୩୮ ଲକ୍ଷ ପିଲା ଅନ୍‌ଲାଇନ୍ ଶିକ୍ଷାଦାନରୁ ବଞ୍ଚିତ

0
online

କେବଳ ୬୧.୯୩% ପିଲାଙ୍କ ଘରେ ରହିଛି ଟିଭି
ଗଠନ ହୋଇଛି ୨, ୭୯, ୭୫୫ଟି ହ୍ୱାଟ୍‌ସଆପ୍ ଗ୍ରୁପ
୩୧.୯୫% ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନରେ ଶିକ୍ଷା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍ ଶିକ୍ଷା । ମଧୁ ଆପ୍‌, ଦୀକ୍ଷା ପୋର୍ଟାଲ୍ ମାଧ୍ୟମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା ବି କରାଯାଇଛି । ଏହାପରେ ବି ସରକାରୀ ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ମଧ୍ୟରେ ପୁଥିବା ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଛ ମାତ୍ର ୩୬% ଅର୍ଥାô ୨୨ ଲକ୍ଷ ଛାତ୍ରଛାତ୍ରୀ ଅନ୍ଲାଇନରେ ପଢ଼ୁଛନ୍ତି । ଆହୁରି ୩୮ଲକ୍ଷ ତଥା ୬୪% ଛାତ୍ରଛାତ୍ରୀ ତିନି ମାସ ହେଲା ଅନ୍‌ଲାଇନ୍ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି ।
ଲକ୍‌ଡାଉନ ଯୋଗୁ ସ୍କୁଲ ବନ୍ଦ ରହିଛି । ତେଣୁ ଅନ୍‌ଲାଇନ୍ ତଥା ଡିଜିଟାଲ ଶିକ୍ଷା ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏପ୍ରିଲ ମାସରେ ଭୁବନେଶ୍ୱର ଓ ଖୋର୍ଧା ଜିଲ୍ଲାରେ ଆରମ୍ଭ ହୋଇଥିଲା । କିଛି ମାତ୍ରାରେ ସଫଳତା ମଧ୍ୟ ମିଳିଥିଲା । ଯେଉଁଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ହ୍ୱାଟସ୍‌-ଅ ।ପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଧାନଶିକ୍ଷୟିତ୍ରୀଙ୍କୁ କୁହାଗଲା । ଶ୍ରେଣୀ ଅନୁଯାୟୀ ହ୍ୱାଟସ୍‌-ଆପ୍ ଗ୍ରୁପ୍‌ରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ତା\’ପରେ ବି କେତେକ ସ୍ଥାନରେ ତ୍ରୁଟିବିଚ୍ୟୁତି ରହୁଛି । କେଉଁଠି ବିଷୟବସ୍ତୁ ଛାତ୍ରଛାତ୍ରୀ ପାଇପାରୁ ନାହାନ୍ତି ତ ଅ ।ଉ କେଉଁଟି ପାଠ୍ୟପୁସ୍ତକରେ ଥିବା ତଥ୍ୟ ହ୍ୱାଟସ୍‌- ଅ ।ପ୍ରେ ଉପଲବ୍ଧ ହେଉନି । ଯେଉଁ ସମୟରେ ଶିକ୍ଷକ୍ୟଶିକ୍ଷୟିତ୍ରୀ ଅନ୍ଲାଇନରେ ପାଉଛନ୍ତି, ସେ ସମୟରେ ପିଲାମାନେ ଉପଲବ୍ଧ ହେଉନାହାନ୍ତି । ଏଭଳି କିଛି ସମସ୍ୟା ଦେଖାଦେବାରୁ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କମିଟି ଗଠନ କରାଯାଇ ତ୍ରୁଟି ତଥା ସମସ୍ୟାକୁ ଅନୁଧ୍ୟାନ କରି ବିଷୟବସ୍ତୁର ରୂପରେଖ ପ୍ରସ୍ତୁତ କରିବାକୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ସହରାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀ ଅନ୍ଲାଇନରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି । ଭୁବନେଶ୍ୱର ସମେତ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ, ବ୍ରହ୍ମପୁର, ଜୟପୁର, ପୁରୀ, ବାରିପଦା ପରି ସହରରେ ଥିବା ସରକାରୀ ବିଦ୍ୟାଳୟର ୫୦ ପ୍ରତିଶତ ଛାତ୍ରଛାତ୍ରୀ ହ୍ୱାଟସ୍‌-ଅ ।ପ୍‌, ମଧୁ ଅ ।ପ୍ ଓ ଦୀକ୍ଷା ପୋର୍ଟାଲ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଗ୍ରାମାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ବହୁ କମ୍ ଛାତ୍ରଛାତ୍ରୀ ହ୍ୱାଟସ୍‌-ଆପ୍ରେ ଶିକ୍ଷା ଗ୍ରହଣ କରୁଛନ୍ତି । ନେଟୱାର୍କ ସୁବିଧା ନ ହେବା, ସବୁ ଅଭିଭାବକଙ୍କ ନିକଟରେ ଅଣ୍ଡ୍ରଏଡ୍ ଫୋନ୍ ଉପଲବ୍ଧ ନ ହେବା କାରଣରୁ ବହୁ ପିଲା ଅନ୍ଲାଇନ୍ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଅ ।ଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଅନ୍ଲାଇନ୍ ଶିକ୍ଷା ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜାଣି ନାହାନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୨୨ଲକ୍ଷ ପିଲାଙ୍କ ନିକଟରେ ଅ ।ମେ ପହଞ୍ଚି ପାରିଛୁ । ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ କିଭଳି ଯୋଡ଼ା ଯାଇପାରିବ, ସେଥିପାଇଁ ୩ଟି ତଦାରଖ କମିଟି ଗଠନ ହୋଇଛି । କମିଟିଗୁଡ଼ିକ ସବୁ ବିଷୟ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଅ ।ଯିବ ।
ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୭ ହଜାର ୧୨୮ ସରକାରୀ ସ୍କୁଲ ରହିଛି । ସେଥିମଧ୍ୟରୁ ମାତ୍ର ୧୮ ହଜାର ୫୩୮ ସ୍କୁଲ ଏବେ ସୁଦ୍ଧା ଅନ୍ଲାଇନରେ ଶିକ୍ଷା ଦେଉଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଏହି ସବୁ ସ୍କୁଲର ୧୬ ଲକ୍ଷ ୩୭ ହଜାର ୫୩୫ ପିଲା ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୪ ହଜାର ୧୯୦ ଅର୍ଥାତ ୬୧.୯୩% ପିଲାଙ୍କ ଘରେ ଟିଭି ରହିଛି । ଦଶମ ଶ୍ରେଣୀ ପିଲାଙ୍କ ଲାଗି ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ପିଲାମାନେ ଟିଭି ଦେଖି ଜାଣିପାରୁଛନ୍ତି । ୨ ଲକ୍ଷ ୭୯ ହଜାର ୭୫୫ଟି ହ୍ୱାଟ୍ସଅ ।ପ୍ ଗ୍ରୁପ ଗଠନ କରାଯାଇଛି । ୫ ଲକ୍ଷ ୨୩ ହଜାର ୨୮୬ ପିଲାଙ୍କ ଅଭିଭାବକଙ୍କ ନିକଟରେ ସ୍ମାର୍ଟ ଫୋନ ରହିଛି । ଅର୍ଥାତ ମାତ୍ର ୩୧.୯୫% ଛାତ୍ରଛାତ୍ରୀ ସ୍ମାର୍ଟ ଫୋନରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି । ଅ ।ହୁରି ୬୮% ପିଲା ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଶିକ୍ଷା ସଂଯୋଗ ଅ ।ପ୍‌ରେ ୫ ଲକ୍ଷ ୭୨ ହଜାର ୫୯୨ ଅର୍ଥାତ ୩୪.୯୭% ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି । ଅ ।ହୁରି ଅନେକ ଛାତ୍ରଛାତ୍ରୀ ଅନ୍‌ଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଏବେ ସୁଦ୍ଧା ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାକୁ ଛାଡ଼ି ଦେଲେ ଅ ।ଉ କୌଣସି ଜିଲ୍ଲାରେ ୫୦% ଛାତ୍ରଛାତ୍ରୀ \”ଶିକ୍ଷା ସଂଯୋଗ\’ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନାହାନ୍ତି । ଅଧା ଜିଲ୍ଲାରେ \”ଶିକ୍ଷା ସଂଯୋଗ\’ କାର୍ଯ୍ୟକ୍ରମ ୩୦% ବି ଛୁଇଁନି । କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଦେବଗଡ଼, ଜିଲ୍ଲାର ୮୦ରୁ ୯୦ ପ୍ରତିଶତ ପିଲାଙ୍କ ଅଭିଭାବକଙ୍କର ସ୍ମାର୍ଟ ଫୋନ ନାହିଁ । ରାୟଗଡା, ମାଲକାନଗିରି, କନ୍ଧମାଳ ପରି ଉପାନ୍ତ ଜିଲ୍ଲାର ୪୦ ପ୍ରତିଶତ ଅଭିଭାବକଙ୍କ ପାଖରେ ମୋବାଇଲ ହିଁ ନାହିଁ । ଅଧିକାଂଶ ଅଭିଭାବକ ମୋବାଇଲ କ\’ଣ ବୋଲି ଜାଣନ୍ତି ନାହିଁ । ଖୋର୍ଦ୍ଧା, ବରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ସୋନପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ପୁରୀ, ବାଲେଶ୍ୱର, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ଓ ନୟାଗଡ଼ ଜିଲ୍ଲା ବ୍ୟତୀତ ଅ ।ଉ କୌଣସି ଜିଲ୍ଲାରେ ୩୦% ଅଭିଭାବକଙ୍କ ନିକଟରେ ମୋବାଇଲ ନାହିଁ ।

Leave a Reply

Your email address will not be published. Required fields are marked *