ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ବାତିଲ

0
student

ଭୁବନେଶ୍ୱର, (ନି.ପ୍ର) : ଶିକ୍ଷା ବର୍ଷ ୨୦୧୯-୨୦ରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ବାକି ଥିବା ପରୀକ୍ଷା ବାତିଲ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଅ ।ଯାଇଛି । ନିଷ୍ପତ୍ତି ଅନୁସାରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ବାକି ଥିବା ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ହେବ ନାହିଁଛ ୟୁଜିସି ପ୍ରସ୍ତାବ ଅନୁସାରେ ବିକଳ୍ପ ମୂଲ୍ୟାୟନ ହେବଛ ଏହି ବିକଳ୍ପ ମୂଲ୍ୟାୟନ ଜରିଅ ।ରେ ଫଳାଫଳ ପ୍ରକାଶ ପାଇବ ।
ଉଚ୍ଚସ୍ତରୀୟ ବୈଠକରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୟୁଜି ଓ ପିଜି ଫଳାଫଳ ପ୍ରକାଶ ଯିବା ପାଇଁ ନିଷ୍ପତ୍ତି ହୋଇଛି । ନିର୍ଦ୍ଧାରିତ ବିକଳ୍ପ ମୂଲ୍ୟାୟନ ଜରିଅ ।ରେ ଇଣ୍ଟରନାଲ ମାର୍କ ମିଳିବ । ଛାତ୍ରଛାତ୍ରୀଙ୍କୁ ହାରାହାରି ନମ୍ବର ଅନୁଯାୟୀ ଅବଶିଷ୍ଟ ନମ୍ବର ମିଳିବ । ବିକଳ୍ପ ମୂଲ୍ୟାୟନରୁ ଅଧିକ ମାର୍କ ଅ ।ଶା ଥିଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଅଧିକ ନମ୍ବର ଅ ।ଶାୟୀ ଅ ।ସନ୍ତା ନଭେମ୍ବରରେ ପରୀକ୍ଷା ଦେବେଛ ଡିସେମ୍ବର ମାସରେ ପରବର୍ତ୍ତୀ ପରୀକ୍ଷା ହେବ ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଯେଉଁ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ସରିଛି, ନୂଅ । ନିୟମ ଲାଗୁ ହେବ ନାହିଁ । ମେଡିକାଲ ପାଠ୍ୟକ୍ରମ ବ୍ୟତିତ ସମସ୍ତ ପାଠ୍ୟକ୍ରମରେ ନିଷ୍ପତ୍ତି ଲାଗୁ ହେବଛ ମେଡିକାଲ ପାଠ୍ୟକ୍ରମ ପରୀକ୍ଷା ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କର ଗୋଟିଏ ବା ୨ଟି ବିଷୟରେ ବ୍ୟାକ୍ ଥିଲେ ପରୀକ୍ଷା ବାତିଲ ହେବଛ କୋଭିଡ ସ୍ଥିତିକୁ ଦେଖି ସଂପୃକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବେ । ଡିସେମ୍ବର ମାସରେ ପରିବର୍ତ୍ତିତ ଫଳ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *