୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ୨୦୨୩-୨୪ର ଅନ୍ତିମ ଓ ପୁରସ୍କାର ବିତରଣ
ଭୁବନେଶ୍ୱର: ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ (ଓଡ଼ିଶା ଖଣି ଡିଭିଜନ) ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ୨୦୨୩-୨୪ର ଅନ୍ତିମ ଓ ପୁରସ୍କାର ବିତରଣରେ ଭିନ୍ନ ଭିନ୍ନ ବର୍ଗରେ ଅନେକ ସମ୍ମାନଜନକ ପରସ୍କାର ଲାଭ କରିଛି । ଏମଇଏମସି ଇଭେଂଟ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ) ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ।
ଜେଏସଡବଲ୍ୟୁ ଚାରୋଟି ଖଣି କ୍ଷେତ୍ରରେ ବିଭିନ୍ନ ବର୍ଗରେ ପ୍ରଦର୍ଶନ ଲାଗି ପୁରସ୍କୃତ ହୋଇଛି । ପରିବେଶର ସୁରକ୍ଷା ଦିଗରେ ଏହାର ଅବଦାନକୁ ସ୍ୱୀକୃତି ଦେଇ ଇଭେଂଟରେ ବୃକ୍ଷରୋପଣ ପାଇଁ ଜଜାଙ୍ଗ ମାଇନ୍ସ ପ୍ରଥମ ପୁରସ୍କାର ଲାଭ କରିଛି । ଏହା ସହ ନାରାୟଣପୋଶୀ ମାଇନ୍ସ ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା ବଗରେ ପ୍ରଥମ ପୁରସ୍କାର ହାସଲ କରିଛି । ସେହିଭଳି ନୂଆଗାଁ ଖଣିରେ ବ୍ୟବସ୍ଥିତ ବୈଜ୍ଞାନିକ ବିକାଶରେ ଦ୍ୱିତୀୟ ପୁରସ୍କାର ଓ ପରିବେଶ ମନିଟରିଂରେ ତୃତୀୟ ପୁରସ୍କାର ପାଇଛି । ଗୋନୁଆ ଖଣିକୁ ସ୍ଥାୟୀ ବିକାଶ ବଗରେ ଦ୍ୱିତୀୟ ପୁରସ୍କାର ମିଳିଛି ।
ଅଧିକନ୍ତୁ ନିଖିଲ ବେହୁରିଆ,ମାଇନସ ମ୍ୟାନେଜର-ଗୋନୁଆ ଆଇରନ ଓର ମାଇନ୍ସ ତାଙ୍କର ପରିବେଶ ଉପଯୋଗୀ କାର୍ଯ୍ୟ ଲାଗି ପରିବେଶ ବନ୍ଧୁ ସମ୍ମାନ ଲାଭ କରିଛନ୍ତି ।
ଉତ୍ସବର ଅନ୍ତିମ ଦିବସରେ ରାମ ଶଙ୍କର ଶର୍ମା, ଓଡ଼ିଶା ମାଇନିଙ୍ଗ ଡିଭିଜନର ପରିଚାଳନା ମୁଖ୍ୟଙ୍କ ଦ୍ୱାରା କାର୍ଯ୍ୟ୍ରକମର ପରିଚାଳନା ଓ ପୁରସ୍କାର ବିତରଣ କରାଯାଇଥିଲା ।