୟ ରଖିବାକୁ ପଡିଥାଏ । ଗତକିଛି ଦିନ ତଳେ ଦିଲ୍ଲୀରେ ଏକ ଘଟଣା ଘଟିଥିଲା ଯେତେବେଳେ କିଛି ବ୍ୟକ୍ତି ରାସ୍ତା ଉପରେ ନମାଜ ପଢୁଥିବା ବେଳେ ଜଣେ ପୋଲିସ ଅଧୀକାରୀ ତାଙ୍କୁ ମାତମାରି ଥିଲେ, ଯାହାଦ୍ୱାରା ଏକ ବିତର୍କ ଆରମ୍ଭ ହୋଇଯାଇଥିଲା । କିଛି ଲୋକ ଉକ୍ତ ପୋଲିସ୍ ଅଫିସରକୁ ନିନ୍ଦା କରୁଥିବା ବେଳେ, କିଛି ଲୋକ ଉକ୍ତ ମୁସଲମାନ ବ୍ୟକ୍ତି ମାନଙ୍କୁ ସାର୍ବଜନୀକ ସ୍ଥାନରେ ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ପାଇଁ ନିନ୍ଦା କରିଥିଲେ । ତେଣୁ ଏହି ବିଷୟରେ ଧର୍ମଗ୍ରନ୍ଥ ଗୁଡିକରେ ପ୍ରକୃତରେ କଣ ବ୍ୟବସ୍ଥା ରହିଛି ତାହା ଅନୁଶୀଳନର ବିଷୟ ଅଟେ । ଇସଲାମ ସର୍ବଦା ଶାନ୍ତି ଓ ସୌହାଦ୍ୟକୁ ପ୍ରାଧାନ୍ୟ ଦେଇଥାଏ ଏବଂ ମୁସଲମାନ ମାନଙ୍କୁ ସହନଶୀଳ ହୋଇ ସାମୁହିକ ସାର୍ଥ ପାଇଁ ବ୍ୟକ୍ତିଗତ ସାର୍ଥକୁ ତ୍ୟାଗ କରିବା । ପାଇଁ କୁହାଯାଇଥାଏ । ରାସ୍ତା ଉପରେ ନମାଜ ପଢିବା ବିଷୟରେ ଏହା ପ୍ରଥମେ ଦେଖିବାକୁ ହେବ ଯେ ରାସ୍ତା ଗୁଡିକ ଏକ ସ୍ଥାନର ଜୀବନ ରେଖା ହୋଇଥାଏ, ସେହି ଜାଗାରେ ଭିଡ ସୃଷ୍ଟି କଲେ ଅନ୍ୟମାନଙ୍କୁ ଅସୁବିଧା ସୃଷ୍ଟି ହୋଇଥାଏ । ତେଣୁ ଏହି ପରିପ୍ରେକ୍ଷୀରେ ମୁସଲମାନ ମାନଙ୍କୁ ନମାଲ୍ ପଢିବାକୁ ସର୍ବଦା ଏକ ସୁବିଧାଜନକ ସ୍ଥାନ ନିରୂପଣ କରିବା ଉଚିତ୍ର କାରଣ ଏହା ଆଧ୍ୟାତ୍ମିକ ପ୍ରତିଫଳନର ଏକ ପଥ ଅଟେ । ତେଣୁ କୌଣସି ନିର୍ଜନ ସ୍ଥାନ ଅଥବା ନିର୍ଧାରିତ ସ୍ଥାନରେ ନମାଜ ପାଠ କରିବା ଉଚିତ୍ ଯାହାଦ୍ୱାରା ଅନ୍ୟମାନଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଉଦାହରଣ ସରୂପ ଏକ ବିଶ୍ୱବିଦ୍ୟାଳୟରେ ଜଣେ ମୁସଲମାନ ଛାତ୍ର କୌଣସି ବ୍ୟସ୍ତ ବହୁଳ ପାଠାଗାରରେ ନମାଜ ପଢିବ । ବଦଳରେ ଉକ୍ତ କାର୍ଯ୍ୟପାଇଁ ନିର୍ଧାରିତ ସ୍ଥାନ ବ୍ୟବହାର କରିବା ଉଚିତ୍ । ଏହା ଦ୍ୱାରା ସେ ନିଜର ଧାର୍ମିକ କର୍ତ୍ତବ୍ୟ ସମ୍ପାଦନ କରିବା ସହିତ ଅନ୍ୟ ମାନଙ୍କ ପାଇଁ କୋଣସି ଅସୁବିଧା ସୃଷ୍ଟି କରିବ ନାହିଁ । ଏହିପରି ସସ୍ଖଳନ ଦ୍ୱାରା ସାର୍ବଜନୀକ ସ୍ଥାନରେ ବିଭିନ୍ନ ଧର୍ମବିଶ୍ୱାସ ରଖୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ପରସ୍ପର ମଧ୍ୟରେ ବୁଝାମଣା ବିକଶିତ କରାଯାଇ ପାରିବ । ଖୋଲା ଓ ସମ୍ମାନପୂର୍ଣ ଆଲୋଚନା ଦ୍ୱାରା, ବ୍ୟକ୍ତି ମାନେ ଅନ୍ୟମାନଙ୍କ ବିଶ୍ୱାସ ଓ ଆବଶ୍ୟକତା ଗୁଡିକୁ ଉଚିତ୍ ଭାବରେ ବୁଝିପାରିବେ, ଯାହା ଦ୍ୱାରା ପରସ୍ପରକୁ ସୁହାଉଥିବା ଭଳି ସମାଧାନର ବାଟ ଉନ୍ମୁକ୍ତ ହୋଇ ପାରିବ । ଏହି ପରି ସାମୁହିକ ପ୍ରଚେଷ୍ଟା ଦ୍ୱାରା ସମୁଦାୟଙ୍କ ମଧ୍ୟରେ ଏକତା ଓ ସହଭାଗିତା ବିକଶିତ ହୋଇ, ବିବିଧ ଧର୍ମ ସମୂହଙ୍କ ମଧ୍ୟରେ ସୌହାଦ୍ୟ ସ୍ଥାପନ ହୋଇପାରିବ । ତେଣୁ ଏହି ପରିପ୍ରେକ୍ଷୀରେ ସମାବେଶୀ ଓ ସହନଶାଳ ସମାଜ ସ୍ଥାପନ ପାଇଁ ସମୁଦାୟଙ୍କ ମଧ୍ୟରେ ବୁଝାମଣା ମହତ୍ୱପୂର୍ଣ ଭୂମିକା । ଗ୍ରହଣ କରିଥାଏ । ଏହିପରି ସମାଜରେ ବ୍ୟକ୍ତି ନିର୍ଭୟ ଓ ସ୍ୱାଧୀନ ଭାବରେ ନିଜର ଧର୍ମ ବିଶ୍ୱାସର ପରିପ୍ରକାଶ କରି ପାରିବ । ଭେଦଭାବମୁକ୍ତ ସମାଜ ଗଠନ କରିବାକୁ ହେଲେ ସମ୍ମାନସ୍ପଦ ବୁଝାମଣା ହିଁ ଆବଶ୍ୟକ ହୋଇଥାଏ । ଉଦାହରଣ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକା ଭଳି, ବିବିଧତାପୂର୍ଣ ଦେଶରେ, ସର୍ବସାଧାରଣ ସ୍ଥାନରେ ଧାର୍ମିକ ଚିହ୍ନ ଗୁଡିକ ପ୍ରଦର୍ଶିତ ହୋଇ ପାରିବ ନା ନାହିଁ ତାହା ଏକ ବିର୍ତକର ବିଷୟ ହୋଇଥିଲା । କିଛି ଲୋକ ଯୁକ୍ତି ବାଢି ଥିଲେ ଯେ ଏହା ରାଜ୍ୟ ଓ ଧର୍ମ ମଧ୍ୟରେ ଦୂରତା ରଖିବାର ବ୍ୟବସ୍ଥାର ବିରୋଧଭାଷ କରୁଛି । ଅନ୍ୟ ମାନେ ଯୁକ୍ତି ବାଢିଥିଲେ ଏହା ଦ୍ୱାରା ସେମାନେ ସାଧାନ ଭାବରେ ନିଜର ଧର୍ମପାଳନ କରି ପାରିବେ । ତେଣୁ ଏହି ଦୁଇପକ୍ଷ ମଧ୍ୟରେ ଏକ ପ୍ରକାର ଖୋଲା ଆଲୋଚନା କରାଯାଇ ଏକ ସମାଧାନର ବାଟ ବାହାର କରାଯାଇଥିଲା । ଯାହାର ଅର୍ନ୍ତଗତ ସାର୍ବଜନୀନ ସ୍ଥାନରେ ଏକାଧୀକ ଧାର୍ମିକ ଚିହ୍ନ କିମ୍ବା ଘୂର୍ଣାୟମାନ ଧାର୍ମିକ ଚିହ୍ନ ଗୁଡିକୁ ଦର୍ଶାଯାଇଥିଲା । ଯାହା ଫଳରେ ଭିନ୍ନ ଦୃଷ୍ଟିକୋଣ ଗୁଡିକୁ ଦର୍ଶାଯାଇ, ଧାର୍ମିକ ସାଧୀନତାର ସିଦ୍ଧାନ୍ତକୁ ଉଜ୍ଜୀବିତ କରାଯାଇଥିଲା ।
ପବୀତୁ ରମଜାନ ମାସର ଅନ୍ତିମ ଶୁକ୍ରବାର ନମାଜ ଓ ଇଦ-ଉଲ୍‌-ଫିତର ଅତିଶୀଘ୍ର ପାଳନ ହେବ । ଏହି ଉତ୍ସବରେ ମସଜିଦ୍‌, ଇନ୍ଦ୍ରଗାହ ଓ ଦରଗାହ ଗୁଡିକରେ ଅନେକ ଭକ୍ତ ଜମା ହୋଇଥାଆନ୍ତି । ତେଣୁ ମୁସଲମାନ୍ ଭାଇ ମାନେ ନିଜର ପୂର୍ବପୁରୁଷ ତଥା ଇସଲାମିକ୍ ଦୃଷ୍ଟିକୋଣ ଗୁଡିକରୁ ଶିକ୍ଷାନେଇ, ଏହି ଉତ୍ସବ ପାଳନ ଅବସରରେ ଯେପରି ଜନସାଧାରଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡେ ସେଥିପ୍ରତି ଯତ୍ନବାନ ହେବା ଉଚିତ୍ର କାରଣ ଇସଲାମ୍ ସର୍ବଦା ଅନ୍ୟମାନଙ୍କର ବିଶ୍ୱାସ ଓ ଭାବନାକୁ ସମ୍ମାନ ଦେବା ପାଇଁ ଶିକ୍ଷା ଦେଇ ଥାଏ ।
(ଅଲତାଫ୍ ମିଲ୍‌) ପିଏଚ୍‌ଡି ଛାତ୍ର
ଜାମିଆ ମିଲିଆ । ଇସଲାମିଆ

Leave a Reply

Your email address will not be published. Required fields are marked *