ଖଣ୍ଡଗିରିରେ ବିଶ୍ୱପ୍ରସିଦ୍ଧ ସାଧୁ, ସନ୍ଥ ମହାକୁମ୍ଭମେଳାର ପୂର୍ଣ୍ଣାହୂତି ଓ ଉଦ୍‌ଯାପନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌: ୨୪ା୨ : ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆନୁକୂଲ୍ୟରେ ଓ ଅବାହକତ୍ୱରେ ୯ ଦିନ ବ୍ୟାପୀ ଖଣ୍ଡଗିରିଠାରେ ସାଧୁସନ୍ଥ ମହାକୁମ୍ଭମେଳାରେ ଯୋଗଦେଇଥିବା ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, କୋଲକାତା, କାଶୀ, ଗୟା ପ୍ରଭୃତି ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ସାଧୁସନ୍ଥ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୂର୍ଣ୍ଣାହୂତି, ଉଦ୍‌ଯାପନ ସହିତ ୫୧୨୫ତମ ପୂର୍ତ୍ତି ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା । ସାଧୁସନ୍ଥମାନଙ୍କର ସେବା ମା’ ବାରଭୂଜି ଗାଁ ଧୂନା ଆଖଡା, ମା’ ବାରଭୁଜି କମିଟି ପ୍ରଭୃତି ସାଂସ୍କୃତି ସେବା ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ସାଧୁସନ୍ଥମାନଙ୍କୁ ଉପଢୌକନ, ଖାଦ୍ୟପାନୀୟ, ଦକ୍ଷିଣା ଦାନ କରିଥିଲେ । ନବଦିନ ଖଣ୍ଡଗିରି କୁମ୍ଭମେଳାରେ ପ୍ରତିବର୍ଷ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ, ଓଡ଼ିଶା ସଂକୀର୍ତ୍ତନ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯିବ ବୋଲି ମହାସଂଘର ସଭାପତି ଶ୍ରୀଯୁକ୍ତ ବିଷ୍ଣୁଚରଣ ମହାନ୍ତି, ସମ୍ପାଦକ ସଂଜୟ ଦାସ ଘୋଷଣା କରିଛନ୍ତି । ବିଶେଷଭାବେ ଭୁବନେଶ୍ୱର ମହାନଗର ନିଗମ ପରିମଳ, ପାଣି, ଲାଇଟ୍ ସୁବିଧା ଆଦି ଯୋଗାଇ ଦେଇଥିବାରୁ ଆବାହକ ଅଧ୍ୟକ୍ଷ ବାପା ପଞ୍ଚଦେବ ସାଧୁବାଦ ଓ ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ୍ ପ୍ରଶାସନିକ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାରୁ ସେମାନଙ୍କୁ ସାଧୁସନ୍ଥମାନେ କୃତଜ୍ଞତା ଜଣାଇଛନ୍ତି । ସ୍ଥାନୀୟ ପୂର୍ବତନ ବର୍ତ୍ତମାନର କର୍ପୋରେଟର, ଜାଗମରା ଗାଁ କମିଟି, ସ୍ଥାନୀୟ ମୁରବୀମାନେ ସହଯୋଗ କରିଥିବାରୁ ପରିଷଦର ସଂଚାଳକ ବାବା ଆଲୋକ ଦାସ, ବାବା ଚନ୍ଦନ ଦାସ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । କୁମ୍ଭମେଳା ପବିତ୍ର ସ୍ଥାନରେ ଲଙ୍କାରେ ଆହୂତି ଦେବା ନିଜକୁ ଆତ୍ମଘୋଷିତ ବାବାମାନେ ଅପସଂସ୍କୃତି ମାଧ୍ୟମରେ ବେପାର କରନ୍ତୁ ନାହିଁ ବୋଲି ନିବେଦନ ପ୍ରାର୍ଥନା କରିଛନ୍ତି ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ଓ ସାଓୁସନ୍ଥମାନେ । ଖଣ୍ଡଗିରି ହେଉଛି, ସାଧୁସନ୍ଥଙ୍କ ତପସ୍ୟା ସାଧନା ସ୍ଥାନ । ଉକ୍ତ ସ୍ଥାନରେ ଅବୈଦିକ ବିଚାରଧାରା କରାନଯାଉ । ୨୦୨୦ ମସିହାରୁ ୨୦୨୪ ମସିହା ମଧ୍ୟରେ ୬ ଥର ପରିଷଦ ଅନ୍ତର୍ଭୁକ୍ତ ସାଧୁସନ୍ଥଙ୍କ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ, ମହାନଗର ନିଗମ, ଓଡ଼ିଶା ସଂସ୍କୃତି ବିଭାଗକୁ ଜଣାଯାଇଛିକି, ପ୍ଲଟ ନଂ- ୪୪, ଖାତା ନଂ- ୧୧୫୨, ଖଣ୍ଡଗିରି ପାହାଚ ଉଠିବାର ବାମପାଖରେ ଏକ ସାଂସ୍କୃତିକ ମଣ୍ଡପ, ବାହାର ରାଜ୍ୟରୁ ଆସୁଥିବା ସାଧୁସନ୍ଥ ମାନଙ୍କ ପାଇଁ ସୁବନ୍ଦୋବସ୍ତ ପ୍ରଭୃତି ସରକାର ବୁଝନ୍ତୁ ବୋଲି ଦାବିରେ ଉଲ୍ଲେଖ ଥିଲା । ଦୁଇଥର ପତ୍ର ଜିଲ୍ଲାପାଳ, ଖୋର୍ଦ୍ଧା ମହାଶୟଙ୍କ ଦ୍ୱାରା ଦିଆଯାଉଥିଲା । ପତ୍ର ସଂଖ୍ୟା ୪୩୬୧/୨.୩.୨୦୨୦, ପତ୍ର ସଂଖ୍ୟା ୨୬୦୧/୨୭.୨.୨୦୨୩, ପୁନର୍ବାର ଗଣମାଧ୍ୟମରେ ଜଣାଉଅଛିକି, ମାନ୍ୟବର ମୁଖ୍ୟମନ୍ତ୍ରୀ କୁମ୍ଭମେଳାକୁ ଦୃଷ୍ଟିଦେଲେ ସାଧୁସନ୍ଥମାନେ ଆଶୀର୍ବାଦ କୃପାଲାଭ କରିବେ ବୋଲି ଆବାହକ, ପରିଷଦର ଅଧ୍ୟକ୍ଷ ବାବା ପଞ୍ଚଦେବ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *