ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘର ୪୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ଵର: ଭାରତୀୟ ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘର ୪୫ତମ ପ୍ରତିଷ୍ଠା ଦିବସ ତା ୧୯ ଅଗଷ୍ଟ 2023 ଦିନ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ , ଷ୍ଟେଟ ବ୍ଯାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଲୟ ଠାରେ ସଂଘ ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା । ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖରେ ଶର୍ମା ଏହି ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ । 60 ରୁ ଊର୍ଦ୍ଧ୍ଵ ଅଧିକାରୀ ବୃନ୍ଦ ଏହି ଶିବିରରେ ରକ୍ତ ଦାନ କରିଥିଲେ ।

ଏହି ଉପଲକ୍ଷେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ଷ୍ଟେଟ ବ୍ୟାଙ୍କ ଅଧିକାରୀବର୍ଗ ସେବା ସର୍ତାବଳୀ ପୁସ୍ତକ ଉନ୍ମୋଚନ କରିଥିଲେ । ସଂଘର ପ୍ରତିଷ୍ଠା ଦିବସ ଉପଲକ୍ଷେ 42 ମୌଜା ସ୍ଥିତ ବେଲେଶ୍ଵର ମୁକ ଓ ବଧୀର ଉଚ୍ଚ ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ଭୁବନେଶ୍ବର ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋୟୀ ସମସ୍ତଙ୍କୁ ସହଯୋଗ ଓ ସହଭାଗୀତା ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି  । ଅଧିକାରୀ ସଂଘ ସଭାପତି ଶ୍ରୀ ଅମିତାଭ ଦାସ ଓ ଅଧିକାରୀ ସଂଘର ଅନ୍ୟ ନେତୃବୃନ୍ଦ ଏହି କାର୍ଯ୍ଯକ୍ରମର ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *