ଷ୍ଟେଟ ବ୍ଯାଙ୍କ ଦ୍ଵାରା 77ତମ ସ୍ଵାଧୀନତା ଦିବସ ପାଳିତ

ଭୁବନେଶ୍ଵର: ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ  15 ଅଗଷ୍ଟ 2023 ଦିନ  ଓଡିଶାର ସମସ୍ତ ଶାଖା / କାର୍ଯ୍ୟାଳୟରେ 77 ତମ ସ୍ଵାଧୀନତା ଦିବସ ପାଳନ କରିଛି । ଏହାର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ  ଭୁବନେଶ୍ୱରରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା  ଜାତୀୟ ପତାକା ଉତ୍ତୋଳନ କରିଥିଲେ  ଏବଂ ଏହି କାର୍ଯ୍ୟକ୍ରମରେ 200ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ବାଲୁକା କଳାକୁ ମୁଖ୍ୟ ମହାପ୍ରବନ୍ଧକ  ଶ୍ରୀ ଶର୍ମା ଉଦ୍ଘାଟନ କରିଥିଲେ। ଏହା ପରେ , ଶ୍ରୀ ଶର୍ମା ଏହି ଅବସରରେ କର୍ମଚାରୀମାନଙ୍କୁ ପଞ୍ଚ ପ୍ରାଣ ଶପଥପାଠ କରାଇଥିଲେ ।

ସ୍ୱାଧୀନତା ଦିବସରେ ଶ୍ରୀ ଶର୍ମା ଷ୍ଟେଟ ବ୍ଯାଙ୍କର ସମସ୍ତ କର୍ମଚାରୀ ଏବଂ ଓଡିଶାର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଷ୍ଟେଟ ବ୍ଯାଙ୍କକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିବାରୁ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତ କର୍ମଚାରୀ ଏହି ଅମୃତ କାଳରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦ୍ଵାରା 2047 ସୁଦ୍ଧା ଭାରତକୁ ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସେ ଅନୁରୋଧ କରିଥିଲେ। ଆଜାଦି କା ଅମୃତ ମହୋତ୍ସବର ପରିସମାପ୍ତି ସୂଚକ ଷ୍ଟେଟ ବ୍ଯାଙ୍କ ଦ୍ଵାରା ଭୁବନେଶ୍ବର ରେ ବରମୁଣ୍ଡା ହାଇସ୍କୁଲ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NISER), କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ପ୍ରଭାତ ନଳିନୀ ହାଇସ୍କୁଲ ତଥା ଯାଜପୁର ଜିଲ୍ଲା ରସୁଲପୁର ତହସିଲ କାର୍ଯ୍ଯାଳୟ ପରିସରରେ 4 ଟି ଅମୃତ ବାଟିକା ସ୍ଥାପନ କରିଛି । 

Leave a Reply

Your email address will not be published. Required fields are marked *