ରୁଷରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ...
ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ରଥଯାତ୍ରା ଜାତୀୟ ସେବା ଶିବିର ତା୦୫ା୦୭ା୨୦୨୪ ରିଖ ଠାରୁ...
ଭୁବନେଶ୍ୱର : ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍ରେ ଚାଲିଥିବା ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ର ଦ୍ୱିତୀୟ ରାଉଣ୍ଡରେ ପରବର୍ତି ପିଢ଼ିର ଚାଳକମାନେ ନିଜର...
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୮, ୨୦୨୪) ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି। ସେ...
ଭୁବନେଶ୍ୱର, : ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର ଉତ୍ପାଦନ ଓ ଡେଲିଭରି ଫଳାପଳ ଘୋଷଣା କରାଯାଛି । ପ୍ରଥମ ତ୍ରୈମାସିକରେ କମ୍ପାନିର...
ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଦିବ୍ୟ କଳା ମେଳା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଦିବ୍ୟାଙ୍ଗ କାରୀଗର ଓ ଶିଳ୍ପୀଙ୍କ ପ୍ରତିଭା ଏବଂ ସୃଜନଶୀଳତା...
ପର୍ବତ, ଜଙ୍ଗଲ, ନଦୀ ଓ ବେଳାଭୂମି ଆମ ଭିତରେ ଥିବା ଗଭୀରତାକୁ ଆକୃଷ୍ଟ କରିଥାଏ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାର୍ଷିକ ରଥଯାତ୍ରାରେ ଯୋଗଦେବାର ଗୋଟିଏ ଦିନ...
ଭୁବନେଶ୍ୱର : ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ...
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୬ ଜୁଲାଇ ୨୦୨୪) ଭୁବନେଶ୍ୱରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ...
ଭୁବନେଶ୍ୱର : ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ, ଓଡିଶାର ନୂତନ ଭାବରେ ନିଯୁକ୍ତ ହୋଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତକରି...
କୁନି କୁନି ପାଦ,ଗୁଲୁ ଗୁଲୁ କଥା, ଖିଲି ଖିଲି ହସ କିନ୍ତୁ ତାରା ଭଳି ଚମକଭରା ଆଖି ।ବୟସ ମାତ୍ର ଛଅ । ନାଁ ତା'ର ଶ୍ରେୟାସା...
ଏକ ଛୋଟ ଗାଁ ରେ ସିନା ଓ ନିନା ନାମରେ ଦୁଇଟା ଝିଅ ଥିଲେ। ଛୋଟ ବେଳରୁ ବହୁତ ସୁନ୍ଦର ଭାବରେ ସାଙ୍ଗ ହୋଇ ରହିଲେ। ଗାଁ...
ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ଇ ଲର୍ଣ୍ଣିଂ ପଦକ୍ଷେପ ବିଦ୍ୟାଗ୍ରହ ଦୁଇବର୍ଷ ସଫଳତା ପୂର୍ବକ ସମାପ୍ତ କରିଛି । ଏହା ଗ୍ରାମାଂଚଳର...
କିଟ୍ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଦିବ୍ୟାଙ୍ଗଜନଙ୍କ ସୃଜନଶୀଳତା ଓ ପ୍ରତିଭାର ଏକ ଅଭିନବ ସଂଗମ ଦକ୍ଷତା ଏବଂ...
ଭୂବନେଶ୍ୱର ୦୪/୦୭ ଓଡ଼ିଶାରେ ଓଡି଼ଆ ଭାଷାରେ ଶାସନ କରାଯିବା ପାଇଁ ଅଠରଶ' ଶତାବ୍ଦୀରୁ ଉଦ୍ୟମ ଚାଲିଥିଲା I 1903 ମସିହାରେ ଉତ୍କଳ ସମ୍ମିଳନୀ ଏ ଦିଗରେ ପ୍ରଗାଢ଼ ଉଦ୍ୟମ କରିଥିଲେ I 2016 ମସିହାରେ 'ଭାଷା ଆନ୍ଦୋଳନ,ଓଡ଼ିଶା' ପକ୍ଷରୁ 878 ଦିନ ଅବିରତ ଭାବେ କଳାପତାକା ଅଭିଯାନ ଆରମ୍ଭ କରାଯାଇଥିଲା I ଫଳରେ ଓଡିଶା ବିଧାନସଭାରେ ଓଡ଼ିଆ ଭାଷାକୁ 'ସରକାରୀ ଭାଷା' ଭାବେ 19/09/2018 ତାରିଖରେ ମାନ୍ୟତା ମିଳିଲା I ଭାଷା ଆଇନ-1954କୁ ସଂଶୋଧନ କରାଯାଇ ସରକାରୀ ଭାଷାରେ ସରକାରୀ କାର୍ଯ୍ୟ କରୁନଥିବା କର୍ମଚାରୀ ଓ ଆଇନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ବିଧି ବ୍ୟବସ୍ଥା ଖଞ୍ଜାଗଲା I ଏଥି ସହିତ ବ୍ୟାପକ ଭାବେ ଓଡ଼ିଆ ଭାଷା ବ୍ୟବହାର କରୁଥିବା କର୍ମଚାରୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ନିୟମାବଳୀରେ ରଖା ଯାଇଥିଲା I ଏହି ସମ୍ବନ୍ଧରେ 17/08/2019 ତାରିଖରେ ରାଜପତ୍ର ପ୍ରକାଶିତ ହୋଇ ସାରିଛି I ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ସଚିବମାନଙ୍କୁ ବିଭିନ୍ନ ସମୟରେ ସ୍ମାରକପତ୍ର ପ୍ରଦାନ କରି ଲୋକଙ୍କୁ ପ୍ରଣୀତ ଆଇନର ସୁଫଳ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲେବି ସରକାରୀ ଉଦାସୀନତା ଓ ମାନସିକତା ଏଥିରେ ବାଧକ ହୋଇଥିଲା I ସଂଶୋଧିତ ଭାଷା ଆଇନ ଶୀତଳ ଭଣ୍ଡାରକୁ ଚାଲିଗଲା ପରି ମନେହେଲା, ଯେଉଁଥିରୁ ଓଡ଼ିଆ ଅସ୍ମିତା ମୁଣ୍ଡ ଟେକିଲା I ସୁଖର କଥା ଯେ, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ସମସ୍ତ ନଥିପତ୍ର ପ୍ରସ୍ତୁତ କରାଯିବା ପାଇଁ ଘୋଷଣା କରିବା ପରେ ଓଡ଼ିଆ ଭାଷା ପାଇଁ ନୂତନ ଜାଗରଣ ସୃଷ୍ଟି ହୋଇଛି I ଏହି ଅବସରରେ ସମସ୍ତ ଭାଷାପ୍ରେମୀ ତଥା ଭାଷାଯୋଦ୍ଧାଗଣଙ୍କ ପକ୍ଷରୁ 'ଭାଷା ଆନ୍ଦୋଳନ, ଓଡିଶା' ଲୋକଙ୍କ ସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି I ମାତୃଭୂମି ଓ ମାତୃଭାଷାର ମହତ ରକ୍ଷାପାଇଁ ଓଡ଼ିଶା ବାସୀ ସଦା ତତ୍ପର ରହିବା ସହିତ ଓଡ଼ିଆ ଭାଷାର ବ୍ୟବହାରକୁ ସଠିକ ଢଙ୍ଗରେ, ସମସ୍ତ ଲେଖାପଢାରେ ତଥା ଆଚରଣ ଓ ଉଚ୍ଚାରଣରେ କରିବାକୁ ନମ୍ର ନିବେଦନ କରୁଛି I ସମସ୍ତ ରାଜ୍ୟସରକାରୀ କର୍ମଚାରୀ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ ତଥା ଚିଠିପତ୍ର କରିବାକୁ ଆହ୍ବାନ ଦେବା ସହିତ ଆଶା ପ୍ରକଟ କରୁଛି ଯେ, ମୋହନ ସରକାରଙ୍କ ଦୃଢ଼ ଇଚ୍ଛା ଶକ୍ତି ବଳରେ ଉତ୍କଳ ଜନନୀଙ୍କ ସମ୍ମାନ ଆଉ ଭୁଲୁଣ୍ଠିତ ହେବନାହିଁ ଏବଂ ବିକଶିତ ଓଡିଶା ଗଠନ ସମ୍ଭବ ହେବ I ଆଗାମୀ ଦିନରେ ମୋହନ ସରକାରଙ୍କୁ ଭାଷାର ସୁରକ୍ଷା ପାଇଁ ସବୁମନ୍ତେ ସହଯୋଗ କରିବାକୁ 'ଭାଷା ଆନ୍ଦୋଳନ, ଓଡିଶା' ପ୍ରତିଶୃତି ଦେଉଛି I ବନ୍ଦେ ଉତ୍କଳ ଜନନୀ I