ସଂଗୀତର ତାଳେତାଳେ ଛନ୍ଦାୟିତ ହୋଇ ସମସ୍ତଙ୍କୁ ବିମୋହିତ କରେ ଶ୍ରେୟାସା
କୁନି କୁନି ପାଦ,ଗୁଲୁ ଗୁଲୁ କଥା, ଖିଲି ଖିଲି ହସ କିନ୍ତୁ ତାରା ଭଳି ଚମକଭରା ଆଖି ।ବୟସ ମାତ୍ର ଛଅ । ନାଁ ତା'ର ଶ୍ରେୟାସା...
କୁନି କୁନି ପାଦ,ଗୁଲୁ ଗୁଲୁ କଥା, ଖିଲି ଖିଲି ହସ କିନ୍ତୁ ତାରା ଭଳି ଚମକଭରା ଆଖି ।ବୟସ ମାତ୍ର ଛଅ । ନାଁ ତା'ର ଶ୍ରେୟାସା...
ଏକ ଛୋଟ ଗାଁ ରେ ସିନା ଓ ନିନା ନାମରେ ଦୁଇଟା ଝିଅ ଥିଲେ। ଛୋଟ ବେଳରୁ ବହୁତ ସୁନ୍ଦର ଭାବରେ ସାଙ୍ଗ ହୋଇ ରହିଲେ। ଗାଁ...
ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ଇ ଲର୍ଣ୍ଣିଂ ପଦକ୍ଷେପ ବିଦ୍ୟାଗ୍ରହ ଦୁଇବର୍ଷ ସଫଳତା ପୂର୍ବକ ସମାପ୍ତ କରିଛି । ଏହା ଗ୍ରାମାଂଚଳର...
କିଟ୍ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଦିବ୍ୟାଙ୍ଗଜନଙ୍କ ସୃଜନଶୀଳତା ଓ ପ୍ରତିଭାର ଏକ ଅଭିନବ ସଂଗମ ଦକ୍ଷତା ଏବଂ...
ଭୂବନେଶ୍ୱର ୦୪/୦୭ ଓଡ଼ିଶାରେ ଓଡି଼ଆ ଭାଷାରେ ଶାସନ କରାଯିବା ପାଇଁ ଅଠରଶ' ଶତାବ୍ଦୀରୁ ଉଦ୍ୟମ ଚାଲିଥିଲା I 1903 ମସିହାରେ ଉତ୍କଳ ସମ୍ମିଳନୀ ଏ ଦିଗରେ ପ୍ରଗାଢ଼ ଉଦ୍ୟମ କରିଥିଲେ I 2016 ମସିହାରେ 'ଭାଷା ଆନ୍ଦୋଳନ,ଓଡ଼ିଶା' ପକ୍ଷରୁ 878 ଦିନ ଅବିରତ ଭାବେ କଳାପତାକା ଅଭିଯାନ ଆରମ୍ଭ କରାଯାଇଥିଲା I ଫଳରେ ଓଡିଶା ବିଧାନସଭାରେ ଓଡ଼ିଆ ଭାଷାକୁ 'ସରକାରୀ ଭାଷା' ଭାବେ 19/09/2018 ତାରିଖରେ ମାନ୍ୟତା ମିଳିଲା I ଭାଷା ଆଇନ-1954କୁ ସଂଶୋଧନ କରାଯାଇ ସରକାରୀ ଭାଷାରେ ସରକାରୀ କାର୍ଯ୍ୟ କରୁନଥିବା କର୍ମଚାରୀ ଓ ଆଇନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ବିଧି ବ୍ୟବସ୍ଥା ଖଞ୍ଜାଗଲା I ଏଥି ସହିତ ବ୍ୟାପକ ଭାବେ ଓଡ଼ିଆ ଭାଷା ବ୍ୟବହାର କରୁଥିବା କର୍ମଚାରୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ନିୟମାବଳୀରେ ରଖା ଯାଇଥିଲା I ଏହି ସମ୍ବନ୍ଧରେ 17/08/2019 ତାରିଖରେ ରାଜପତ୍ର ପ୍ରକାଶିତ ହୋଇ ସାରିଛି I ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ସଚିବମାନଙ୍କୁ ବିଭିନ୍ନ ସମୟରେ ସ୍ମାରକପତ୍ର ପ୍ରଦାନ କରି ଲୋକଙ୍କୁ ପ୍ରଣୀତ ଆଇନର ସୁଫଳ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲେବି ସରକାରୀ ଉଦାସୀନତା ଓ ମାନସିକତା ଏଥିରେ ବାଧକ ହୋଇଥିଲା I ସଂଶୋଧିତ ଭାଷା ଆଇନ ଶୀତଳ ଭଣ୍ଡାରକୁ ଚାଲିଗଲା ପରି ମନେହେଲା, ଯେଉଁଥିରୁ ଓଡ଼ିଆ ଅସ୍ମିତା ମୁଣ୍ଡ ଟେକିଲା I ସୁଖର କଥା ଯେ, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ସମସ୍ତ ନଥିପତ୍ର ପ୍ରସ୍ତୁତ କରାଯିବା ପାଇଁ ଘୋଷଣା କରିବା ପରେ ଓଡ଼ିଆ ଭାଷା ପାଇଁ ନୂତନ ଜାଗରଣ ସୃଷ୍ଟି ହୋଇଛି I ଏହି ଅବସରରେ ସମସ୍ତ ଭାଷାପ୍ରେମୀ ତଥା ଭାଷାଯୋଦ୍ଧାଗଣଙ୍କ ପକ୍ଷରୁ 'ଭାଷା ଆନ୍ଦୋଳନ, ଓଡିଶା' ଲୋକଙ୍କ ସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି I ମାତୃଭୂମି ଓ ମାତୃଭାଷାର ମହତ ରକ୍ଷାପାଇଁ ଓଡ଼ିଶା ବାସୀ ସଦା ତତ୍ପର ରହିବା ସହିତ ଓଡ଼ିଆ ଭାଷାର ବ୍ୟବହାରକୁ ସଠିକ ଢଙ୍ଗରେ, ସମସ୍ତ ଲେଖାପଢାରେ ତଥା ଆଚରଣ ଓ ଉଚ୍ଚାରଣରେ କରିବାକୁ ନମ୍ର ନିବେଦନ କରୁଛି I ସମସ୍ତ ରାଜ୍ୟସରକାରୀ କର୍ମଚାରୀ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ ତଥା ଚିଠିପତ୍ର କରିବାକୁ ଆହ୍ବାନ ଦେବା ସହିତ ଆଶା ପ୍ରକଟ କରୁଛି ଯେ, ମୋହନ ସରକାରଙ୍କ ଦୃଢ଼ ଇଚ୍ଛା ଶକ୍ତି ବଳରେ ଉତ୍କଳ ଜନନୀଙ୍କ ସମ୍ମାନ ଆଉ ଭୁଲୁଣ୍ଠିତ ହେବନାହିଁ ଏବଂ ବିକଶିତ ଓଡିଶା ଗଠନ ସମ୍ଭବ ହେବ I ଆଗାମୀ ଦିନରେ ମୋହନ ସରକାରଙ୍କୁ ଭାଷାର ସୁରକ୍ଷା ପାଇଁ ସବୁମନ୍ତେ ସହଯୋଗ କରିବାକୁ 'ଭାଷା ଆନ୍ଦୋଳନ, ଓଡିଶା' ପ୍ରତିଶୃତି ଦେଉଛି I ବନ୍ଦେ ଉତ୍କଳ ଜନନୀ I
ରାଜଭବନ ପରିସରରେ ଚାରା ରୋପଣ କଲେ ରାଜ୍ୟପାଳ ଭୁବନେଶ୍ୱର-(ତା.୦୫/୦୭)- ରାଜଭବନରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ...
*ଜନ ଅଧିକାରକୁ ପୂରା କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ* • ସମ୍ବଲପୁର ଏବଂ କୁଚିଣ୍ଡାରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ପୃଥକ ପୃଥକ ବୈଠକ•...
ବିଆଇପିଏଫ୍ ତରଫରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩ର ବିଜେତା ସମ୍ମାନିତ ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ ଲିମିଟେଡ଼ (ଇମ୍ଫା) ର...
ନୂଆଦିଲ୍ଲୀ : ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱା.ଓ.ସୋ )ତରଫରୁ ଏଠାରେ ନବ ନିର୍ବାଚିତ କେଉଁଝରର ସାଂସଦ ଅନନ୍ତ ନାୟକ ଏବଂ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କୁ ଭବ୍ୟ...
ଭୁବନେଶ୍ଵରରେ ଜଣେ ଆଇନ ପ୍ରଫେସର ତାଙ୍କର ବାପାଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। କାରଣ ଆର୍ଥିକ ସମସ୍ୟା। ଘରୋଇ କଲେଜରେ ନିଯୁକ୍ତ ଥିଲେ ମଧ୍ୟ ଜଣେ ପ୍ରଫେସରଙ୍କର...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି । ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରେରଣାଦାୟକ...
ଗତ ତା ୨୮.0୬.୨୦୨୪ ରିଖରେ ରାୟଗଡାସ୍ଥିତ ଜେକେ ପେପେର ମିଲ ଏହାର ରିକଭରୀ ପ୍ଲାଣ୍ଟ ପରିସରରେ ଫର୍ଣ୍ଣେସ ତେଲ ଟାଙ୍କିରେ ନିଆଁ ଲାଗିଲେ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର...
ବାରିପଦା (ପ୍ରବାହ ନ୍ୟୁଜ୍) : ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ନୂତନ ଶାଖା ବାରିପଦା ସ୍ଥିତ ୱାର୍ଡ ନଂ ୧୫ ବାଘଡା ରୋଡ ଠାରେ ଶ୍ରୀ ଦିନେଶ...
ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ...
ଭୁବନେଶ୍ୱର : ଆଜି ଲୋକସଭା ସଂସଦ ଭବନରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ଅଭିଭାଷଣ ଅବସରରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ...