ସୋମବାର ଠାରୁ ଖୋଲିବ କରତାରପୁର କରିଡର

0
kartara pur

ନୂଆଦିଲ୍ଲୀ, (ଏଜେନ୍ସି):ଆସନ୍ତା ଜୁନ୍ ୨୯ ତାରିଖ ସୋମବାର ଠାରୁ ପୁଣି କରତାରପୁର କରିଡର୍ ଖୋଲିବ । କରିଡର୍ ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ଥିବା ସୂଚନା ମିଳିଛି । କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପସ୍ୱରୂପ କରିଡର୍ ବନ୍ଦ ରଖାଯାଇଥିଲା ।
ଏସମ୍ପର୍କରେ ଘୋଷଣା କରି ଶନିବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କ୍ୟୁରେଶି ଟୁଇଟ୍ କରିଛନ୍ତି ଯେ ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଶିଖ୍ ସାମ୍ରାଜ୍ୟର ସଂସ୍ଥାପକ ମହାରାଜା ରଣଜୀତ ସିଂହଙ୍କ ଶ୍ରାଦ୍ଧ ଦିବସରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ସମଗ୍ର ବିଶ୍ୱରେ ଉପାସନାସ୍ଥଳୀ ସବୁ ଖୋଲୁଥିବାରୁ ୨୦୨୦ ପାକିସ୍ତାନ ସମସ୍ତ ଶିଖ୍ ଯାତ୍ରୀଙ୍କ ପାଇଁ କରତାରପୁର ସାହିବ କରିଡର୍ ଖୋଲିବାକୁ ପସ୍ତୁତି କରୁଛି । ମହାରାଜା ରଣଜିତ ସିଂହଙ୍କ ଶ୍ରାଦ୍ଧ ଦିବସ ଜୁନ୍ ୨୯ ତାରିଖ ଠାରୁ ପୁଣି କରିଡର୍ ଖୋଲିବାକୁ ଆମର ପ୍ରସ୍ତୁତି ସଂକ୍ରାନ୍ତରେ ଭାରତକୁ ଅବଗତ କରାଯାଇଛି ।

Leave a Reply

Your email address will not be published. Required fields are marked *