ପୁରୀରେ କ୍ରେଡାଇ ଓଡ଼ିଶାର ନୂଆ ଚାପ୍ଟର

ଭୁବନେଶ୍ୱର, କ୍ରେଡାଇ ଓଡ଼ିଶା ପକ୍ଷରୁ ପୁରୀରେ ନୂଆ ସିଟି ଚାପ୍ଟର ତଥା ରାଜ୍ୟର ୭ମ ଚାପ୍ଟର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଚାପ୍ଟର କାର୍ଯ୍ୟକାରିଣୀ ସଦସ୍ୟ ଏବଂ ପୁରୀ ସିଟି ଚାପ୍ଟରର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ପୁରୀ ସିଟି ଚାପୁରର ସଭାପତି ଭାବେ ଆଶୀଷ କୁମାର ଶତପଥୀ, ଶ୍ରୀକାନ୍ତ କୁମାର ଦାସ ଉପସଭାପତି, ସରୋଜ କୁମାର ପାଣିଗ୍ରାହୀ ସାଧାରଣ ସମ୍ପାଦକ, ନରସିଂହ ତିଆଡି ଏବଂ ପ୍ରମୀତ କୁମାର ଦାସ ଯୁଗ୍ମ ସଚିବ, ସନ୍ତୋଷ କୁମାର ପାତ୍ର କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ କମିଟିରେ ଅଜୟ ଅଗ୍ରୱାଲ ଏବଂ ହିମାଂଶୁ ଶେଖର ନାୟକ ରହିଛନ୍ତି । ଏ ଅବସରରେ କ୍ରେଡାଇ ଓଡ଼ିଶାର ସଭାପତି ସ୍ୱଦେଶ କୁମାର ରାଉତରାୟ କହିଛନ୍ତି, ପୁରୀର ହାଉସିଂ କ୍ଷେତ୍ର ପାଇଁ ଏଭଳି ପଦକ୍ଷେପ ନୂଆ ଆଶା ସଞ୍ଚାର କରିବ । ବିଲ୍ୱର ଏବଂ ରିୟଲଟର୍ସ ଗୋଷ୍ଠୀଙ୍କ ପାଇଁ ଏହା ଏକ ନୂଆ ମାଇଲଖୁଣ୍ଟ । କ୍ରେଡାଇ ଓଡ଼ିଶା ଅଧ୍ୟକ୍ଷ ଡି.ଏସ୍ ତ୍ରିପାଠୀ କହିଛନ୍ତି, ପୂର୍ବର ୬ ସିଟି ଚାପ୍ଟର ଭଳି ପୁରୀ ଚାପ୍ଟର ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା । ଏହି ଅବସରରେ ପ୍ରମୋଟର ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଲାଗି ନିୟାମକ ଓ ପ୍ରକଳ୍ପଗୁ ଡିକର କାର୍ଯ୍ୟାନ୍ୱୟନ ତ୍ୱରିତ କରିବାକୁ ସହଯୋଗ ଲୋଡ଼ିଛି କ୍ରେଡାଇ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରେଡାଇ ଐଙଚ ଓଡ଼ିଶା ରାଜ୍ୟ ଫେଡେରେସନର ଉପାଧ୍ୟକ୍ଷ ବିନୟକୃଷ୍ଣ ଦାସ, ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ଅନୀଲ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସୁର୍ଯ୍ୟକାନ୍ତ ବେହେରା, କ୍ରେଡାଇ ବ୍ରହ୍ମପୁର ସଭାପତି ଉମାଶଙ୍କର ପାଣିଗ୍ରାହୀ, କ୍ରେଡାଇ ଭୁବନେଶ୍ୱର ସଭାପତି ସୋଫିଆ ଫିରଦୌଶ, ସମ୍ପାଦକ ଜଗତ କୁମାର କର, କ୍ରେଡାଇ କଟକ ସଭାପତି ପିଆର୍ ମହାରଣା, ସମ୍ପାଦକ ପ୍ରକାଶ ନଙ୍ଗଲିଆ ଏବଂ କ୍ରେଡାଇ ବାଲେଶ୍ୱର ସଭାପତି ବିଭୁ ଚନ୍ଦନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *