ରହସ୍ୟମୟ ସ୍ଥାନ : ଭାରତର ଶେଷ ରାସ୍ତା

0
4-6-640x430

ଭାରତରେ ଅନେକ ସ୍ଥାନ ରହିଛି, ଯାହା ରହସ୍ୟରେ ପରିପୂର୍ଣ୍ଣଛ ଏପରି କେତେକ ରହସ୍ୟମୟ ସ୍ଥାନ ବିଷୟରେ ଖୁବ୍ କମ୍ ଜାଣନ୍ତି । ସେଭଳି କିଛି ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ତାମିଲନାଡୁର ପୂର୍ବ ଉପକୂଳରେ ଥିବା ରମେଶ୍ୱରାମ ଦ୍ୱୀପ ନିକଟବର୍ତ୍ତୀ ଏକ ଅଞ୍ଚଳଛ ଏହା ଏପରି ଏକ ସ୍ଥାନ, ଯାହାକୁ ଭାରତର ଶେଷ ପ୍ରାନ୍ତ ବୋଲି କୁହାଯାଏ । କାରଣ ଏଠାରୁ ଭାରତର ଶେଷ ରାସ୍ତା ବାହାରିଛି । ସେହି ସ୍ଥାନରୁ ଶ୍ରୀଲଙ୍କା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି, କିନ୍ତୁ ଏହି ସ୍ଥାନଟି ଅ ।ଜି ସମ୍ପୂର୍ଣ୍ଣ ନିଛାଟିଅ । ଏବଂ ରହସ୍ୟମୟ ହୋଇ ରହିଛି ।
ଏହି ସ୍ଥାନର ନାମ ହେଉଚି ଧନୁଷକୋଡି, ଯାହାକି ଏକ ଗାଁଛ ଧନୁଷକୋଡି ହେଉଛି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଏକମାତ୍ର ସ୍ଥଳ ସୀମା ଯାହା ସମୁଦ୍ର କୂଳରେ ଅବସ୍ଥିତଛ ଏହାର ଲମ୍ବ ମାତ୍ର ୫୦ ଗଜ ଏବଂ ଏହି କାରଣରୁ ସ୍ଥାନଟି ଦୁନିଅ ।ର ସବୁଠାରୁ ଛୋଟ ସ୍ଥାନ ଭାବରେ ପରିଗଣିତ ।
ଏହି ଗାଁଟି ଅତ୍ୟନ୍ତ ରହସ୍ୟମୟ ବୋଲି ବିବେଚନା କରାଯାଏଛ ଅନେକ ଲୋକ ସେଠାକୁ ଭୂତପ୍ରେତର ବାସସ୍ଥାନ ବୋଲି ମଧ୍ୟ ଭାବନ୍ତିଛ ଯଦିଓ ଲୋକମାନେ ଦିନରେ ସେଠାକୁ ବୁଲିବାକୁ ଅ ।ସନ୍ତି, କିନ୍ତୁ ରାତି ହେବା ପୂର୍ବରୁ ସେଠାରୁ ପଳାନ୍ତିଛ ରାତିରେ ସେଠାରେ ରହିବା ସମ୍ପୂର୍ଣ୍ଣ ନିଷେଧଛ ସେଠାରୁ ରମେଶ୍ୱରର ଦୂରତା ପ୍ରାୟ ୧୫ କିମି ଏବଂ ସମଗ୍ର ଅଞ୍ଚଳ ନିଛାଟିଆ । ଏଭଳି ପରିସ୍ଥିତିରେ କେହି ଭୟବୀତ ହେବା ସ୍ୱଭାବିକ ।
ଏମିତି ନୁହେଁ ଯେ, ଏହି ଗାଁ ପ୍ରଥମରୁ ପରିତ୍ୟକ୍ତଛ ପୂର୍ବରୁ ସେଠାରେ ଲୋକ ବାସ କରୁଥିଲେ । ସେତେବେଳେ ଧନୁଷକୋଡିରେ ରେଳ ଷ୍ଟେସନ ଠାରୁ ଅ ।ରମ୍ଭ କରି ହସ୍ପିଟାଲ, ଚର୍ଚ୍ଚ, ହୋଟେଲ ଏବଂ ଡାକଘର ସବୁକିଛି ଥିଲାଛ କିନ୍ତୁ ୧୯୬୪ ମସିହାରେ ଅ ।ସିଥିବା ଭୟଙ୍କର ଘୂର୍ଣ୍ଣିବଳୟରେ ସବୁକିଛି ନଷ୍ଟ କରିଦେଲା । କୁହାଯାଉଛି ଯେ, ଏହି ଘୂର୍ଣ୍ଣିବଳୟ ଯୋଗୁଁ ୧୦୦ରୁ ଅଧିକ ଯାତ୍ରୀଙ୍କ ସହ ଏକ ଟ୍ରେନ୍ ସମୁଦ୍ରରେ ବୁଡ଼ି ଯାଇଥିଲାଛ ସେବେଠାରୁ ଏହି ଅଞ୍ଚଳ ଜନଶୂନ୍ୟ ହୋଇଯାଇଛି ।
ଶୁଣିବାକୁ ମିଳେ, ଧନୁଷକୋଡି ହେଉଛି ସେହି ସ୍ଥାନ, ଯେଉଁଠାରୁ ରାମ ସେତୁ ର୍ନିମାଣ କାର୍ଯ୍ୟ ଅ ।ରମ୍ଭ ହୋଇଥିଲା । ବିଶ୍ୱାସ କରାଯାଏ ଯେ ଏହି ସ୍ଥାନରେ ସମୁଦ୍ର ମଧ୍ୟରେ ଏକ ସେତୁ ର୍ନିମାଣ କରିବାକୁ ଭଗବାନ ରାମ ଭକ୍ତ ହନୁମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରେ ସେତୁ ମାଧ୍ୟମରେ ବାନର ସେନା ଲଙ୍କାରେ ପ୍ରବେଶ କରିଥିଲେ । ଏହି ଗ୍ରାମରେ ଭଗବାନ ରାମଙ୍କ ସହ ଜଡିତ ଅନେକ ମନ୍ଦିର ଅଛିଛ ପରେ ଭଗବାନ ରାମ ବିଷ୍ଣୁଙ୍କ ଅ ।ଦେଶରେ ଧନୁର ଗୋଟିଏ ପ୍ରାନ୍ତରୁ ସେହି ସେତୁକୁ ଭାଙ୍ଗିଥିଲେ ବୋଲି ବିଶ୍ୱାସ କରାଯାଏ । ତେଣୁ ଏହି କାରଣରୁ ସ୍ଥାନର ନାମ ଧନୁଶକୋଡି ବୋଲି ରଖାଯାଇଛି ।
ଏହି ଗ୍ରାମ ସହିତ ଏକ ଐତିହାସିକ ଘଟଣା ମଧ୍ୟ ଜଡିତ । ବାସ୍ତବରେ, ଯେବେ ସ୍ୱାମୀ ବିବେକାନନ୍ଦ ୧୮୯୩ ମସିହାରେ ଅ ।ମେରିକାରେ ଅ ।ୟୋଜିତ ଧର୍ମ ସଂସଦରେ ଯୋଗଦେବାକୁ ଯିବା ସମୟରେ ସେ ପ୍ରଥମେ ଭାରତର ଧନୁଷକୋଡି ଅଭିମୁଖେ ଯାତ୍ରା କରିଥିଲେ । ପରେ ସେଠାରୁ ସେ ଶ୍ରୀଲଙ୍କାର କଲମ୍ବୋ ଦେଇ ଅ ।ମେରିକାରରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *