ୟଙ୍ଗ୍ ଅର୍ବାନ ୱିମେନ୍ ଫୋରମ୍‌ର ପ୍ରତିନିଧିଙ୍କୁ ଡିଗିନିଟି କିଟ୍ ବିତରଣ

0
DSCN2368

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମହିଳା ଓ ଯୁବତୀ ମାନଙ୍କର ଋତୁସ୍ରାବ ସଂକ୍ରାନ୍ତିୟ ଅନ୍ଧବିଶ୍ୱାସକୁ ଦୂର କରିବା, ପରିଷ୍କାର ଓ ପରିଚ୍ଛନ୍ନତାକୁ ଅଧିକ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଆକ୍ସନ୍‌ଏଡ୍‌, ହେୱଲେଟ୍ ଫାଉଣ୍ଡେସନ ଓ ସିସିଡବ୍ଲୁଡିର ମିଳିତ ପ୍ରୟାସରେ ସହରାଞ୍ଚଳର ବସ୍ତି ଅଞ୍ଚଳରେ ବସବାସ କରୁଥିବା ମହିଳା ଓ ଯୁବତୀମାନଙ୍କୁ ସମ୍ମାନଜନକ ଭାବେ ବଞ୍ଚିବା ପାଇଁ ୧୩ ଗୋଟି ବସ୍ତିରେ ୩୩୦ ଗୋଟି ଡିଗିନିଟି କିଟ୍ ବିତରଣ କରାଯାଇଛି । ଉକ୍ତ କିଟ୍‌ରେ ସାନିଟାରୀ ନାପ୍‌କିନ୍‌, ସାବୁନ୍ ଓ ସାନିଟାଇଜର ରହିଛି । ବିଶେଷ କରି ସାନିଟାରୀ ନାପ୍‌କିନ୍‌ର ବ୍ୟବହାର, ସାବୁନ୍‌ରେ ହାତ ଧୋଇବା ଅଭ୍ୟାସ ଉପରେ ସଚେତନତା କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇ ଏହା ବିତରଣ କରାଯାଇଥିଲା । ଏଥିରେ ଆକ୍ସନ୍‌ଏଡ୍‌ର ଲୋପାମୁଦ୍ରା ବେହେରା, ସୁଦେଷ୍ଣା ମିଶ୍ର, ସିସିଡବ୍ଲୁଡିର ସଂପାଦକ ସଦାଶିବ ସ୍ୱାଇଁଙ୍କ ସମେତ ଭୁବନେଶ୍ୱର ୟଙ୍ଗ୍ ଅର୍ବାନ୍ ୱମେନ୍ ଫୋରମ୍‌ର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *