ରଜରେ କରୋନା ମାଡିବା ଅ।ଶଙ୍କା
ଭୁବନେଶ୍ୱର,(ନି.ପ୍ର) : ଲକଡାଉନ୍ କୋହଳ ପରେ ଜନ ସମାଗମ, ସାମାଜିକ ସମାବେଶ, ଯାନବାହାନ ଚଳାଚଳ, ଦୋକାନ ବଜାରରେ ଭିଡ଼ ଜମାଉଛନ୍ତି । ଗୋଟିଏ ଦିନ ପରେ ଓଡ଼ିଶାର ଗଣପର୍ବ ରଜପର୍ବ । ବଜାର ହାଟରେ ଜନସମାଗମ ଦେଖିବାକୁ ମିଳୁଛି । ସପିଂ ମଲ୍ଲରେ ସମସ୍ତ କୋଭିଡ-୧୯ ନିୟମକୁ ଉଲ୍ଲଘଂନ କରାଯାଉଛି । ଯାହା କରୋନା ସଂକ୍ରମଣକୁ ବଢ଼ାଇବାରେ ସହାୟକ ହେବ । ବିଶ୍ୱରେ କରୋନା ଅ ।ତଙ୍କ ବଢ଼ିବାରେ ଲାଗିଥିବା ବେଳେ ଭାରତର ସ୍ଥିତି ମଧ୍ୟ ସଙ୍ଗୀନ । ଯାହା ଜଣାପଡ଼ୁଛି ରଜ ପର୍ବ ଶେଷ ବେଳକୁ ଓଡିଶାରେ କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ୪ହଜାରକୁ ଟପିପାରେ ବୋଲି ଅ ।ଶଙ୍କା କରାଯାଉଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଭାରତର ସ୍ଥାନ ଚତୁର୍ଥରେ ପହଞ୍ଚିବାର ସମ୍ଭାବନାକୁ ଏଡ଼ାଇ ଦିଅ ।ଯାଇ ନପାରେ ।
ଭୁବନେଶ୍ୱର୍ୟକଟକ,୧୦ା୬ (ନି.ପ୍ର) : ଅ ।ଉ ମାତ୍ର ଦିନକ ପରେ ପଡ଼ିବ ଓଡ଼ିଶାର ଗଣପର୍ବ ରଜ । ଏହା ଅ ।ମ ଓଡିଶାର ଏକ ପାରମ୍ପାରିକ ପର୍ବ, ଯାହାକି ଉତର ପୂର୍ବାଞ୍ଚଳରେ ଏହାକୁ ବହୁ ଯାକଜମକରେ ଲୋକମାନେ ପାଳନ କରିଥାଅ ।ନ୍ତି । ଲକଡାଉନ୍ କୋହଳ ପରେ ଜନ ସମାଗମ, ସାମାଜିକ ସମାବେଶ, ଯାନବାହାନ ଚଳାଚଳ, ଦୋକାନ ବଜାରରେ ଭିଡ଼ ଜମାଉଛନ୍ତି । ଗୋଟିଏ ଦିନ ପରେ ଓଡ଼ିଶାର ଗଣପର୍ବ ରଜପର୍ବ । ବଜାର ହାଟରେ ଜନସମାଗମ ଦେଖିବାକୁ ମିଳୁଛି । ସପିଂ ମଲ୍ଲରେ ସମସ୍ତ କୋଭିଡ-୧୯ ନିୟମକୁ ଉଲ୍ଲଘଂନ କରାଯାଉଛି । ଯାହା କରୋନା ସଂକ୍ରମଣକୁ ବଢ଼ାଇବାରେ ସହାୟକ ହେବ । ବିଶ୍ୱରେ କରୋନା ଅ ।ତଙ୍କ ବଢ଼ିବାରେ ଲାଗିଥିବା ବେଳେ ଭାରତର ସ୍ଥିତି ମଧ୍ୟ ସଙ୍ଗୀନ । ଯାହା ଜଣାପଡ଼ୁଛି ରଜ ପର୍ବ ଶେଷ ବେଳକୁ ଓଡିଶାରେ କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ୪ହଜାରକୁ ଟପିପାରେ ବୋଲି ଅ ।ଶଙ୍କା କରାଯାଉଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଭାରତର ସ୍ଥାନ ଚତୁର୍ଥରେ ପହଞ୍ଚିବାର ସମ୍ଭାବନାକୁ ଏଡ଼ାଇ ଦିଅ ।ଯାଇ ନପାରେ । ସେଥିପାଇଁ ଓଡିଅ ।ଙ୍କର ପ୍ରତ୍ୟେକ ଘରେ ପିଠାପଣା ସହିତ ବନ୍ଧୁବାନ୍ଧବରେ ପୂରିଯାଇଥାଏ । ଯାହାକି ଚଳିତ ବର୍ଷ ଏଥିରେ ଫିକା ପକାଇ ଦେଇଛି ମହାମାରୀ କରୋନା ଭୁତାଣୁ । କାରଣ ଏହି ଭୂତାଣୁ ସଂକ୍ରମଣକୁ ଦେଶ, ରାଜ୍ୟ ସହିତ ଜିଲ୍ଲାମାନଙ୍କରେ ଅ ।ଜି ଶଟ୍ଡାଉନ, ଲକଡାଉନ ଭଳି କଡାନିୟମ ଲଗାଯାଇ ସରକାର ଜନସାଧାରଣଙ୍କୁ ଏହି ଭୂତାଣୁ ଠାରୁ ଦୂରେଇ ରଖି ଅ ।ସୁଛନ୍ତି, କିନ୍ତୁ ଏହାର ବ୍ୟତିକ୍ରମ ଅ ।ମ କଟକସହରରେ ଦେଖିବାକୁ ମିଳୁଛି । ଏହାର ମୂଖ୍ୟ କାରଣ ଅ ।ସନ୍ତା ରଜପର୍ବ ପାଇଁ ଲୋକମାନେ କିଣାବିକାରେ ସାମାଜିକ ଦୂରତ୍ୱ କଥାକୁ ଭୁଲି ଯାଉଥିବା ଦେଖିବାକୁ ମିଳୁଛି ।
ଯେଉଁଥିପାଇଁ ସଙ୍ଗରୋଧ ସଂକ୍ରମଣକୁ ଏଡାଇ ଦିଅ ।ଯାଇନପାରେ ବୋଲି ଜିଲ୍ଲା ପ୍ରଶାସନ ଭାବୁଛି । ଏପରିକି ସାଧାରଣ ଲୋକମାନଙ୍କୁ ବାରମ୍ବାର ଯେତେ ପ୍ରକାର ବୁଝାଇଲେ ମଧ୍ୟ କିଛି ଅମାନିଅ । ଲୋକ ବେଖାତିରି କରି ସାମାଜିକ ଦୁରତା ନମାନି ରଜ ପାଇଁ କିଣାକିଣି କରୁଥିବା ନଜରକୁ ଅ ।ସୁଛି । ସେଥିପାଇ ବେଳେ ବେଳେ ଦୋକାନି ଜୋରିମାନା ଟଙ୍କା ଗଣୁଛନ୍ତି, ତଥାପି ଦୋକାନି ଓ ଜନସାଧାରଣ ନିଜକୁ କରୋନା ଭୂତାଣୁ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ମାନସିକ ସ୍ତରରେ ନିଷ୍ପତ୍ତି ନେଇ ପାରୁନାହାନ୍ତି, ଯାହାଫଳରେ ଅ ।ଜି ସହରର କିଛି ଅମାନିଅ ।ଙ୍କ ପାଇଁ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।
ରାଜ୍ୟ ସରକାର ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି । ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ଶଟ୍ଡାଉନ୍ ରହିବ । ତେଣୁ ଶୁକ୍ରବାର ସନ୍ଧ୍ୟାର କର୍ଫ୍ୟୁ କୋହଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଅ ।ଜି ସ୍ୱତନ୍ତ୍ର ରିଲିଫ୍ କମିସନର ବିଜ୍ଞପ୍ତି ଜାରି କରିଛନ୍ତି ।
୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ତେବେ ଏହି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାର୍ମେଂଟ ଓ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ରାଜଧାନୀର ପ୍ରତ୍ୟେକ ସପିଂମଲ ଉପରେ ବିଏମ୍ସି କଡ଼ା ନଜର ରଖିଛି । ଗୁରୁବାର କିଛି ସପିଂମଲ୍କୁ ସିଲ କରାଯାଇଥିବା ଜଣାପଡ଼ିଛି ।
ସେପଟେ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାରା ପୀଠ ଓ ବରୁଣେଇ ମନ୍ଦିରରେ ୧୪୪ ଧାରା ଜାରି କରାଯିବ । ଜୁନ୍ ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ରଜ ଉତ୍ସବ ପାଳନ କରାଯାଏ । ତେଣୁ ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧର ୧୪୪ ଧାରା ଜାରି କରାଯିବ । ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ଜିଲ୍ଲାପ୍ରଶାସନ ରୋକ୍ ଲଗାଇଛି ।
