earthen-pots-6710842-jpg

ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ । ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ମାନସିକ ଦୁଶ୍ଚିନ୍ତା ଯେଉଁମାନଙ୍କର ଥାଏ, ସେମାନେ ଏହି ମାଟି ପାତ୍ରର ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଘରେ ସାଜ୍ଜସଜ୍ଜା ପାଇଁ ଦକ୍ଷିଣ: ପୂର୍ବ ଦିଗରେ ମାଟିର ବିଭିନ୍ନ ଦ୍ରବ୍ୟ ରଖିଲେ ଗୃହରେ ସର୍ବଦା ସୌଭାଗ୍ୟ ଅ ।ସିଥାଏ ।
ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତି ଦ୍ୱାରା ଭଗବାନଙ୍କ କୃପା ସର୍ବଦା ରହିଥାଏ ।
ପ୍ରତ୍ୟେକଙ୍କ ଘରେ ମାଟି ପାତ୍ର ନିଶ୍ଚୟ ରହିବା ଉଚିତ ।
ମାଟି ପାତ୍ରରେ ପାଣି ରଖି ଏହାକୁ ପିଇବା ଦ୍ୱାରା ବୁଧ ଓ ଚନ୍ଦ୍ରମାଙ୍କର ଶୁଭଫଳ ମିଳିଥାଏ ।
ମାଟି ପାତ୍ରକୁ ଘରର ଉତର-ପୂର୍ବ ଦିଗରେ ରଖନ୍ତୁ ।


ମାଟି ପାତ୍ରରେ ପାଣି ପିଇବା ଦ୍ୱାରା ମଙ୍ଗଳଙ୍କ ଉତ୍ତମ ପ୍ରଭାବ ପଡ଼ିଥାଏ ।
ମାଟି ପାତ୍ରରେ ପାଣି ଭର୍ତି କରି ଛାତ ଉପରେ ରଖି ପକ୍ଷୀଙ୍କୁ ପିଇବାକୁ ଦେବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ନିୟମିତ ତୁଳସୀଙ୍କ ନିକଟରେ ମାଟି ଦୀପ ଲଗାନ୍ତୁ ।
ମାଟିରେ ପ୍ରସ୍ତୁତ କଣ୍ଢେଇ ଆଦି ଘରେ ସଜାଇ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ବୃଦ୍ଧି ପାଇଥାଏ । ପର୍ବପର୍ବାଣି ସମୟରେ ଘରେ ମାଟିର ଦୀପ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ।
ଘରେ ମାଟିର ବାସନ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ମାଟି ପାତ୍ର ଘରେ ରହିବା ଦ୍ୱାରା ଏହା ଘର ପାଇଁ ଶୁଭଫଳ, ଧନବୈଭବ, ସଫଳତା ଅ ।ଦି ପ୍ରାପ୍ତି ହୋଇଥାଏ । ବିବାହ, ପୂଜାପର୍ବ, ବ୍ରତଘର ସବୁ କାମରେ ମାଟିର ପାତ୍ର ବ୍ୟବହୃତ ହୋଇଥାଏ ।

Leave a Reply

Your email address will not be published. Required fields are marked *