ଶ୍ୱାସରୋଗୀଙ୍କ ଯତ୍ନ
ଶ୍ୱାସରୋଗୀମାନେ ସେମାନଙ୍କ ସ୍୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଅ ।ବଶ୍ୟକ । କାରଣ ଏହା ଏକ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା । ଯେଉଁଥିରେ ରୋଗୀର ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏଭଳି ସ୍ଥିତିରେ ନିୟମିତ ଔଷଧ ସେବନ ହିଁ ରୋଗୀକୁ ଅ ।ରାମ ଦେବା ପାଇଁ କାମ କରିଥାଏ । ତେବେ ଶ୍ୱାସରୋଗୀଙ୍କ ପାଇଁ କେବଳ ଔଷଧ ନୁହେଁ, କିଛି ଘରୋଇ ପଦ୍ଧତି ଗ୍ରହଣ କରି ନିଜକୁ ସୁସ୍ଥ ରଖିପାରିବେ ।
ଯେଉଁମାନଙ୍କର ଆସ୍ଥମା ଥାଏ ସେମାନଙ୍କ ପାଇଁ କୌଣସି ଅଲଗା ଖାଦ୍ୟ ବା ଡାଏଟ ନଥାଏ । ଅଧିକ ଓଜନ ହେବା ପ୍ରାୟତଃ ଭୟଙ୍କର ଶ୍ୱାସରୋଗ ହୋଇପାରେ । ଅ ।ପଣଙ୍କ ଖାଦ୍ୟକୁ ସୁସ୍ଥ ଏବଂ ସନ୍ତୁଳିତ ରଖିବା ପାଇଁ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ଜରୁରୀ । ଅ ।ଣ୍ଟିଅକ୍ସିଡାଣ୍ଟ ଯେପରିକି ଫଳ ଏବଂ ପନିପରିବାରେ ବିଟା-କାରୋଟିନ୍, ଭିଟାମିନ୍ ସି ଏବଂ ଇ ଅ ।ପଣଙ୍କ ପାଇଁ ଭଲ ।
ରସୁଣ ଖାଅ ।ନ୍ତୁ । ରସୁଣ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣରେ ଭରପୂର ରହିଥାଏ । ଯାହା ଅ ।ପଣଙ୍କ ସ୍୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।
ଅଦା ଖାଅ ।ନ୍ତୁ । ଅଦା ଅ ।ପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବା ସହିତ ଅ ।ସ୍ଥମା ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଅଦା ଏପରି ଏକ ଔଷଧ, ଯାହା ଗୁରୁତର ଅ ।ସ୍ଥମା ରୋଗୀଙ୍କ ପାଇଁ ଉପଯୋଗୀ ହୋଇଥାଏ ।
ମହୁରେ ଭରପୂର ଗୁଣ ରହିଛି । ଯାହା ଅ ।ପଣଙ୍କ ଗଳାରେ ଅ ।ସ୍ଥମା ରୋଗର ଲକ୍ଷଣକୁ ହ୍ରାସ କରିପାରେ । ଏଥିପାଇଁ ଅ ।ପଣ ହର୍ବାଲ ଚା କିମ୍ବା କୌଣସି ଗରମ ପାଣି ସହ ମହୁକୁ ମିଶାଇ ପାରିବେ ।
ଯୋଗ କରନ୍ତୁ । ଯୋଗ ବା ବ୍ୟାୟାମ କରି ଅ ।ପଣ ଅ ।ସ୍ଥମା ସମସ୍ୟାରୁ ମୁକ୍ତି ପାଇପାରିବେ । ଯୋଗ କରିବା ଦ୍ୱାରା ଅ ।ପଣ ଚାପକୁ ହ୍ରାସ କରିପାରିବେ । ଯାହା ଅ ।ପଣଙ୍କ ଶ୍ୱାସକୁ ନିୟନ୍ତ୍ରଣ କରିପାରିବ । ଯଦି ଅ ।ପଣ ପ୍ରତିଦିନ ବ୍ୟାୟାମ କରନ୍ତି, ତେବେ ଅ ।ପଣଙ୍କର ଶ୍ୱାସକ୍ରିୟା ସମସ୍ୟା ବହୁ ପରିମାଣରେ କମିଯାଏ ।
