ଶ୍ରୀ ଜଗନ୍ନାଥଙ୍କ ସେନାପଟା ଓ ବାହୁଟ ସେବା ପାଇଁ ପଠାଗଲା ବଉଳଗଛ
ସାକ୍ଷୀଗୋପାଳ, (ପ୍ରବାହ ନ୍ୟୁଜ୍): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାପାଇଁ ମଙ୍ଗଳବାର ର୍ନିଜଳା ଏକାଦଶୀଦିନ ବଉଳ କାଠ ସାକ୍ଷୀଗୋପାଳରୁ ପଠାଯାଇଛି । କାହିଁ କେଉଁକାଳରୁ ପରମ୍ପରା ଅନୁସାରେ ବଉଳ କାଠ ପ୍ରତିବର୍ଷ ବଉଳକାଠଏଠାରୁ ଯାଇଥାଏ । ସାକ୍ଷୀଗୋପାଳ ହାଟସାହିର ହୃଷୀକେଶ ମହାନ୍ତିଙ୍କ ବଗିଚାରେ ଥିବା ବଉଳ ଗଛ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା । ସୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ରାରା ବୃକ୍ଷ ମୂଳ ସଂସ୍କାର ପୂଜା ହୋମ ଅ ।ଳତି କରାଯାଇ ସୁପରଭାଇଜର ସୁଦର୍ଶନ ମେକାପ ମହାପ୍ରଭୁଙ୍କ ଅ ।ଜ୍ଞାମାଳ ବୃକ୍ଷରେ ବାନ୍ଧିଥିଲେ । ଭୋଇ ସେବକ ସର୍ଦ୍ଦାର ରବୀ ଭୋଇ ଓ କାର୍ତ୍ତିକ ଭୋଇ ବୃକ୍ଷକୁ ନୂତନ କୁରାଢିରେ ଛେଦନ କରିଥିଲେ । ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସରୋଜ କୁମାର ଦତ୍ତ ଅ ।ଇଅ ।ଇସି ଦେବୀପ୍ରସାଦ ପାତ୍ର ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଅ ।ରୀ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟର୍ନିବାହୀ ଅଧିକାରୀ କୈଳାସ ମିଶ୍ରଙ୍କ ସହିତ ବିଶ୍ୱଜିତ ମିଶ୍ର ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ମହାପାତ୍ର ପ୍ରମୁଖ ସେଠାରେ ଉପସ୍ଥିତ ରହିଥିଲେ । ଶଗଡରେ ଗଛ ଲଦାଯାଇ ଘଣ୍ଟ କାହାଳି ବାଜା ବଜାଇ ବଜାର ପରିକ୍ରମା କରି ବ୍ଲକଛକରେ ପୁରୀକୁ ଶଗଡିକୁ ମେଲାଣି ଦିଅ । ଯାଇଥିଲା ।
