ବିଦ୍ୟୁତ୍ଙ୍କ ସହ ଏକ ହଟ୍ ଫଟୋଶୁଟ୍ କରିବାକୁ ଚାହାନ୍ତି ଇଶା
ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତାଙ୍କର ଏକ ଗୁପ୍ତ ଅଭିଳାଷ ରହିଛି । ଜଣେ ନିର୍ଦ୍ଦିଷ୍ଟ ଅ ।କ୍ଟର୍ଙ୍କ ସହ ସେ ଏକ ହଟ୍ ଫଟୋଶୁଟ୍ କରିବାକୁ ଚାହାନ୍ତି । ଏହି ଅ ।କ୍ଟର୍ ହେଉଛନ୍ତିି ବିଦ୍ୟୁତ୍ ଜାମ୍ୱାଲ୍ ।
ଇଶା କହିଛନ୍ତି, ବିଦ୍ୟୁତ୍ଙ୍କ ସହ ସେ ଦୁଇଟି ଫିଲ୍ମ କରିଛନ୍ତି, \”କମାଣ୍ଡୋ-୨\’ ଓ \”ବାଦ୍ଶାହୋ\’ । ବିଦ୍ୟୁତ୍ଙ୍କ ଫିଟ୍ନେସ୍ ଓ ଫିଜିକ୍ର ତୁଳନା ନାହିଁ । ସେ ମଧ୍ୟ ଖୁବ୍ ଗୁଡ୍ଲୁକିଂ । ତାଙ୍କ ସହ ସେ ଏକ ସିଜ୍ଲିଂ ଫଟୋଶୁଟ୍ କରିବାକୁ ଅତ୍ୟନ୍ତ ଅ ।ଗ୍ରହୀ ।
୨୦୧୨ର ଫିଲ୍ମ \”ଜନ୍ନତ-୨\’ରେ ଇଶା ଡେବ୍ୟୁ କରିଥିଲେ । ସେହିବର୍ଷ ମଧ୍ୟ ସେ କରିଥିଲେ \”ରାଜ୍-୩\’ । ଏଥିରେ ଇମ୍ରାନ୍ ହାଶ୍ମୀଙ୍କ ସହ ତାଙ୍କର ଏକ କିସିଙ୍ଗ୍ ସିନ୍ ରହିଥିଲା । ଇଶା କହିଛନ୍ତି, ସେତେବେଳେ ସେ ଥିଲେ ନ୍ୟୁକମର୍ । ହାଶ୍ମୀଙ୍କ ସହ ଏହି ସିନ୍ଟି ସେ ବହୁ କଷ୍ଟରେ କରିଥିଲେ । ଜଣେ ନ୍ୟୁକମର୍ଙ୍କ ପାଇଁ ଇଣ୍ଟିମେଟ୍ ସିନ୍ ଶୁଟ୍ କରିବା ସହଜ କଥା ନୁହେଁ ।
