Day: September 17, 2024

ପୂର୍ବତଟ ରେଳପଥ ପକ୍ଷରୁ ହିନ୍ଦୀ ଦିବସ ପାଳନ

ସମ୍ବଲପୁର : ପ୍ରବାହ ନ୍ୟୁଜ୍‌ : ପୂର୍ବତଟ ରେଳପଥ ଏବଂ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଠାରେ ହିନ୍ଦୀ ଦିବସ ପାଳନ କରାଯାଇଅଛି |ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର |ଫୁଙ୍କୱାଲଙ୍କ ନେତୃତ୍ୱରେ କର୍ମଚାରୀ ଓ ଅଧିକାରୀ ମାନେ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ଶପଥ ଗ୍ରହଣ କରିଥିଲେ | ହିନ୍ଦୀ ଦିବସ ମହତ୍ୱପୂର୍ଣ୍ଣ କାରଣ ଏହା ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରେ ଯାହା ଭାରତରେ ଭାଷା ସମ୍ପ୍ରଦାୟ ମାନଙ୍କୁ ଏକତ୍ର କରିଥାଏ | ହିନ୍ଦୀର ସଂସ୍କୃତି ଓ ଐତିହ୍ୟ ଏବଂ ଆମ ସଂସ୍କୃତିରେ ଭାଷାର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହା ପ୍ରତିବର୍ଷ ପାଳନ କରାଯାଏ | ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ତଥା ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଶ୍ରୀ ଆଲୋକ ସହାୟ ଏହି ଶପଥ ଗ୍ରହଣ ଉତ୍ସବକୁ  ପରିଚାଳନା କରିଥିଲେ |

‘ସୁଭଦ୍ରା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବବୃହତ୍,...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକ ଏବଂ...