୫ମ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍ ଉଦଯାପିତ

ବାଳିକା ବିଭାଗରେ ଲାଠିକଟା ହକି ଟ୍ରେନିଂ ସେଣ୍ଟର ଚାମ୍ପିୟନ୍
ପ୍ରବାହ ନ୍ୟୁଜ୍ : ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଶ୍ରୀ ପ୍ରବୋଧ ତିର୍କୀ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ କ୍ରୀଡ଼ା ନିର୍ଦ୍ଦେଶକ ଓ ହକି ପ୍ରମୋସନ କାଉନ୍ସିଲ୍ ଓଡିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, ଓଡ଼ିଶା ଖଣି ନିଗମର ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ପାଲ, ଶ୍ରୀମତି ସୁନୀତା ଲାକ୍ରା (ଅଲିମ୍ପିଆନ୍) ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ତିର୍କୀ କହିଥିଲେ, ଏହିଭଳି ପ୍ଲାଟଫର୍ମ ଓଡ଼ିଶା ହକିକୁ ଏକ ନୂତନ ଦିଶା ଦେଖାଇବ। ଗାଁ ଗହଳିର ଖେଳାଳିମାନଙ୍କୁ ଆଗକୁ ବଢିବାକୁ ସୁଯୋଗ ମିଳିପାରିବ।
ଜୁଲାଇ ୮ରୁ ୧୨ ପର୍ଯ୍ୟନ୍ତ ଚାଲିଥିବା ଫାଇନାଲ୍ ପର୍ଯ୍ୟୟ ଛତ୍ରପୁର (ଗଞ୍ଜାମ) ଓ ବଣାଇ (ସୁନ୍ଦରଗଡ଼)ରେ ୬୪ଟି ଟିମ ଓ ୧୦୮୮ ଖେଳାଳିଙ୍କ ଅଂଶଗ୍ରହଣରେ ଆୟୋଜିତ ରାଜ୍ୟବ୍ୟାପୀ ଯୋଗ୍ୟତା ପର୍ଯ୍ୟାୟ ଶେଷ ଥିଲା ।
ଓଡିଶା ନାଭାଲ ଟାଟା ହକି ଏଚପିସିର ପ୍ରକଳ୍ପ ନିର୍ଦେଶକ ଶ୍ରୀ ରାଜୀବ ସେଠ ଉଦଯାପନି ସମାରୋହରେ ସାମିଲ ହୋଇ ଚାମ୍ପିୟନ୍ସ ଟିମକୁ ପୁରସ୍କୃତ କରିଥିଲେ।
ଓଡ଼ିଶା ଖଣି ନିଗମର ଉପ-ମହାପ୍ରବନ୍ଧକ, କର୍ପୋରେଟ କମ୍ୟୁନିକେସନ ଶ୍ରୀ ସନ୍ଦୀପ କୁମାର ସେଠୀ ହାଇ ପରଫରମାନ୍ସ ସେଣ୍ଟରର କୋଚ ରୂଡୋଲ୍ଫ ୱାରଟନ ସମାରୋହରେ ଉପସ୍ଥିତ ଥିଲେ।
ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ଓ ହକି ପ୍ରମୋସନ କାଉନ୍ସିଲ୍ ଓଡିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର କହିଥିଲେ, ଏହି ଟୁର୍ନାମେମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଏହା କେବଳ ଏକ ପ୍ରତିଯୋଗୀତା ନୁହେ, ଭବିଷ୍ୟତର ହକି ତାରକଙ୍କ ପାଇଁ ଏକ ପ୍ରଶସ୍ତ ମାର୍ଗ। ଓଡ଼ିଶାରେ ରହିଥିବା ୩୪ଟି ଏଚପିସିରୁ ଆମେ ଶୀର୍ଷ ପ୍ରତିଭାଙ୍କୁ ଚୟନ କରିବା ପାଇଁ ପ୍ରତିବଦ୍ଧ। ବାସ୍ତବରେ ଏହା ଓଡ଼ିଶାରେ ହକି ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯାହା ସରକାରଙ୍କ ଉଦ୍ୟମ ଓ ଖେଳାଳିଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁ ସମ୍ଭବ ହୋଇପାରିଛି।


ଏହି ଅବସରରେ ଓଡିଶା ନାଭାଲ ଟାଟା ହକି ଏଚପିସିର ପ୍ରକଳ୍ପ ନିର୍ଦେଶକ ଶ୍ରୀ ରାଜୀବ ସେଠ କହିଛନ୍ତି ଯେ, ” ଓଡ଼ିଶା ସରକରଙ୍କ ସହଯୋଗରେ ଆମ ଏହି ଗ୍ରାସରୁଟ ହକି ଟୁର୍ନାମେମେଣ୍ଟର ପଞ୍ଚମ ସଂସ୍କରଣରେ ୧ ହଜାରରୁ ଊର୍ଦ୍ଧ୍ୱ ଯୁବ ଖେଳାଳି ଭାଗ ନେଇଥିଲେ। ଆମର ୩୪ଟି କେନ୍ଦ୍ର ମାଧ୍ୟମରେ ଉଭୟ ବାଳକ ଓ ବାଳିକାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରାଯାଉଛି। ଅଜିର ୬୪ ଫାଇନାଲିଷ୍ଟ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି, ରାଜ୍ୟ ଓ ଅନ୍ତରାଷ୍ଟ୍ରୀୟସ୍ତର ଯାଏ ସେମାନଙ୍କ ମାର୍ଗଦର୍ଶନ କରିବା ଲାଗି ଆମେ ଦୃଢ ପ୍ରତିବଦ୍ଧ।
ଚାମ୍ପିୟନସିପ୍ ସମାପ୍ତ ହେବା ସହିତ, ଓଡିଶା ନାଭାଲ ଟାଟା ହକି ଏଚପିସି, ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟ ଓ ଓଡ଼ିଶା ସରକାରଙ୍କ ଯୁବ ଖେଳାଳିମାନଙ୍କୁ ସଶକ୍ତ କରିବା ଓ ପରବର୍ତ୍ତୀ ପିଢ଼ୀର ଚାମ୍ପିୟନ୍ ଗଠନ କରିବାର ପ୍ରତିଶ୍ରୁତି ଆହୁରି ଦୃଢ ହୋଇଛି।