ମିଳିବ ଶୁଭଫଳ ଶ୍ରାବଣ ମାସରେ ମହିଳାମାନେ ପିନ୍ଧନ୍ତୁ ସବୁଜ ଚୁଡ଼ି
ଶ୍ରାବଣ ମାସରେ ସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ରହିଛି ଳ ଏହି ମାସରେ ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଶିବ ଭକ୍ତ ମାନଙ୍କ ପାଇଁ ଏହି ମାସର ମହତ୍ତ୍ୱ ଖୁବ ଅଧିକ । ଏହି ପବିତ୍ର ମାସରେ ଚାରିଆଡ଼ ଶସ୍ୟଶ୍ୟାମଳା ଦେଖାଯାଏ । ମହିଳାମାନେ ସବୁଜ ରଙ୍ଗର ପୋଷାକ, ଚୁଡି ପିନ୍ଧିଥାଅ ।ନ୍ତି । ମାତ୍ର ଏହି ମାସରେସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ବିଷୟରେ ଜାଣନ୍ତୁ…
ଙ୍କ ପ୍ରଭୁ ଶିବ ଜଣେ ଯୋଗୀ । ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ । ସବୁଜ ରଙ୍ଗର ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଅ ।ନ୍ତି । ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଅ ।ନ୍ତି ।
ଙ୍କ ଯେପରି ଲାଲ ରଙ୍ଗ ବୈବାହିକ ଜୀବନର ସୁଖଶାନ୍ତି ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ ସେହିପରି ସବୁଜ ରଙ୍ଗ ମଧ୍ୟ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ । ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି । ଏପରି କରିବା ଦ୍ୱାରା ପ୍ରଭୁ ମହେଶ୍ୱରଙ୍କର ଆଶୀର୍ବାଦ ମିଳିବା ସହ ପତ୍ନି ଦୀର୍ଘାୟୁ ହୋଇଥାଅ ।ନ୍ତି । ଧାର୍ମିକ ଗନ୍ଥରେ ସବୁଜ ରଙ୍ଗ ବୁଧ ଗ୍ରହର ପ୍ରତୀକ ବୋଲି କୁହାଯାଏ । ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ଭଲ ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ଏତଦ୍ ବ୍ୟତୀତ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ବୁଦ୍ଧି ଓ ସମୃଦ୍ଧି ମିଳିଥାଏ ।
ଙ୍କ ବୁଧ ଗ୍ରହ ଯେକୌଣସି ବ୍ୟକ୍ତିଙ୍କ କ୍ୟାରିୟର ଓ ବ୍ୟବସାୟ ସହ ମଧ୍ୟ ଜଡ଼ିତଛ ତେଣୁ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ମନୁଷ୍ୟକୁ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ ।

