Day: May 14, 2023

କିମ୍‍ସରେ ବିଶ୍ୱ ମାତୃ ଦିବସ

ଭୁବନେଶ୍ୱର ୧୪ ୫: ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥଏ ଏବଂ ପ୍ରତି ବଦଳରେ ସନ୍ତାନକୁ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଭାବେ ଗଢ଼ି ତୋଳେ ରବିବାର କିମ୍‍ସ-ଭୁବନେଶ୍ୱର ପରିସରରେ ବିଶ୍ୱତୃ ଦିବସ ପାଳନ ଅବସରରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହା କହିଛନ୍ତି କିମ୍‍ସ ପରିସରରେ ମାଇଁ ମଦର ମାଇଁ ହିରୋ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶ୍ରୀ ସାମନ୍ତ ନିଜ ଜୀବନରେ ମାଆଙ୍କ ପ୍ରଭାବ ସମ୍ପର୍କରେ କହିବା ସହ ମାଆ ସ୍ୱର୍ଗତ ନୀଳିମାରାଣୀଙ୍କ ସ୍ମୃତିଚାରଣ କରିଥିଲେ। ନୀଳିମାରାଣୀ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଶ୍ରୀ ସାମନ୍ତଙ୍କୁ ଜଣେ ସଫଳ ମଣିଷ ଭାବେ ଗଢ଼ି ତୋଳିଥିଲେ। କିନ୍ତୁ ନିଜ ଜୀବନର ଦୀର୍ଘ ୨୫ବର୍ଷର ସଂଘର୍ଷ ମଧ୍ୟରେ ଶ୍ରୀ ସାମନ୍ତ ମାଆଙ୍କ ପ୍ରତି ଯଥେଷ୍ଟ ସମୟ ଦେଇପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ତେବେ ପ୍ରତ୍ୟେକ ମାଆଙ୍କ ପ୍ରତି ସନ୍ତାନମାନେ ଯତ୍ନଶୀଳ ହେବାକୁ ସେ ଅନୁରୋଧ କରିଥିଲେ । ମାଆଙ୍କ ସ୍ମୃତି ଓ ଅନୁଭୂତିରେ ଶ୍ରୀ ସାମନ୍ତ ଲେଖିଥିବା ‘ମାଇଁ ମଦର ମାଇଁ ହିରୋ’ ପୁସ୍ତକଟି ବେଶ ଲୋକପ୍ରିୟ ହୋଇଥିବା ବେଳେ ବିଶ୍ୱର ପ୍ରାୟ ଶହେଟି ଦେଶର ଲୋକ ଏହି ପୁସ୍ତକ ପଢ଼ିବାର ସୁଯୋଗ ପାଇଛନ୍ତି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ। କିମ୍‍ସରେ ପ୍ରତିବର୍ଷ ମେ ଦ୍ୱିତୀୟ ରବିବାର ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ (କିମ୍‍ସ) ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍‍ସ ମେଡିକାଲ୍‍ ଅଧୀକ୍ଷକ ଡା. ରାମଚନ୍ଦ୍ର ଦାସଙ୍କ ସମେତ କିମ୍‍ସର ବହୁ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କଂଗ୍ରେସ ନିଯୁକ୍ତ କଲା ତିନି ପର୍ଯ୍ୟବେକ୍ଷକ

ବେଙ୍ଗାଲୁରୁ: କଂଗ୍ରେସକୁ କର୍ଣ୍ଣାଟକରେ ବିପୁଳ ବିଜୟ ମିଳିଛି। ତେବେ ଆଜି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। କଂଗ୍ରେସ ଆଜି...

ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ

ବେଙ୍ଗାଲୁରୁ: ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ। ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ ଥିବା ବେଳେ ସିବିଆଇ...

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳକିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

ସ୍ନେହା ନାୟକ କଳାରେ ଓଡ଼ିଶା ଟପ୍‍ପର ଭୁବନେଶ୍ୱର,୧୨ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି...