ବେଦାନ୍ତ ଲାଞ୍ଜିଗଡ଼ ଗ୍ରାମାଞ୍ଚଳର ଯୁବକଯୁବତୀମାନଙ୍କର ଦକ୍ଷତା ବଢାଇବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ଏମଓୟୁ ସ୍ୱାକ୍ଷର କରିଛି

ଏହାର କୌଶଳ ତାଲିମ ପ୍ରୋଗ୍ରାମଗୁଡିକ ମାଧ୍ୟମରେ ଆଗାମୀ ୩ ବର୍ଷରେ ୧,୩୦୦ ରୁ ଅଧିକ ଯୁବକଙ୍କୁ ଉନ୍ନତ କରିବା।

ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ଓଡ଼ିଶା, ୨୮ ମାର୍ଚ୍ଚ ୨୦୨୪ – ବେଦାନ୍ତ ଲିମିଟେଡ, ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ଯିଏକି ବେଦାନ୍ତ ଆଲୁମିନିୟମ୍ ର ଏକ ୟୁନିଟ୍ ଓଏସଡିଏ (ଓଡ଼ିଶା ସ୍କିଲ୍ ଡେଭଲପମେଂଟ ଅଥରିଟି), ଓଡିଶା ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଆଗାମି ୩ ବର୍ଷ ମଧ୍ୟରେ ୧୩୦୦ ରୁ ଅଧିକ ଯୁବକଯୁବତୀଙ୍କର ଦକ୍ଷତା ବଢାଇବାକୁ ଲକ୍ଷ୍ୟ ରଖିଛି । ଏହାର ଦକ୍ଷତା ତାଲିମ ପଦକ୍ଷେପ କଳାହାଣ୍ଡି ଜିଲ୍ଲାର ଗ୍ରାମାଂଚଳ, ବେକାର ଯୁବକଯୁବତୀମାନଙ୍କୁ ସାମାଜିକ-ଅର୍ଥନୈତିକ ପ୍ରତିବନ୍ଧକ ହେତୁ ବିଦ୍ୟାଳୟ ଛାଡିଥିବା ନିରନ୍ତର ଜୀବିକା ନିର୍ବାହ ପାଇଁ ସହାୟତା କରିଆସୁଅଛି । ନାବାର୍ଡ (ନ୍ୟାସନାଲ ବ୍ୟାଙ୍କ ଫର କୃଷି ଏବଂ ଗ୍ରାମୀଣ ବିକାଶ) ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଅନୁଷ୍ଠାନ ସହିତ ବିଭିନ୍ନ ସହଭାଗିତା ମାଧ୍ୟମରେ ଏହି ପଦକ୍ଷେପର ପରିସରକୁ ବ୍ୟାପକ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।

୨୦୨୨ ମସିହାରେ ଠାରୁ, ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳର ଯୁବକଯୁବତୀମାନଙ୍କୁ ଖାଦ୍ୟ ଏବଂ ପାନୀୟ, ଟେକ୍ସଟାଇଲ, ଏବଂ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ଶିଳ୍ପ ସହିତ ରୋଜଗାରର ସୁଯୋଗ ପାଇଁ ତାଲିମ ଦେଇଛି । ବିଭିନ୍ନ ଚାକିରି ଭୂମିକାରେ ସେମାନଙ୍କୁ ଅଭିଜ୍ଞତା ପ୍ରଦାନ କରିବାକୁ ଶିଳ୍ପ ପରିଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏପର୍ଯ୍ୟନ୍ତ, ୨୦୦ରୁ ଅଧିକ ଯୁବକଯୁବତୀମାନଙ୍କୁ ଷ୍ଟିୱାର୍ଡଶିପ୍‌, ସିଲେଇ ମେସିନ୍ ଅପରେସନ୍ ଏବଂ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପରି ବିଭିନ୍ନ କୌଶଳ ଉପରେ ତାଲିମ ଦିଆଯାଇଛି । ନିଯୁକ୍ତିଦାତାମାନଙ୍କ ସହିତ ସଂଯୋଗ ସ୍ଥାପନ ପାଇଁ ଜାରି ପ୍ରତିବଦ୍ଧତା, ୭୫% ପ୍ଲେସମେଂଟ ରେକର୍ଡ ହାସଲ କରି ଯୁବକଯୁବତୀମାନଙ୍କୁ ରାମୋଜି ଫିଲ୍ମ ସିଟି, ତାଜ୍ ଗୃପ ଅଫ୍ ହୋଟେଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂସ୍ଥାରେ ସ୍ଥାନିତ କରାଯାଇଛି। ଉଦ୍ୟୋଗୀମାନଙ୍କର ଉନ୍ନତି ପାଇଁ ଏକ ଦୃଢ ତଥା ସହାୟକ ପରିବେଶ ସୃଷ୍ଟି କରିବା ଯେହେତୁ ଏହି ଅଂଚଳର ଅନେକ ଯୁବକଯୁବତୀ ଚାକିରି କରିବାକୁ ଚାହୁଁନାହାଁନ୍ତି ସେଥିପାଇଁ ଅଭିନବ ତଥା ଉଦ୍ୟୋଗୀତା ପ୍ରତିପୋଷଣ, ସାମୂହିକ ଶକ୍ତି ଏବଂ ସମ୍ବଳ ବ୍ୟବହାର କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚିହ୍ନିତ କରିଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜିଏସ) ର ଉପଯୁକ୍ତ କାର୍ଯ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି (ଏସଡିଜି୮), ଅସମାନତା ହ୍ରାସ (ଏସଡିଜି୧୦), ଏବଂ ଭାଗିଦାରୀ ପାଇଁ ଲକ୍ଷ୍ୟ (ଏସଡିଜି୧୭) ସହିତ ଏହି ପ୍ରୟାସ ଅତି ନିକଟତର ହୋଇଛି ।

ବେଦାନ୍ତ ଲିମିଟେଡ୍ ସିଇଓ- ଆଲୁମିନା ବ୍ୟବସାୟ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯୁବକମାନଙ୍କୁ ଆତ୍ମନିର୍ଭରଶୀଳତା ପାଇଁ ସଶକ୍ତିକରଣ କରିବା ଆମର ପ୍ରତିବଦ୍ଧତା ଅଟେ ।, ଆମେ କେବଳ ବ୍ୟକ୍ତିଗତ ଭବିଷ୍ୟତ ଗଠନ କରୁନାହୁଁ, ବରଂ ସେମାନଙ୍କୁ ଉଦ୍ୟୋଗୀ କୌଶଳ ଏବଂ ଆର୍ଥିକରୂପେ କୁଶଳୀ କରାଇବା ସହିତ ସମଗ୍ର ସମ୍ପ୍ରଦାୟର ବିକାଶ ଦିଗରେ କାର୍ଯ୍ୟ କରୁଛୁ । ଯେହେତୁ ଆମେ ଆତ୍ମନିର୍ଭରଶୀଳ ହେବା ପାଇଁ ବାଟ ଖୋଲିଛୁ, ଆମେ ଏକ ‘ଆତ୍ମନିର୍ଭର ଭାରତ’ ପାଇଁ ଏକ ଭିତିପ୍ରସ୍ତର ସ୍ଥାପନ କରୁଛୁ – ଏକ ରାଷ୍ଟ୍ର, ନୂତନତା, ସ୍ୱାଧୀନତା ଏବଂ ସମୃଦ୍ଧତା ଦ୍ୱାରା ପରିଚାଳିତ ।

କଳାହାଣ୍ଡି ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ଅଜିତ କୁମାର ଉତରାୟ, କହିଛନ୍ତି ଯେ ଆମର ଏଠାରେ ଥିବା କୌଶଳ ବିକାଶ ପ୍ରତିଭା ଦ୍ୱାରା କାଲାହାଣ୍ଡିର ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଏକ ସକରାତ୍ମକ ପଦକ୍ଷେପ । ଏହି ସହଯୋଗ ମାଧ୍ୟମରେ ଆମେ ସାମାଜିକ- ଅର୍ଥନୈତିକ ଉନ୍ନତି ଏବଂ ସମଗ୍ର ଜିଲ୍ଲାର ସମ୍ପ୍ରଦାୟର ଉନ୍ନତି ପାଇଁ ଉନ୍ନତ ସୁଯୋଗକୁ ସକ୍ଷମ କରିପାରିବା ।

ସ୍ଥାୟୀ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଏବଂ ପରିମଳ ଏବଂ ସମ୍ପ୍ରଦାୟର ଭିତିଭୂମି କ୍ଷେତ୍ରରେ ବେଦାନ୍ତ ଲଞ୍ଜିଗଡର ସାମାଜିକ ହସ୍ତକ୍ଷେପ ୬୭ ରୁ ଅଧିକ ଗ୍ରାମ ଏବଂ ନିକଟବର୍ତୀ ଅଂଚଳରେ ପହଂଚଛି । ବେଦାନ୍ତ ଦକ୍ଷତା ତାଲିମ ପଦକ୍ଷେପ ୨୦୦ ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ସୂଚିତ କରେ ଯେଉଁଥିରେ ଯୁବକ ଏବଂ ଏହାର ୬୦% ମହିଳା ଅଟନ୍ତି । ଏହା ୩୭୮ ରୁ ଅଧିକ ଏସଏଚଜି ରୁ ୪,୦୦୦ ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି; ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣାତ୍ମକ ଏବଂ ଦ୍ୱାରସ୍ଥ ସ୍ୱାସ୍ଥ୍ୟସେବା ଯୋଗାଇଛି । କମ୍ପାନୀ ଲଞ୍ଜିଗଡର ପ୍ରଥମ ଇଂରାଜୀ-ମାଧ୍ୟମ ବିଦ୍ୟାଳୟ – ଡିଏଭି ବେଦାନ୍ତ ଇଂଟରନ୍ୟାସନାଲ ସ୍କୁଲ ପ୍ରତିଷ୍ଠା କରିଛି ଏବଂ ୨୦୦ ରୁ ଅଧିକ ନନ୍ଦ ଘରରେ ୪୦୦୦ ପିଲା ଏବଂ ୮୦୦ ମହିଳାଙ୍କୁ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ କରିଥିବାବେଳେ ପ୍ରାୟ ୨୦୦ ଯୁବକଙ୍କୁ କ୍ରୀଡା ଏବଂ ଦକ୍ଷତା ମାଧ୍ୟମରେ ତାଲିମ ପ୍ରଦାନ କତି ସଶକ୍ତ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ରେଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *