୫ ଆଇଏଏସଙ୍କୁ ସବ୍ କଲେକ୍ଟର ନିଯୁକ୍ତି
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ୨୭ ଜୁନ୍ – ରାଜ୍ୟ ସରକାର ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି । ଏହି ଅଫିସରମାନେ ଗତ ବର୍ଷକ ପୂର୍ବରୁ ନିଜର ପ୍ରଶିକ୍ଷଣ ଶେଷ କରି ଫେରିବାପରେ ରାଜ୍ୟ ସରକାର ସେମାନଙ୍କୁ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇଥିଲେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ବିଜ୍ଞପ୍ତି ଅନୁସାରେ ୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ଟିଟିଲାଗଡ଼ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ । ସେ ବର୍ତମାନ ଓମଫେଡ୍ ସିଜିଏମ୍ ସହ ହକି ପ୍ରୋମୋସନ୍ କାଉନସିଲ ସିଇଓ ଭାବେ କାର୍ଯ୍ୟ କରୁଥିଲେ ।
ସେହିପରି ୨୦୧୭ ବ୍ୟାଚ୍ ଆଇଏଏସ୍ ପି ଅନ୍ୱେଷା ରେଡ୍ଡୀଙ୍କୁ ବାରିପଦା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ବାରିପଦା ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବେ । ଏବେ ସେ ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଓଏମଇସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ସେହିପରି ପାଟିଲ ଆଶିଷ ଈଶ୍ୱରଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ବାଲେଶ୍ୱର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ଏବେ ଗ୍ରୀଡକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ସେହିପରି ଟିଏସ୍ ଦିବାକରଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଧର୍ମଗଡ଼ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏବେ ସେ ଓକାକ୍ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି ।
ସେହିପରି ୨୦୧୭ ବ୍ୟାଚ୍ ଆଇଏଏସ୍ ହେମକାନ୍ତ ସଏଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଜୟପୁର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ସଏ ଏବେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
