ବିଚିତ୍ର ରାଜତନ୍ତ୍ର ବ୍ୟବସ୍ଥା

0
k-1

ପ୍ରତିବର୍ଷ ବିବାହ କରନ୍ତି ରାଜା,୧୫ ରାଣୀ,୨୩ ସନ୍ତାନଙ୍କୁ ନେଇ ପରିବାର
ସାରା ଦୁନିଅ ।ରେ ପ୍ରାୟତଃ ରାଜତନ୍ତ୍ର ବ୍ୟବସ୍ଥା ଅନେକ ଦିନ ପୂର୍ବରୁ ସମାପ୍ତ ହୋଇଯାଇଛିଛ କିନ୍ତୁ ଅ ।ଜି ମଧ୍ୟ ଅ ।ଫ୍ରିକାରେ ଏପରି ଏକ ଦେଶ ଅଛି, ଯେଉଁଠାରେ ସଂପୂର୍ଣ୍ଣ ରାଜତନ୍ତ୍ର ବ୍ୟବସ୍ଥା ରହିଛି ଓ ରାଜା କ୍ଷମତାରେ ଅଛନ୍ତି ଛ ଏହି ଦେଶର ନାମ ସ୍ୱଜିଲ୍ୟାଣ୍ଡଛ କିନ୍ତୁ ୨୦୧୮ ମସିହାରେ, ଦେଶର ସ୍ୱାଧୀନତାର ୫୦ ବର୍ଷ ପୂରଣ ହେବା ପରେ, ଏଠାରେ ରାଜା ଦେଶର ନାମକୁ \”କିଙ୍ଗଡମ୍ ଅଫ ଇସ୍ୱାତିନି\’ ଭାବେ ବଦଳାଇ ଦେଇଛନ୍ତି ।
ଇସ୍ୱାତିନିର ମୋଟ ଜନସଂଖ୍ୟା ପ୍ରାୟ ୧.୩ ନିୟୁତ, କିନ୍ତୁ ଏହି ଦେଶର ଜନସଂଖ୍ୟାର ୬୩% ଏବେ ମଧ୍ୟ ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଛନ୍ତିଛ କିନ୍ତୁ ସ୍ୱଜିଲ୍ୟାଣ୍ଡର ରାଜା ମସ୍ୱାତି-ତୃତୀୟ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ଏବଂ ତାଙ୍କର ଧନ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ମସ୍ୱାତି ତୃତୀୟଙ୍କୁ ବିଶ୍ୱର ସବୁଠାରୁ ଧନୀ ରାଜାମାନଙ୍କ ମଧ୍ୟରେ ଗଣାଯାଏଛ ତାଙ୍କର ସମ୍ପତ୍ତି ୧୪ ବିଲିୟନରୁ ଅଧିକ । ସେ ୧୯ ରୋଲ୍ସ ରୋଏସ୍‌, ୨୦ ମର୍ସିଡିଜ୍ ଏବଂ ୧୨ ବିଏମଡବ୍ଲୁ ସହିତ ଅନେକ ବିଳାସପୂର୍ଣ୍ଣ କାରର ମାଲିକ ଅଟନ୍ତି ।
ଏହି ଦେଶରେ ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ରାଣୀଙ୍କ ମାତା ଲୁଦଜିନିଙ୍କ ରାଜ ଗ୍ରାମରେ \”ଉମହାଲାଙ୍ଗା ସେରେମାନି\’ ପର୍ବ ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ୧୦,୦୦୦ ରୁ ଅଧିକ କୁମାରୀ ବାଳିକା ଏବଂ ଝିଅ ସାମିଲ ହୋଇଥାନ୍ତିଛ ଏହି ପର୍ବରେ କୁମାରୀ ଝିଅମାନେ ରାଜାଙ୍କ ଅ ।ଗରେ ନାଚନ୍ତି । ନ୍ୟାସନାଲ୍ ଜିଓଗ୍ରାଫିକ୍ ରିପୋର୍ଟ ଅନୁଯାୟୀ, ଏହି ଝିଅମାନଙ୍କ ମଧ୍ୟରୁ ହିଁ ରାଜା ତାଙ୍କର ନୂତନ ରାଣୀ ବାଛିଛନ୍ତି ।


ଇସ୍ୱାତିନିର ରାଜା ମସ୍ୱାତି-ତୃତୀୟ ଏପ୍ରିଲ ୧୯୮୬ ରେ କ୍ଷମତା ଗ୍ରହଣ କଲେ । ସେତେବେଳେ ତାଙ୍କର ବୟସ ମାତ୍ର ୧୮ ବର୍ଷ ଥିଲା । ସେତେବେଳେ ସେ ଦୁନିଅ ।ର ସବୁଠାରୁ କନିଷ୍ଠ ଶାସକ ଥିଲେ । ରାଜା ମସ୍ୱାତି-ତୃତୀୟ ଏପର୍ଯ୍ୟନ୍ତ ୧୫ ଥର ବିବାହ କରିଛନ୍ତି, ତାଙ୍କର ୨୩ଜଣ ସନ୍ତାନ ଅଛନ୍ତି । ତେବେ କେବଳ ତାଙ୍କର ପ୍ରଥମ ଦୁଇ ପତ୍ନୀଙ୍କୁ ରାଜକୀୟ ମାନ୍ୟତା ମିଳିଛି ।
୨୦୧୫ ରେ, ରାଜା ମସ୍ୱାତୀ-ତୃତୀୟ ମଧ୍ୟ ଭାରତ-ଅ ।ଫ୍ରିକା ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଅ ।ସିଥିଲେଛ ରାଜା ମାସ୍ୱତୀ-ତୃତୀୟ ୧୫ ପତ୍ନୀ, ପିଲା ଏବଂ ୧୦୦ ସେବକଙ୍କ ସହିତ ଅ ।ସିଥିଲେ । ତାଙ୍କୁ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରଖାଯାଇଥିଲା ଯେଉଁଥିରେ ତାଙ୍କ ପାଇଁ ୨୦୦ ରୁମ୍ ବୁକ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *