ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

0
supremeco

ନୂଅ।ଦିଲ୍ଲୀ,(ଏଜେନ୍ସି):ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତିଛ ଗୁରୁବାର ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଅ । ବର୍ଗ(ଓବିସି)ର ଅ ।ଶାୟୀମାନଙ୍କ ଲାଗି କୋଟାକୁ ନେଇ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତ
ବିଚାରପତି ଏଲ. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୌଣସି ସଂରକ୍ଷଣର ଅଧିକାରକୁ ମୌଳିକ ଅଧିକାର କୁହାଯାଇପାରିବ ନାହିଁଛ ଏହା ଅ ।ଜିର ଅ ।ଇନଛ ଏଥିପାଇଁ କୋଟାର ଲାଭ ପ୍ରଦାନ ନ କରିବା କୌଣସି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯାଇ ପାରିବ ନାହିଁ
ସିପିଅ ।ଇ, ଡିଏମକେ ଏବଂ ଅନ୍ୟ ନେତାମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିଶନରେ କୁହାଯାଇଥିଲା ଯେ, ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ୫୦ ପ୍ରତିଶତ ସିଟ୍ ସ୍ନାତକ, ସ୍ନାତକତ୍ତୋର ମେଡିକାଲ ଏବଂ ଦନ୍ତ ଚିକିତ୍ସା ୨୦୨୦-୨୧ ପାଠ୍ୟକ୍ରମଗୁଡ଼ିକ ପାଇଁ ସର୍ବଭାରତୀୟ କୋଟାରେ ସଂରକ୍ଷିତ ରଖାଯିବା ଉଚିତଛ ପିଟିଶନରେ ଦର୍ଶାଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକୁ ଛାଡ଼ି ସମସ୍ତ ଓବିସି ପ୍ରାର୍ଥୀଙ୍କୁ ସର୍ବଭାରତୀୟ କୋଟା ଅନୁଯାୟୀ ଦିଅ ।ଯାଇଥିବା ସିଟ୍ ବାହାରେ ମେଡିକାଲ କଲେଜରେ ଅ ।ଡ୍ମିଶନ କରାଯିବା ଉଚିତଛ ଓବିସି ପ୍ରାର୍ଥୀଙ୍କୁ ଅ ।ଡମିଶନ ନ କରିବା ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନଛ ସଂରକ୍ଷଣ ନ ହେବା ପର୍ଯ୍ୟନ୍ତ ନୀଟ୍ ଅଧୀନରେ କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିô ବୋଲି କୁହାଯାଇଛି ।
ମାତ୍ର ସୁପ୍ରିମକୋର୍ଟ ପିଟିଶନରେ କରାଯାଇଥିବା ଯୁକ୍ତି ଦ୍ୱାରା ପ୍ରଭାବିତ ହୋଇ ନ ଥିଲେ ଏବଂ ଅ ।ବେଦନକର୍ତ୍ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯେହେତୁ ସଂରକ୍ଷଣ ମୌଳିକ ଅଧିକାର ନୁହେଁ, ତେବେ ଅନୁଚ୍ଛେଦ ୩୨ ଅଧୀନରେ ପିଟିଶନକୁ କିପରି ଗ୍ରହଣ କରାଯାଇ ପାରିବ ? ଏହା ଦ୍ୱାରା କାହାର ମୌଳିକ ଅଧିକାର ଉଲ୍ଲଂଘନ ହେଉଛି କି ? ଅନୁଚ୍ଛେଦ ୩୨ କେବଳ ମୌଳିକ ଅଧିକାର ଉଲ୍ଲଂଘନ ପାଇଁ ଉପଲବ୍ଧଛ ଅ ।ମେ ବିଶ୍ୱାସ କରୁ ଯେ ଅ ।ପଣ ସମସ୍ତେ ତାମିଲନାଡୁର ନାଗରିକମାନଙ୍କ ମୌଳିକ ଅଧିକାର ପାଇଁ ଅ ।ଗ୍ରହୀଛ କିନ୍ତୁ ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Leave a Reply

Your email address will not be published. Required fields are marked *