ଟେନିସ୍ ଖେଳାଳୀ ଦେବାଶିଷ ସାହୁଙ୍କୁ ୩୧ତମ ଏକଲବ୍ୟ ପୁରସ୍କାର

ଭୂବନେଶ୍ୱର, ୨୭/୧୨/୨୩: ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ପ୍ରତି ବର୍ଷ ଇମ୍ପା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଏକଲବ୍ୟ ପୁରସ୍କାର’ ଚଳିତ ବର୍ଷ ଟେନିସ୍ ଖେଳାଳୀ ଦେବାଶିଷ ସାହୁଙ୍କୁ ପ୍ରଦାନ କରାଯାଇଛି । ଏପ୍ରିଲ ୧ ତାରିଖ ୨୦୨୧ ରୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମଧ୍ୟରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କ କ୍ରୀଡ଼ା ପ୍ରଦର୍ଶନ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତିି । ଏକ ଭବ୍ୟ ସମାବେଶରେ ଦେବାଶିଷ ସାହୁଙ୍କୁ ହୋଟେଲ ଦି କ୍ରାଉନ୍‌-ଆଇ.ଏଚ୍ .ସି. ଏଲ୍ ସିଲେକ୍‌ସନ୍‌, ନୟାପଲ୍ଲୀ, ଭୁବନେଶ୍ୱର ଠାରେ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଅଛି ।

ଏହି ଅବସରରେ ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରତୋଳକ ଜ୍ୟୋସ୍ନା ସବର ଉଭୟଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଅଛି ।

କ୍ରିକେଟ ତାରକା ଓ ୧୯୮୩ ବିଶ୍ୱବିଜେତା ଦଳର ଅନ୍ୟତମ ଖେଳାଳୀ ଶ୍ରୀ ମଦନ୍ ଲାଲ୍ ମୁଖ୍ୟ ଅତିଥି ଓ ପୂର୍ବତନ ରଣଜୀ ଟ୍ରଫି କ୍ରିକେଟ୍ ଖେଳାଳୀ ଓ ଏନ୍‌.ସି.ଏ କୋଚ୍ (ବି.ସି.ସି.ଆଇ) ଶ୍ରୀ ପୱନ୍ ଅଗ୍ରୱାଲ, ସମ୍ମାନୀୟ ଅତିଥି ହିସାବରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ‘ଇମ୍ପାକ୍ଟ’ ର ଟ୍ରଷ୍ଟି ତଥା ଚେୟାରମ୍ୟାନ୍‌, ଏକଲବ୍ୟ ପୁରସ୍କାର କମିଟି-୨୦୨୩ ଶ୍ରୀ ବୈଜୟନ୍ତ ପଣ୍ଡା ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରୀ ସୟଦ୍ ମକବୁଲ୍ ଅଲ୍ଲୀ, ମ୍ୟାନେଜମେଂଟ କନ୍‌ସଲ୍‌ଟାଂଟ୍ ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସିନିୟର ଜେନେରାଲ ମ୍ୟାନେଜର, କର୍ପୋରେଟ୍ ଆଫେୟାର୍ସ ଓ ୩୧ତମ ଏକଲବ୍ୟ ପୁରସ୍କାର ଆବାହକ ଶ୍ରୀ କିଶୋର ମୋହନ ମହାନ୍ତିଙ୍କ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା ।

ଭାରତର ପ୍ରମୁଖ ଫେରୋ ଆଲଏଜ୍ ଊତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରି∙ଳିତ \”ଇଣ୍ଡିଆନ୍ ମେଟାଲସ୍ ପବ୍ଳିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ)\’ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ । କ୍ରୀଡା କ୍ଷେତ୍ରରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ବହୁ ଏକଲବ୍ୟ ପୁରସ୍କାର ବିଜେତା ମାନଙ୍କୁ ସମୀକ୍ଷା କରିଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ ଆତ୍ମପ୍ରତ୍ୟୟ ବୃଦ୍ଧିରେ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି ।

Leave a Reply

Your email address will not be published. Required fields are marked *