ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ୫-ଟି ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚନ


ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଦ୍ୱିତୀୟ ଦିନରେ ନିମନ୍ତ୍ରଣକ୍ରମେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ଯୋଗଦେଇଥିଲେ । ବଳରାମ କମ୍ ବୟସରୁ ନିଜ ଘର ପରିବାର ସଂସାର ତ୍ୟାଗ କରି ସମାଜ ସାହିତ୍ୟ ପାଇଁ ଅନେକ କିଛି କରିବାର ପ୍ରୟାସ ଜାରି ରହିଥିବା ବେଳେ, ଦୁଇମାସ ଭିତରେ ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବଙ୍କ ସ୍ମରଣିକା ପୁସ୍ତକ, ମହାମହିମ ରାଷ୍ଟ୍ରପତିଙ୍କ ଦୁଇଟି ପୁସ୍ତକ, ଭାରତର ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ ପ୍ରକାଶ କରିବା ସହିତ ୬ଟି ଜିଲ୍ଲାରେ କବିତାପାଠ ଆଲୋଚନା ଚକ୍ର କରାଯାଇଛି । ଏହିକ୍ରମରେ ଶ୍ରୀ ତରାଇ ‘୫-ଟି’ ତଥା ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଣ୍ଡିଆନଙ୍କୁ ନିଶିଗନ୍ଧା ପ୍ରକାଶିତ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ଆଧାରିତ ୨୨୨ ପୃଷ୍ଠାର ପୁସ୍ତକ ଓ ନିଶିଗନ୍ଧା ପ୍ରକାଶିତ ସ୍ୱତନ୍ତ୍ର କ୍ୟାଲେଣ୍ଡର (ଯେଉଁଥିରେ ଓଡ଼ିଶାର ସମସ୍ତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପଦ୍ମଶ୍ରୀ, ଓଡ଼ିଶା ବରପୁତ୍ର ମାନଙ୍କର ଜନ୍ମ ଓ ତିରୋଧାନ ଦିବସ ସମ୍ପର୍କରେ ଉଲ୍ଲେଖ ଅଛି) ଉପହାର ଦେଇଥିଲେ । ଶ୍ରୀଯୁକ୍ତ ତରାଇ ତାଙ୍କ ସହ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ପ୍ରତି ଗ୍ରାମରେ ପାଠାଗାର ସ୍ଥାପନ ପାଇଁ ନିବେଦନ କରିଥିଲେ । ନିଶିଗନ୍ଧା ସାହିତ୍ୟ ସଂସଦ ଓ ସାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ବୁଲିବୁଲି ପୁସ୍ତକମେଳାରେ ଯୋଗଦେବା କାର୍ଯ୍ୟକୁ ଅତ୍ୟନ୍ତ ପ୍ରଶଂସା କରି ନାରୀ ସ୍ୱାବଲମ୍ବୀ ହେବାର ଆଦର୍ଶ ନମୂନା ନିଶିଗନ୍ଧାଙ୍କୁ ଦେଇଥିଲେ । ନିଶିଗନ୍ଧା ଏପରି କାର୍ଯ୍ୟରେ ଖୁସି ହୋଇ ଏ ସଂପର୍କରେ ୫-ଟିରେ ଆଲୋଚନା ରଖି ନିଶିଗନ୍ଧା ଅନୁଷ୍ଠାନକୁ ଗୁରୁତ୍ୱ ଦେବେବୋଲି କହିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାଏ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *